Gemini AI Nano Banana: ବଲିଉଡ୍ ଷ୍ଟାଇଲ୍ ଫଟୋ ତିଆରି କରୁଛନ୍ତି କି? ଆପଣଙ୍କୁ ଘେରି ରହିଛି ବିପଦ

gemini-ai-nano-banana:-ବଲିଉଡ୍-ଷ୍ଟାଇଲ୍-ଫଟୋ-ତିଆରି-କରୁଛନ୍ତି-କି?-ଆପଣଙ୍କୁ-ଘେରି-ରହିଛି-ବିପଦ

ସୋସିଆଲ୍ ମିଡିଆରେ ପ୍ରତିଦିନ ନୂଆ ନୂଆ ଟ୍ରେଣ୍ଡ ଆସୁଛି। ବର୍ତ୍ତମାନ ଏହି ଟ୍ରେଣ୍ଡରେ ସାମିଲ ହୋଇଛି ‘ନାନୋ ବାନାନା’ ଟ୍ରେଣ୍ଡ।

ଯଦି ଆପଣ ମଧ୍ୟ ଇନଷ୍ଟାଗ୍ରାମ୍ ଏବଂ ଫେସବୁକ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ଅଛନ୍ତି, ତେବେ ଆପଣ ନିଶ୍ଚୟ ଗୁଗଲର ଜେମିନି AI ଆସିଷ୍ଟେଣ୍ଟର ‘ନାନୋ ବାନାନା’ ଟ୍ରେଣ୍ଡ ଦେଖିଥିବେ। ଏଥିରେ ଲୋକମାନେ ନିଜର ହାଇପର୍ ରିୟାଲିଷ୍ଟିକ୍ ୩-ଡି ମଡେଲ୍ ତିଆରି କରାଉଛନ୍ତି, ଯାହା ସାହାଯ୍ୟରେ ଅତି ସହଜରେ ଭିଜେଣ୍ଟ୍ ବଲିଉଡ୍ ଷ୍ଟାଇଲ୍ ଫଟୋ ଏଡିଟ୍ କରାଉଛନ୍ତି।

ଏହି ଟ୍ରେଣ୍ଡ ଦ୍ରୁତଭାବେ ଭାଇରାଲ୍ ହେଉଛି ଏବଂ ଏହାର ଲୋକପ୍ରିୟତାର ପଛରେ ସବୁଠାରୁ ବଡ଼ କାରଣ ହେଉଛି ଯେ, ଲୋକମାନେ ସହଜରେ ଏହି AIରୁ ନିଜର ଏତେ ଭଲ ଫଟୋ ତିଆରି କରାଉଛନ୍ତି, ଯେମିତି ତାହା ପୁରା ସତ ପରି ଦେଖାଯାଉଛି। ଆପଣଙ୍କୁ ନିଜର ଏହି ହାଇପର୍ ରିୟାଲିଷ୍ଟିକ୍ ଫଟୋ ତିଆରି କରିବାକୁ କୌଣସି ଟେକ୍ନିକାଲ୍ କୌଶଳର ଆବଶ୍ୟକତା ନାହିଁ କିମ୍ବା କୌଣସି ପେମେଣ୍ଟ୍ ମଧ୍ୟ କରିବାକୁ ମଧ୍ୟ ନାହିଁ।

କିନ୍ତୁ କ’ଣ ଏହି ଟ୍ରେଣ୍ଡରେ ସବୁକିଛି ଠିକ୍ ଅଛି ନା ଏଥିରେ ଜଡ଼ିତ କିଛିରିସ୍କ୍ ମଧ୍ୟ ଅଛି? ଏହା ଜାଣିବା ପୂର୍ବରୁ ପ୍ରଥମେ ଜାଣନ୍ତୁ ଯେ, ଗୁଗଲ୍ ଜେମିନି୍ AIର ‘ନାନୋ ବାନାନା’ କ’ଣ।

