Trump Toughens Immigrant Stance: ଟେକ୍ସାସରେ ଭାରତୀୟ ନାଗରିକଙ୍କ ମୁଣ୍ଡ କାଟ ଘଟଣାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା

trump-toughens-immigrant-stance:-ଟେକ୍ସାସରେ-ଭାରତୀୟ-ନାଗରିକଙ୍କ-ମୁଣ୍ଡ-କାଟ-ଘଟଣାରେ-ଆମେରିକା-ରାଷ୍ଟ୍ରପତି-ଡୋନାଲ୍ଡ-ଟ୍ରମ୍ପଙ୍କ-ପ୍ରତିକ୍ରିୟା

ଟେକ୍ସାସରେ ଭାରତୀୟ ନାଗରିକଙ୍କ ମୁଣ୍ଡ କାଟ ଘଟଣାରେ ଟ୍ରମ୍ପ ପ୍ରତିକ୍ରିୟା ରଖି କହିଛନ୍ତି, ନାଗମଲ୍ଲୈୟା ଜଣେ ସମ୍ମାନିତ ସମାଜସେବୀ ଭାବେ ପରିଚିତ ଥିଲେ। ହତ୍ୟାକାରୀକୁ ଆମେରିକୀୟ ଆଇନର ସର୍ବୋଚ୍ଚ ଦଣ୍ଡ ମିଳିବ।

ଆମେରିକାର ଟେକ୍ସାସ୍‌ର ଡାଲାସ୍‌ରେ ଗତ ସପ୍ତାହରେ ଜଣେ ଭାରତୀୟ ବ୍ୟକ୍ତି ଚନ୍ଦ୍ର ନାଗମଲ୍ଲୈୟାଙ୍କର ଗଳା କାଟି ହୃଦୟବିଦାରକ ହତ୍ୟା କରାଯାଇଛି। ହତ୍ୟାକାରୀ ସିସିଟିଭି କ୍ୟାମେରାରେ ଧରାପଡ଼ିଛି ଏବଂ ସେ କ୍ୟୁବାରୁ ଆସିଥିବା ଏକ ଅବୈଧ ପ୍ରବାସୀ ଅଟେ ଯାହାର ଅପରାଧିକ ରେକର୍ଡ ରହିଛି। ଏବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ହତ୍ୟା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଆମେରିକାକୁ ପୁନର୍ବାର ନିରାପଦ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ପ୍ରଶାସନ ଅବୈଧ ପ୍ରବାସୀ ଅପରାଧୀମାନଙ୍କ ବିରୁଦ୍ଧରେ ଆଉ ନରମ ହେବେ ନାହିଁ।

ଟ୍ରମ୍ପ ତାଙ୍କର ଟ୍ରୁଥ୍ ସୋସିଆଲ୍ ପ୍ଲାଟଫର୍ମରେ କହିଛନ୍ତି, “ମୁଁ ଟେକ୍ସାସ୍‌ର ଡାଲାସ୍‌ରେ ଜଣେ ସମ୍ମାନିତ ସମାଜସେବୀ ଭାବେ ପରିଚିତ ଥିବା ଚନ୍ଦ୍ର ନାଗମଲ୍ଲୈୟାଙ୍କ ହତ୍ୟା ସମ୍ପର୍କିତ ଭୟଙ୍କର ଖବର ବିଷୟରେ ମୁଁ ଜାଣିଛି, ତାଙ୍କୁ କ୍ୟୁବାରୁ ଆସିଥିବା ଜଣେ ଅବୈଧ ପ୍ରବାସୀ ଦ୍ୱାରା ତାଙ୍କ ପତ୍ନୀ ଓ ପୁତ୍ରଙ୍କ ସାମ୍ନାରେ ନିର୍ମମ ଭାବେ ମୁଣ୍ଡ କାଟି ହତ୍ୟା କରାଯାଇଛି। ଏହି ଘଟଣା ଅତ୍ୟନ୍ତ ନିର୍ମମ, ଭୟଙ୍କର ଓ ଦୁଃଖଦାୟକ। ସେହି ଅବୈଧ ପ୍ରବାସୀ ଆମ ଦେଶରେ କେବେ ହେଲେ ରହିବା ଉଚିତ ନଥିଲା।”

