ବାଲିହରଚଣ୍ଡୀ ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଆନ୍ଧ୍ରରୁ ଗିରଫ

ବାଲିହରଚଣ୍ଡୀ-ବେଳାଭୂମିରେ-ଯୁବତୀଙ୍କୁ-ଗଣଦୁଷ୍କର୍ମ,-ମୁଖ୍ୟ-ଅଭିଯୁକ୍ତ-ଆନ୍ଧ୍ରରୁ-ଗିରଫ

ବାଲିହରଚଣ୍ଡୀ ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଆନ୍ଧ୍ରରୁ ଗିରଫ

ପୁରୁଷ ବନ୍ଧୁଙ୍କୁ ମାଡ ମାରି ଘାଇଲା କରିବା ପରେ ଯୁବତୀଙ୍କୁ କିଛି ଦୂରକୁ ନେଇଯାଇଥିଲେ। ଆଉ ସେଠାରେ ହିଁ ପୁରୁଷ ବନ୍ଧୁର ସାମନାରେ ଯୁବତୀଙ୍କୁ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Jnanadarsi Sahoo

  • Published: Tuesday, 16 September 2025
  • Last updated: 16 September 2025, 12:56 PM IST

Girl gang-raped at Baliharchandi beach, main accused arrested from AndhraCredit: OTV

Girl gang-raped at Baliharchandi beach, main accused arrested from Andhra

ପୁରୀ : ବାଲିହରଚଣ୍ଡୀ ବେଳାଭୂମିରେ ଗୋପଳପୁର ଦୁଷ୍କର୍ମର ପୁନରାବୃତ୍ତି । ସମାନ ଷ୍ଟାଇଲରେ ହୋଇଛି ଗଣଦୁଷ୍କର୍ମ। ପୁରୁଷ ବନ୍ଧୁଙ୍କ ଆଗରେ ଯୁବତୀଙ୍କୁ ଟେକିନେଲେ ଆଉ ଜଣଙ୍କ ପରେ ଜଣେ କଲେ ଗଣଦୁଷ୍କର୍ମ। ଶୁକ୍ରବାର ଜଣେ ଯୁବକ ତାଙ୍କ ବାନ୍ଧବୀଙ୍କ ସହ ବାଲିହରଚଣ୍ଡି ସମୁଦ୍ରକୂଳ ବୁଲିବାକୁ ଆସିଥିଲେ। ସମୁଦ୍ରକୂଳ, ଘଞ୍ଚ ଜଙ୍ଗଲ ସାଙ୍ଗକୁ ପ୍ରକୃତିର ଭରପୁର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଏଠାକୁ ବିଭିନ୍ନ ଅଞ୍ଚଳର ପର୍ଯ୍ୟଟକ ଆସିଥାଆନ୍ତି। ତେବେ ସେଦିନ ଟିକେ ପର୍ଯ୍ୟଟକଙ୍କ କୋଳାହଳ ଅଧିକ ନଥିଲା। ନିକାଞ୍ଚନ ଅଞ୍ଚଳକୁ ଯାଇ ବୁଲୁଥିବା ବେଳେ କିଛି ସ୍ଥାନୀୟ ଯୁବକ ଏମାନଙ୍କୁ ଟାର୍ଗେଟ କରିଥିଲେ।

Also Read

ଦୂରରୁ ଏମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରିବା ସହ ଭାଇରାଲ ଧମକ ଦେଇଥିଲେ। ଶେଷରେ ବ୍ଲାକମେଲ କରି ପାଖରେ ଥିବା କ୍ୟାଶ ନେଇଗଲେ। ସେତିକିରେ ମନ ବୁଝିଲା ନାହିଁ ଯେ ପୋନ ପେରେ ବି କିଛି ଟଙ୍କା ନେଲେ। ଏହାପରେ କିନ୍ତୁ ଦୁର୍ବୃର୍ତ୍ତଙ୍କ ମନ ବୁଝିନଥିଲା। ଯୁବତୀଙ୍କ ଉପରେ ଏମାନଙ୍କ ପଡିଥିଲା ଖରାପ ଦୃଷ୍ଟି। ଶେଷରେ ପୁରୁଷ ବନ୍ଧୁଙ୍କୁ ମାଡ ମାରି ଘାଇଲା କରିବା ପରେ ଯୁବତୀଙ୍କୁ କିଛି ଦୂରକୁ ନେଇଯାଇଥିଲେ। ଆଉ ସେଠାରେ ହିଁ ପୁରୁଷ ବନ୍ଧୁର ସାମନାରେ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏମାନେ ସ୍ଥାନୀୟ ଚଣ୍ଡୀପୁଟ ଗ୍ରାମରେ ବୋଲି ଜଣାପଡିଛି। ସେଠାରୁ ଖସି ଆସି ଯୁବତୀ ଜଣଙ୍କ ସ୍ଥାନୀୟ ଲୋକଙ୍କୁ ସମସ୍ତ କଥା କହିବା ପରେ ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ। ନିଜେ ପୀଡିତା ଯାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଚାଲିଥିଲା ତନାଘନା। ପ୍ରଥମେ ପୋଲିସ ତିନି ଜଣଙ୍କୁ ଉଠାଇ ନେଇ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାକୁ ଆନ୍ଧ୍ରପ୍ରଦେଶରୁ ଗରିଫ କରିଛି ପୁରୀ ପୋଲିସ। ସଦର ଥାନା ଆଇଆଇସିଙ୍କ ନେତୃତ୍ୱରେ ଗୋଟିଏ ଟିମ ମୋବାଇଲ ନମ୍ବର ଟ୍ରାକ କରି ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାକୁ ଗିରଫ କରାଯାଇଛି ବୋଲି କହିଛନ୍ତି ପୁରୀ ସଦର ଥାନା ଏସଡିପିଓ।

ଅଭିଯୁକ୍ତଙ୍କ ନାଁରେ ବିଏନଏସ ୭୦ ଓ ଏସ୍ ଏଟି ଆକ୍ଟରେ ମାମଲା ରୁଜୁ କରାଯାଇଛି । ସୋମବାର ଯୁଵତୀର ଡାକ୍ତରୀ ମାଇନା କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯିବ। ଘଟଣା କୁ ନେଇ ସାରା ବ୍ରହ୍ମଗିରିରେ ଚର୍ଚାର ବିଷୟ ହୋଇଛି।

  • Reported by:
  • MADHUSUDAN MISHRA

Scroll to Top