ଗାମୁଛା ପିନ୍ଧି ନଦୀରେ ପହଁରି ପହଁରି ଚଢାଉ କଲେ ମାଇନିଂ ଅଧିକାରୀ, ବାଲି ଚୋରିରେ ବ୍ୟବହୃତ ୫ ଭେଳା ଜବତ

ଗାମୁଛା-ପିନ୍ଧି-ନଦୀରେ-ପହଁରି-ପହଁରି-ଚଢାଉ-କଲେ-ମାଇନିଂ-ଅଧିକାରୀ,-ବାଲି-ଚୋରିରେ-ବ୍ୟବହୃତ-୫-ଭେଳା-ଜବତ

Published By: Ruby – Prameya-News7 Bureau | September 16, 2025 05:40 PM

NEWS7

Nilagiri

ନୀଳଗିରି ୧୬।୯: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ସିଙ୍ଗିରୀ ଅଞ୍ଚଳରେ ସୋନ ନଦୀରେ ବାଲି ମାଫିଆ ଅଭିନବ ଭାବେ ବାଲି ଚୋରି କରି ଆସୁଥିଲେ । ଡ୍ରମକୁ ଯୋଡି କାତମାରି ପାଣି ଭିତରକୁ ଯାଇ ଅଭିନବ ଭାବେ ବାଲିକୁ ପାଣି ଭିତରୁ ଛାଣି ଚୋରି କରୁଥିଲେ । ପରେ ନଦୀ ପଠାକୁ ଆଣି ଗଚ୍ଛିତ ରଖିବା ପରେ  ବାହାରକୁ ଚାଲାଣ କରୁଥିଲେ । ଜୁନିୟର ମାଇନିଂ ଅଧିକାରୀ ଜିତେନ୍ଦ୍ର ଦାସ ଅଭିନବ ଭାବେ ଚଢ଼ାଉ କରିଛନ୍ତି । ଗାମୁଛା ପିନ୍ଧି ନଦୀରେ ପହଁରି ପହଁରି ୫ଟି ଭେଳା ଜବତ କରିଥିବା ବେଳେ ଆଉ ଗୋଟିଏ ଭେଳା ବାଲି ମାଫିଆ ମାନେ ଟେକି ନେଇଯାଇଥିଲେ । କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି । ସଶସ୍ତ୍ର ପୋଲିସ ନେଇ ଏହି ଚଢ଼ାଉ କରାଯାଇଥିବା ଜଣାପଡିଛି ।

Scroll to Top