ବାଲିହରଚଣ୍ଡି ପୀଠରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ତିନି ଜଣକୁ ଅଟକ ରଖିଛି ପୋଲିସ

ବାଲିହରଚଣ୍ଡି-ପୀଠରେ-ଯୁବତୀଙ୍କୁ-ଗଣଦୁଷ୍କର୍ମ-ଅଭିଯୋଗ,-ତିନି-ଜଣକୁ-ଅଟକ-ରଖିଛି-ପୋଲିସ

​​​​​​​ପୁରୀ: ବାଲିହରଚଣ୍ଡି ପୀଠରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଘଟଣାକୁ ନେଇ ସାରା ବ୍ରହ୍ମଗିରି ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଥିବାବେଳେ ପୋଲିସ ୩ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଏହାସହ ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଛି।

ସୂଚନା ଅନୁଯାୟୀ, ଶୁକ୍ରବାର ଜଣେ ଯୁବକ ଓ ଯୁବତୀ ବାଲିହରଚଣ୍ଡି ବୁଲିବାକୁ ଆସି ଥିବାବେଳେ ସ୍ଥାନୀୟ ଚଣ୍ଡୀପୁଟ ଗ୍ରାମର ଚାରି ଜଣ ଯୁବକ ସେମାନଙ୍କର ଫଟୋ ଚିତ୍ର ଉତ୍ତୋଳନ କରିବା ସହିତ ବ୍ଳାକ୍ ମେଲିଂ ମଧ୍ୟ କରିଥିଲେ। ପରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି।

ତେବେ ଘଟଣାକୁ ନେଇ ପୀଡ଼ିତା ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ତିନି ଜଣଙ୍କୁ ଉଠାଇ ନେଇଥିବା ବେଳେ ମାଷ୍ଟର ମାଇଣ୍ଡକୁ ଖୋଜୁଥିବା ଜଣା ପଡିଛି। ଏହି ଘଟଣାରେ ବ୍ରହ୍ମଗିରି ଥାନା ଚଣ୍ଡିପୁଟ ଗ୍ରାମର ଶଙ୍କର ସାହୁଙ୍କ  ଦୁଇ ପୁଅ ରାହୁଲ ସାହୁ ଓ ଶିବ ସାହୁ ଏବଂ ଅନୁ ବେହେରାଙ୍କ ପୁଅ ଆଦ୍ୟା ବେହେରା ସଂପୃକ୍ତି ଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି।

Scroll to Top