Also Read

ନାନୋ ବାନାନା AI ଟୁଲ୍:-

“ନାନୋ ବାନାନା” ଟ୍ରେଣ୍ଡ ସୋସିଆଲ୍ ମିଡିଆରେ ଦ୍ରୁତଭାବେ ଭାଇରାଲ୍ ହେଉଛି। ଏହା ଗୁଗଲର ଜେମିନି୍ AIର ଫୋଟୋ ଏଡିଟର୍ ଟୁଲ୍। ଏହା ଏକ କ୍ଲିକ୍‌ରେ ଇଉଜରମାନଙ୍କର ସେଲ୍ଫିକୁ ହାଇପର୍-ରିୟାଲିଷ୍ଟିକ୍ ୩-ଡି ମଡେଲ୍‌ରେ ପରିବର୍ତ୍ତନ କରିଥାଏ। ଜେମିନିର ‘ନାନୋ ବାନାନା’ ଟୁଲ୍‌ରେ ଫଟୋ ଦେଇ ନାନୋ ବାନାନାରୁ ଏଭଳି ରେଟ୍ରୋ ଫଟୋ ତିଆରି ହେଉଛି।

କ’ଣ AIରୁ ଫୋଟୋ ତିଆରି କରିବା ନିରାପଦ?

କୌଣସି AIରୁ ଫଟୋ ତିଆରି କରିବାକୁ ପ୍ରଥମେ ନିଜେ ଫଟୋ ଦେବାକୁ ପଡିଥାଏ। ଏହି ପ୍ରକାରରେ ଆପଣଙ୍କର ଅନେକ ତଥ୍ୟ ଆପଣ ସାର୍ବଜନିକ ଭାବେ ନିଜେ ଦେଇଥାଆନ୍ତି। ଇଣ୍ଟରନେଟ୍‌ରେ ଯେଉଁ ଜିନିଷ ଥରେ ଚାଲିଗଲା, ତାହା କେବେ ଶେଷ ହୁଏ ନାହିଁ। କୌଣସି AI ଟୁଲ୍‌ରୁ ଫଟୋ ତିଆରି କରିବାରେ ସବୁଠାରୁ ବଡ଼ ବିପଦ ଏହା ଯେ ଆପଣ ନିଜର ଡିଜିଟାଲ୍ ପରିଚୟ ଉପରେ ନିୟନ୍ତ୍ରଣ ହରାଇ ଦିଅନ୍ତି। ଏକ ଡିଜିଟାଲ୍ ପରିଚୟ କୌଣସି ବ୍ୟକ୍ତି, ସଂଗଠନ କିମ୍ବା ଡିଭାଇସର ଅନଲାଇନ୍ ପରିଚାଳନା କରେ। ସିଧାସଳଖ କହିଲେ ଏହା ଆପଣଙ୍କର ଫୋଟୋ, ଇଉଜର ନାଁ, ପାସୱାର୍ଡ୍ ଏବଂ ଅନ୍ୟ ପର୍ସନାଲ୍ ଡିଟେଲ୍ସ୍ ମଧ୍ୟ AI ପାଖକୁ ଚାଲିଯାଏ। ଯେତେବେଳେ ଆପଣ ନିଜର ଫଟୋକୁ AI ଇମେଜ୍ ଜେନରେଟର୍‌ରେ ଅପଲୋଡ୍ କରନ୍ତି, ସେତେବେଳେ ଆପଣ ଏହାର ବ୍ୟବହାର କିପରି ହେବ ତାହାରୁ ନିୟନ୍ତ୍ରଣ ହରାଇ ଦିଅନ୍ତି। ସେହି ଫଟୋ ସମ୍ପର୍କିତ ଅନ୍ୟାନ୍ୟ ଡିଟେଲ୍ସ ମଧ୍ୟ AIକୁ ମିଳିପାରେ ଯାହାକୁ ଆପଣ ଶେୟାର୍ କରିବାକୁ ଚାହୁଁନାହାନ୍ତି, ଯେପରିକି- ଲୋକେସନ୍, ଫଟୋର ପୃଷ୍ଠଭୂମି(ପଛପଟ) ରେ ଦେଖାଯାଉଥିବା ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସବୁ AIକୁ ମିଳିଯାଇପାରେ।

ତେବେ ଏହାକୁ ଜେମିନି ତିଆରି କରୁଛି ନା କୌଣସି ବ୍ୟକ୍ତି ତିଆରି କରୁଛନ୍ତି, ତାହା ମଧ୍ୟ ଜଣା ପଡେନାହିଁ। ଜେମିନି ଏକ ଏମିତି SynthID ୱାଟରମାର୍କ୍ ବ୍ୟବହାର କରେ ଯାହା ଆଖିରେ ଦେଖାଯାଏ ନାହିଁ।

Scroll to Top