ଏବେ ରାଜ୍ୟରେ ୩ଟି ଜିଲ୍ଲାକୁ ଛାଡିଦେଲେ ୨୭ ଟି ଜିଲ୍ଲାରେ ଶିଳ୍ପ ହୋଇଛି । ଆମ ଶିଳ୍ପ ନୀତିକୁ ଗ୍ରହଣ କରି ଓଡିଶା ସମ୍ଭାବନାର ରାଜ୍ୟ ହୋଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଟାର୍ଗେଟର ବହୁତ ନିକଟତର ଆମେ ହୋଇପାରିଛୁ ବୋଲି କହିଛନ୍ତି। ଗୋଟିଏ କାରଖାନା ଏକ ପ୍ରକଳ୍ପ ନୁହେଁ ଏହା ଆଖପାଖ ଅଞ୍ଚଳ ପାଇଁ ବିକାଶର ପ୍ରତୀକ, ଆମ ସରକାର ଯାହା ପ୍ରତିଶ୍ରୁତି ଦିଆଯାଇଛି ପୂରଣ କରିବାକୁ ଲାଗିଛୁ। ଓଡିଆ ଯୁବକ ଯୁବତୀଙ୍କ ଭାଗ୍ୟ ବଦଳିବ. ଓଡିଶା ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭୁବନେଶ୍ବର : ରାଜ୍ୟରେ ଦ୍ରୁତ ଶିଳ୍ପାୟନ ନେଇ ସରକାରଙ୍କ ବଡ ଘୋଷଣା। ଆଜି ୧୨ ଜିଲ୍ଲାରେ ୨୭ଟି ନୂଆ ଶିଳ୍ପ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ଦ୍ବାରା ରାଜ୍ୟକୁ ଆସିବ ୨୫ ହଜାର ୩୮୦ କୋଟି ଟଙ୍କାର ପୁଞ୍ଜିନିବେଶ। ସୃଷ୍ଟି ହେବ ୫୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ । ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆ ଶିଳ୍ପ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଞ୍ଜାମ, ଝାରସୁଗୁଡ଼ା ଖୋର୍ଦ୍ଧା, କୋରାପୁଟ, ଅନୁଗୁଳ, ଭଦ୍ରକ, ସୁନ୍ଦରଗଡ଼, କଟକ, ପୁରୀ, ସମ୍ବଲପୁର, ଯାଜପୁର ଓ ରାୟଗଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଳ୍ପ ପ୍ରକଳ୍ପ । ଯେଉଁଥିରେ କେମିକାଲ, ଟେକ୍ସଟାଇଲ, ପ୍ଲାଷ୍ଟିକ, ସିମେଣ୍ଟ, ଫୁଡ୍ ପ୍ରୋସେସିଂ, ଫାର୍ମା ଭଳି କମ୍ପାନୀ ଅଛନ୍ତି ।
Also Read
ଏସଆରଏଫ ଲିମିଟେଡ଼ କମ୍ପାନୀ ଗଞ୍ଜାମରେ ୧୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଯାଉଛି ଏବଂ ଏହାଦ୍ୱାରା ୨୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିଭଳି ଏପସିଲନ କାର୍ବନ ଅଶୋକ ପ୍ରାଇଭେଟ ଲିମିଟେଡ଼ ଝାରସୁଗୁଡାରେ 5 ହଜାର 806 କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଯେଉଁଥିରେ 2500 ନିଯୁକ୍ତି ପାଇପାରିବେ । ଶ୍ରୀ ବଜରଙ୍ଗ ପାୱାର ଆଣ୍ଡ ମେଟାଲିକ୍ସ ଲିମିଟେଡ଼ ଖୋର୍ଦ୍ଧା ଜିଲ୍ଲାରେ ରେୟାର ଆର୍ଥ ମିନେରାଲ ଶିଳ୍ପ ପ୍ରତିଷ୍ଠା କରିବ । ସାହସପୁର, ଗେଡିଆପଲ୍ଲୀ ଏବଂ ସାନ୍ତରାପୁରଠାରେ 2 ହଜାର 96 କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଶ୍ରୀ ବଜରଙ୍ଗ ପାୱାର ଆଣ୍ଡ ମେଟାଲିକ୍ସ ଲିମିଟେଡ଼ ।
ଏବେ ରାଜ୍ୟରେ ୩ଟି ଜିଲ୍ଲାକୁ ଛାଡିଦେଲେ ୨୭ ଟି ଜିଲ୍ଲାରେ ଶିଳ୍ପ ହୋଇଛି । ଆମ ଶିଳ୍ପ ନୀତିକୁ ଗ୍ରହଣ କରି ଓଡିଶା ସମ୍ଭାବନାର ରାଜ୍ୟ ହୋଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଟାର୍ଗେଟର ବହୁତ ନିକଟତର ଆମେ ହୋଇପାରିଛୁ ବୋଲି କହିଛନ୍ତି। ଗୋଟିଏ କାରଖାନା ଏକ ପ୍ରକଳ୍ପ ନୁହେଁ ଏହା ଆଖପାଖ ଅଞ୍ଚଳ ପାଇଁ ବିକାଶର ପ୍ରତୀକ, ଆମ ସରକାର ଯାହା ପ୍ରତିଶ୍ରୁତି ଦିଆଯାଇଛି ପୂରଣ କରିବାକୁ ଲାଗିଛୁ। ଓଡିଆ ଯୁବକ ଯୁବତୀଙ୍କ ଭାଗ୍ୟ ବଦଳିବ. ଓଡିଶା ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
- Reported by:
- SOUMYA RANJAN SAHOO