Danger in Kalinga Ghat: ଫୁଲବାଣୀ କଳିଙ୍ଗା ଘାଟିରେ ସାଂଘାତିକ ସ୍ଥିତି, ଭୂସ୍ଖଳନ ପରେ ପାହାଡ଼ରୁ ଖସିଲା ବଡ଼ ବଡ଼ ପଥର

danger-in-kalinga-ghat:-ଫୁଲବାଣୀ-କଳିଙ୍ଗା-ଘାଟିରେ-ସାଂଘାତିକ-ସ୍ଥିତି,-ଭୂସ୍ଖଳନ-ପରେ-ପାହାଡ଼ରୁ-ଖସିଲା-ବଡ଼-ବଡ଼-ପଥର

ମୂଷଳଧାରାରେ ବର୍ଷା ପରେ ଫୁଲବାଣୀ କଳିଙ୍ଗା ଘାଟିରେ ସାଂଘାତିକ ସ୍ଥିତି। ଭୂସ୍ଖଳନ ପରେ ଧସିଲା ବଡ଼ ବଡ଼ ପଥର ଓ ମାଟି ଅତଡ଼ା। ରାସ୍ତାରେ ମାଟି ଓ ପଥର ଗଦେଇ ହୋଇଥିବାରୁ ରାସ୍ତା ଅବରୋଧ ହୋଇଛି। ଫଳରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। କଳିଙ୍ଗା ଘାଟିର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ିମୋଟର ଅଟକି ରହିଛି। ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କୁ ଏହି ରାସ୍ତାରେ ନଯିବାକୁ ବାରଣ କରିଛନ୍ତି। …

Tapan Kumar Swain

  • Published: Tuesday, 16 September 2025
  • Last updated: 16 September 2025, 08:05 PM IST

LandslideCredit: OTV

Landslide

ପାହାଡ଼ରୁ ମାଡ଼ି ଆସିଲା ପାଣି। ଖସିଲା ମାଟି ଅତଡା, ଖସିଲା ବଡ଼ ବଡ଼ ପଥର। ଅବିଶ୍ରାନ୍ତ ବର୍ଷା ପରେ କଳିଙ୍ଗା ଘାଟିରେ ଭୂସ୍ଖଳନ। କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ପରେ ଘାଟି ରାସ୍ତାରେ ଏମିତି ବିଭୀଷିକା ଦେଖିବାକୁ ମିଳିଛି। ପାହାଡ଼ି ଇଲାକାର ଅଣଓସାରିଆ ରାସ୍ତାରେ ଚାରିଆଡ଼େ ଗଦେଇ ହୋଇ ପଡ଼ିଛି ମାଟି ଅତଡା। ମୂଷଳଧାରାରେ ବର୍ଷା ପରେ ବହୁ ଛୋଟ ବଡ଼ ପଥର ସାଙ୍ଗକୁ କାଦୁଅର ଆସ୍ତରଣ ଓ ପାହାଡ଼ରୁ ଝରୁଛି ପାଣିର ପ୍ରଖର ସୁଅ।

ଭୂସ୍ଖଳନ ପରେ କଳିଙ୍ଗା ଘାଟି ରାସ୍ତା ଅବରୋଧ ହୋଇଛି। ବାଧାପ୍ରାପ୍ତ ହୋଇଛି ଯାତାୟତ। କନ୍ଧମାଳରୁ ଗଞ୍ଜାମ ଜିଲ୍ଲାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଛି। ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡ଼ିମୋଟର ଅଟକି ରହିଛି। ଦୂରଦୂରାନ୍ତକୁ ଯିବାକୁ ଥିବା ଯାତ୍ରୀ ହୀନସ୍ତା ଭୋଗୁଛନ୍ତି। …

Also Read

ଗୋଟିଏ ପଟେ ପାହାଡ଼ରୁ ବିପତ୍ତି ଖସୁଥିବା ବେଳେ ଅନ୍ୟପଟେ କଳିଙ୍ଗା ଘାଟି ରାସ୍ତାରେ ପଥଚାରୀଙ୍କ ବେପରୁଆ ମନୋଭାବ ଦେଖିବାକୁ ମିଳିଥିଲା। କିଛି ଲୋକ ପାହାଡ଼ ପାଖରେ ଠିଆ ହୋଇ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରୁଥିଲେ। ପାଦେ ପାଦେ ବିପଦ ଥିବା ଜାଣି ବି ଜୀବନକୁ ତୁଚ୍ଛା କରି ଫଟୋ ଉଠାଇଥିଲେ କିଛି ଲୋକ।

ପରେ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କୁ ନଯିବା ପାଇଁ ବାରଣ କରିଛନ୍ତି। ବର୍ଷା କମିବା ପରେ ରାସ୍ତା ଅବରୋଧ ହଟାଯିବ। ପରେ ଅସ୍ଥାୟୀ ଭାବରେ ରାସ୍ତା ବାହାର କରି ଗାଡ଼ିମୋଟର ଛଡ଼ାଯିବାକୁ ବ୍ୟବସ୍ଥା କରାଯିବ।

ଅଧିକ ପଢ଼ନ୍ତୁ: ପ୍ରବଳ ବର୍ଷା; ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଟିଭି ବିଜ୍ଞାପନ

Scroll to Top