Nepal Gen Z: ଜେନ-ଜିଙ୍କ ମୃତ୍ୟୁ: ଶୋକ ଦିବସ ପାଳନ କରିବ ଦେଶ, ମିଳିବ ସହିଦ ମାନ୍ୟତା

nepal-gen-z:-ଜେନ-ଜିଙ୍କ-ମୃତ୍ୟୁ:-ଶୋକ-ଦିବସ-ପାଳନ-କରିବ-ଦେଶ,-ମିଳିବ-ସହିଦ-ମାନ୍ୟତା

ଦୁର୍ନୀତି ଏବଂ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ବିରୋଧରେ ଜେନ-ଜି ଦ୍ୱାରା ଦେଶବ୍ୟାପୀ ପ୍ରତିବାଦ ସମୟରେ ମୃତ୍ୟୁବରଣ କରିଥିବା ପ୍ରଦର୍ଶନକାରୀଙ୍କ ସ୍ମୃତିରେ ନେପାଳ ସରକାର ସେପ୍ଟେମ୍ବର ୧୭କୁ ଶୋକ ଦିବସ ଭାବରେ ଘୋଷଣା କରିଛନ୍ତି।

ଗତ ସପ୍ତାହରେ ହୋଇଥିବା ହିଂସାତ୍ମକ ସରକାର ବିରୋଧୀ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ‘ଜେନ ଜି’ ପ୍ରତିବାଦକାରୀଙ୍କ ମୃତ୍ୟୁ ପାଇଁ ନେପାଳ ବୁଧବାର ଶୋକ ପ୍ରକାଶ କରିବ। ନେପାଳ ଗୃହମନ୍ତ୍ରୀ ଓମ୍ ପ୍ରକାଶ ଆର୍ଯ୍ୟଲ୍ ସେପ୍ଟେମ୍ବର ୧୭ କୁ ଶୋକ ଦିବସ ଭାବରେ ଘୋଷଣା କରି କହିଛନ୍ତି ଯେ ସାରା ଦେଶରେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ଏବଂ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ପ୍ରତ୍ୟେକ ଶୋକସନ୍ତପ୍ତ ପରିବାରକୁ କ୍ଷତିପୂରଣ ସ୍ୱରୂପ ୧୦ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଅତିରିକ୍ତ ୫,୦୦,୦୦୦ ଟଙ୍କା ପ୍ରଦାନ କରାଯିବ। ସମ୍ପୃକ୍ତ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ମାଧ୍ୟମରେ ଏହି ପାଣ୍ଠି ବଣ୍ଟନ କରାଯିବ। ସରକାର ମୃତକଙ୍କ ସ୍ମୃତିରେ ଏକ ‘ଜେନ ଜି’ ସଚେତନତା ପାର୍କ ନିର୍ମାଣ କରିବେ।

ସୂଚନାଯୋଗ୍ୟ, ସୋସିଆଲ ମିଡିଆ ଉପରେ ସରକାରୀ ନିଷେଧ ବିରୋଧରେ ସେପ୍ଟେମ୍ବର ୭ ତାରିଖରେ ବିକ୍ଷୋଭ ଆରମ୍ଭ ହୋଇଥିଲା। ସରକାରଙ୍କ ଦୁର୍ନୀତି ବିରୋଧରେ ମଧ୍ୟ ଏହି ଆନ୍ଦୋଳନ ତେଜିଥିଲା। ସେପ୍ଟେମ୍ବର ୮ ରେ ବିକ୍ଷୋଭ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଅତି କମରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା। ପରେ ଏହି ମୃତ୍ୟୁସଂଖ୍ୟା ବଢି ୫୧କୁ ଛୁଇଁଥିଲା। ପ୍ରତିବାଦ ସମୟରେ ଅତି କମରେ ୫୯ ଜଣ ପ୍ରଦର୍ଶନକାରୀ, ୧୦ ଜଣ କଏଦୀ ଏବଂ ୩ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ହଜାରରୁ ଉର୍ଦ୍ଧ୍ବ ଆନ୍ଦୋଳନକାରୀ ଆହତ ହୋଇଥିଲେ। ୯ ତାରିଖ ଯାଏଁ ପ୍ରତିବାଦ ସାରା ଦେଶରେ ଦେଖିବାକୁ ମିଳିଥିଲା।

ଶହ ଶହ ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ବିଭିନ୍ନ ଭଙ୍ଗାରୁଜା କରିବା ସହ ସଂସଦରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ପ୍ରତିବାଦ ଏତେ ବଢି ଯାଇଥିଲା ଯେ, ଓଲି ୮ ତାରିଖରେ ପଦରୁ ଇସ୍ତଫା ଦେଇଥିଲେ।

Also Read

ଏହା ପରେ ଦେଶର ପୁର୍ବତନ ବିଚାରପତି ସୁଶୀଳା କାର୍କି ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ କାର୍କି ରବିବାର ଦାୟିତ୍ୱ ଗ୍ରହଣ କରିବା ପରେ ଆନ୍ଦୋଳନରେ ମୃତ ଜେନ୍-ଜି ମାନଙ୍କୁ ସହିଦ୍ ଭାବେ ଘୋଷଣା କରାଯିବ। ସୋମବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ କମିଶନ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଅଧିକ ପଢ଼ନ୍ତୁ: ଜେନ୍ ଜି ବିଦ୍ରୋହ ପଛର ବାର୍ତ୍ତା, ନାଗରିକଙ୍କ ସ୍ୱାର୍ଥକୁ ଅଣଦେଖା କଲେ ତ୍ରାହି ନାହିଁ

Scroll to Top