AI-Made Minister:କିଏ ଏହି ଡିଏଲା ? ଯାହାଙ୍କୁ ନେଇ ସବୁଠି ଚର୍ଚ୍ଚା

ai-made-minister:କିଏ-ଏହି-ଡିଏଲା-?-ଯାହାଙ୍କୁ-ନେଇ-ସବୁଠି-ଚର୍ଚ୍ଚା

ସାରା ବିଶ୍ୱ ଏବେ AI ମାୟାରେ ପଡିଛି। ସବୁ କାମକୁ ଅଟୋମେଟିକ୍ କରିବା ପାଇଁ ସମସ୍ତେ ତତ୍ପର। ଫଳରେ ଅନେକ ଦେଶରେ ଚାକିରି ସଙ୍କଟ ଦେଖିବାକୁ ମିଳିଛି। ଏହାରି ଭିତରେ କିନ୍ତୁ ଗୋଟିଏ ଦେଶ AIର ପୂରା ଫାଇଦା ନେଇଛି, ଯାହା ସଂପୂର୍ଣ୍ଣ ଭିନ୍ନ। ଏହି ଦେଶ AI ସହିତ ଦୁର୍ନୀତିକୁ ଦୂର କରିବା ନେଇ ଏକ ନୂତନ ଉଦାହରଣ ସୃଷ୍ଟି କରିଛି।

ସାରା ବିଶ୍ୱ ଏବେ AI ମାୟାରେ ପଡିଛି। ସବୁ କାମକୁ ଅଟୋମେଟିକ୍ କରିବା ପାଇଁ ସମସ୍ତେ ତତ୍ପର। ଫଳରେ ଅନେକ ଦେଶରେ ଚାକିରି ସଙ୍କଟ ଦେଖିବାକୁ ମିଳିଛି। ଏହାରି ଭିତରେ କିନ୍ତୁ ଗୋଟିଏ ଦେଶ AIର ପୂରା ଫାଇଦା ନେଇଛି, ଯାହା ସଂପୂର୍ଣ୍ଣ ଭିନ୍ନ। ଏହି ଦେଶ AI ସହିତ ଦୁର୍ନୀତିକୁ ଦୂର କରିବା ନେଇ ଏକ ନୂତନ ଉଦାହରଣ ସୃଷ୍ଟି କରିଛି।

ରିପୋର୍ଟ ଅନୁସାରେ ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ତାଙ୍କ କ୍ୟାବିନେଟରେ ଜଣେ AI ମନ୍ତ୍ରୀଙ୍କୁ ସାମିଲ କରିବାର ଘୋଷଣା କରିଛନ୍ତି। ଏହି ଭର୍ଚୁଆଲ୍ ମନ୍ତ୍ରୀଙ୍କ ନାଁ ହେଉଛି ଡିଏଲା, ଯାହାର ଅର୍ଥ ଆଲବାନିଆ ଭାଷାରେ “ସୂର୍ଯ୍ୟ”।

ପ୍ରକୃତରେ, AI ଟେକ୍ନୋଲୋଜୀ କ୍ଷେତ୍ରରେ, ଆଲବାନିଆ ଯାହା କରିଛି ତାହା ଆମେରିକା ଏବଂ ଚୀନ୍ ଭଳି ବିକଶିତ ଦେଶ ମଧ୍ୟ କରିପାରି ନାହାନ୍ତି। ଡିଏଲା ହେଉଛି ବିଶ୍ୱର ପ୍ରଥମ AI ମନ୍ତ୍ରୀ ଯାହାକୁ ଦୁର୍ନୀତିକୁ ଶେଷ କରିଦେବାର ଦାୟିତ୍ୱ ଦିଆଯାଇଛି।

Also Read

ପ୍ରଧାନମନ୍ତ୍ରୀ ରାମା କହିଛନ୍ତି ଯେ ଦୁର୍ନୀତି ଦୂର କରିବା ପାଇଁ ଡିଏଲା ସର୍ବସାଧାରଣ ପାଣ୍ଠି ପ୍ରକଳ୍ପ ଏବଂ ସରକାରୀ ଟେଣ୍ଡରଗୁଡ଼ିକୁ ତଦାରଖ କରିବ। ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ “ଦେଶର ସମସ୍ତ ସାର୍ବଜନୀନ ଟେଣ୍ଡର ୧୦୦ ପ୍ରତିଶତ ଦୁର୍ନୀତି ମୁକ୍ତ ହେବ।”

ତେବେ ଡିଏଲାକୁ ଏହି ବର୍ଷ ଆରମ୍ଭରେ ଇ-ଆଲବାନିଆ ନାମକ ଏକ ସରକାରୀ ଡିଜିଟାଲ୍ ପ୍ଲାଟଫର୍ମରେ ଲଞ୍ଚ କରାଯାଇଥିଲା। ଏଠାରେ ସେ ଜଣେ ଭର୍ଚୁଆଲ୍ ଆସିଷ୍ଟାଣ୍ଟ ଭାବରେ କାମ କରନ୍ତି ଏବଂ ପାରମ୍ପରିକ ଆଲବାନିଆନ୍ ପୋଷାକରେ ୟୁଜରମାନଙ୍କୁ ୱେବସାଇଟ୍ ନେଭିଗେଟ୍ କରିବାରେ ସାହାଯ୍ୟ କରନ୍ତି।

ପ୍ରଧାନମନ୍ତ୍ରୀ ରାମା ତାଙ୍କ ଶାସକ ସମାଜବାଦୀ ପାର୍ଟିକୁ କହିଛନ୍ତି ଯେ ସରକାରୀ ଟେଣ୍ଡରର ବିଜେତା ଫଇସଲା କରିବାର ଦାୟିତ୍ୱ ଏବେ ମନ୍ତ୍ରୀମାନଙ୍କ ବଦଳରେ ଡିଏଲାଙ୍କ ଉପରେ ରହିବ।

ସରକାରୀ ଟେଣ୍ଡରରେ ଘୋଟାଲା ସହିତ ଆଲବାନିଆରେ ଭ୍ରଷ୍ଟାଚାର ଦୀର୍ଘ ଦିନ ଧରି ଏକ ପ୍ରମୁଖ ସମସ୍ୟା ହୋଇ ରହିଛି। ଏହି AI ସିଷ୍ଟମ ପ୍ରତ୍ୟେକ କମ୍ପାନୀ ଦ୍ୱାରା ଡକାଯାଉଥିବା ନିଲାମକୁ ସମୀକ୍ଷା କରିବ। ଫଳରେ ମାନବ ହସ୍ତକ୍ଷେପ ଦୂର ହେବ ଆଉ ଲାଞ୍ଚ, ଧମକ କିମ୍ବା ପକ୍ଷପାତିତା ଆଦି ଶେଷ ହୋଇଯିବ ବୋଲି ଆଶା କରାଯାଉଛି।

Scroll to Top