ଏଥର ଛାତ୍ର ସଂସଦ ନିର୍ବାଚନ ହେବ ନା ନାହିଁ ? କେବେ ହେବ ନା ଏମିତି ଦିନ ଗଡ଼ି ଚାଲିବ। ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ପାଳନ କରିବେ ତ ? ଦଶହରା ଛୁଟି ପୂର୍ବରୁ ବିଜ୍ଞପ୍ତି ସହ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ସରିଥାଏ। କିନ୍ତୁ ଏଯାଏଁ ସେମିତି କିଛି ସ୍ପଷ୍ଟ ସଙ୍କେତ ମିଳୁନାହିଁ। ଦ୍ବନ୍ଦ୍ବ ଭିତରେ ସରକାର ପ୍ରତିଶ୍ରୁତି ପାଳିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ଛାତ୍ର ବିଜେଡି ଓ କଂଗ୍ରେସ। ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ପୁଣି କହିଛନ୍ତି ସରକାର ସକାରାତ୍ମକ ଅଛନ୍ତି। …
Credit: OTV
College Election
ଏଥର ହେବ କି ଛାତ୍ର ସଂସଦ ନିର୍ବାଚନ ? ଯଦି ହେବ କେବେ, ଆଉ କେଉଁ ସମୟରେ କରାଯିବ ?
ସମୟ ଗଡୁଛି, ସସପେନ୍ସ ବଢୁଛି । କଲେଜ ଇଲେକସନକୁ ନେଇ ଗୋଳମାଳିଆ ସ୍ଥିତି ।
Also Read
କଲେଜ କ୍ୟାଲେଣ୍ଡର ସରି ସରି ଆସୁଥିବା ବେଳେ କ୍ୟାମ୍ପସ ଇଲେକସନକୁ ନେଇ ଦ୍ବନ୍ଦ୍ବ ସରୁନି। କଲେଜ ପଲିଟିକ୍ସ ଉଷ୍ମ ହେଉଥିବା ବେଳେ ଏଯାଏ ବିଧିବଦ୍ଧ ନିଷ୍ପତ୍ତି ଘୋଷଣା କରିନି ଉଚ୍ଚଶିକ୍ଷା ବିଭାଗ। ସାଧାରଣତଃ ଦଶହରା ଛୁଟି ପୂର୍ବରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥାଏ। କିନ୍ତୁ ଅଧା ସେପ୍ଟେମ୍ବର ହେଲାଣି ଏଯାଏଁ ବିଜ୍ଞପ୍ତି ବାହାରି ନଥିବାରୁ ଆଶା ମଉଳୁଛି। ଟାଳଟୁଳ ନୀତିକୁ ନେଇ ସରକାରଙ୍କୁ କଡ଼ା ନିଶାନା କରୁଛନ୍ତି ଛାତ୍ର ବିଜେଡି ଓ କଂଗ୍ରେସ। ଅଭିଯୋଗ କରିଛନ୍ତି, ପ୍ରତିଶ୍ରୁତି ପାଳନ କରିବାରେ ସରକାର ବିଫଳ ହୋଇଛନ୍ତି। ବିଜେପିର ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଦୁର୍ବଳ ସଂଗଠନ ଓ ହାରିବା ଭୟ ଯୋଗୁଁ ସରକାର ବ୍ୟାକଫୁଟରେ ଅଛନ୍ତି। ଏବିଭିପି କହିଛି, ଆମେ ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜରାସ୍ତାରେ ଆନ୍ଦୋଳନ କରିଥିଲୁ। ଯେଉଁମାନେ ବନ୍ଦ କରିଥିଲେ ସେମାନଙ୍କର ଏବିଭିପିକୁ କହିବାର ନୈତିକ ଅଧିକାର ନାହିଁ।
ଲିଙ୍ଗଡୋ କମିଶନଙ୍କ ନିୟମ ଅନୁଯାୟୀ ଛାତ୍ର ସଂସଦ ନିର୍ବାଚନ ହୋଇଥାଏ। ତାକୁ ବିଚାରକୁ ନେଲେ ୪୫ ଦିନ ପୂର୍ବରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା କଥା। ଅନ୍ୟ ରାଜ୍ୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ସହ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାରେ ନୂଆ ସରକାର ଆସିବା ପରେ ଚଳିତବର୍ଷ ରାଜ୍ୟରେ କ୍ୟାମ୍ପସ ଇଲେକସନ୍ ନେଇ ସଙ୍କେତ ଦେଇଥିଲେ। ବିଭିନ୍ନ ଫୋରମରେ ବି କହିଥିଲେ। କିନ୍ତୁ କଲେଜ କ୍ୟାଲେଣ୍ଡରରେ ଏନେଇ କିଛି ବି ଉଲ୍ଲେଖ ନଥିବା ଜଣାପଡ଼ିଛି। ତେଣେ ଛାତ୍ର ସଂସଦ ନିର୍ବାଚନ ନେଇ ସରକାର ସକାରାତ୍ମକ ଥିବା ପୁଣି ଦୋହରାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ନିର୍ଦ୍ଦିଷ୍ଟ ସମୟରେ ନିର୍ବାଚନ ହେବ ବୋଲି କହିଛନ୍ତି। …
ଛାତ୍ର ବିଜେଡି ନୂଆ ନେତୃତ୍ବ ପାଇଥିବା ବେଳେ କଂଗ୍ରେସର ଛାତ୍ର୍ର ସଂଗଠନ ଦିଶାହୀନ। ଏପଟେ ରାଜ୍ୟରେ ବିଜେପି ସରକାର ଥିବାରୁ ଏବିଭିପି ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିଛି। ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ ସରକାରଙ୍କ ଆଭିମୂଖ୍ୟକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବିଚାର କରାଯାଉଥିବା ଚର୍ଚ୍ଚା ହେଉଛି। …