ଟ୍ରମ୍ପ କହିଛନ୍ତି ଯେ ଅଭିଯୁକ୍ତ ଯୋର୍ଡାନିସ୍ କୋବୋସ୍-ମାର୍ଟିନେଜ୍‌କୁ ପୂର୍ବରୁ ଶିଶୁ ଯୌନ ଶୋଷଣ, ଗ୍ରାଣ୍ଡ ଥେଫ୍ଟ ଅଟୋ ଏବଂ ମିଥ୍ୟା କାରାବାସ ଆଦି ଭୟଙ୍କର ଅପରାଧ ପାଇଁ ଗିରଫ କରାଯାଇଥିଲା। କିନ୍ତୁ କ୍ୟୁବା ନିଜ ଦେଶରେ ଏପରି ଦୁଷ୍ଟ ବ୍ୟକ୍ତିଙ୍କୁ ରଖିବାକୁ ଚାହୁଁନଥିଲା। ତେଣୁ ଜୋ ବାଇଡେନଙ୍କ ଯୋଗୁଁ ସେ ଏଠାରେ ଥିଲେ।”

Also Read

ସେ ଶେଷରେ ଲେଖିଛନ୍ତି, “ନିଶ୍ଚିତ ରୁହନ୍ତୁ, ଏପରି ପ୍ରବାସୀ ଅପରାଧୀମାନଙ୍କ ପାଇଁ ଆମେରିକାର ସମୟ ଶେଷ ହୋଇଛି। ହୋମଲ୍ୟାଣ୍ଡ ସିକ୍ୟୁରିଟି ସେକ୍ରେଟାରୀ କ୍ରିଷ୍ଟି ନୋଏମ, ଆଟର୍ନି ଜେନେରାଲ ପାମ ବଣ୍ଡି, ବର୍ଡର ଜାର ଟମ ହୋମାନ ଏବଂ ମୋ ପ୍ରଶାସନର ଅନ୍ୟାନ୍ୟ ଅନେକ ସଦସ୍ୟ ଆମେରିକାକୁ ପୁନର୍ବାର ନିରାପଦ କରିବା ପାଇଁ ଅଦ୍ଭୁତ କାମ କରୁଛନ୍ତି। ଏହି ହତ୍ୟା ଘଟଣାକୁ ପ୍ରଥମ ଶ୍ରେଣୀ ମାମଲା ଭାବେ ଗ୍ରହଣ କରାଯାଇଛି। ହତ୍ୟାକାରୀକୁ ଆମେରିକୀୟ ଆଇନର ସର୍ବୋଚ୍ଚ ଦଣ୍ଡ ମିଳିବ।”

ସୂଚନାଯୋଗ୍ୟ, ୧୦ ସେପ୍ଟେମ୍ବର ସକାଳେ ଡାଲାସ୍‌ର ଡାଉନଟାଉନ ସୁଇଟ୍ସ ମୋଟେଲରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପୁଲିସ ଅନୁଯାୟୀ, କର୍ଣ୍ଣାଟକର ବାସିନ୍ଦା ଚନ୍ଦ୍ର ମୌଲି ନାଗମଲ୍ଲୈୟାଙ୍କୁ ତାଙ୍କ ସହକର୍ମୀ ଯୋର୍ଡାନିସ୍ କୋବୋସ୍-ମାର୍ଟିନେଜ୍ ଏକ ନଷ୍ଟ ହୋଇଥିବା ଓ୍ୱାଶିଂ ମେସିନକୁ କେନ୍ଦ୍ର କରି ହତ୍ୟା କରିଥିଲେ। ଏକ ଖରାପ ୱାସିଂ ମେସିନକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହା ଏତେ ବଢିଯାଇଥିଲା ଯେ ଅଭିଯୁକ୍ତ ଚନ୍ଦ୍ର ମୌଲିଙ୍କୁ ହତ୍ୟା କରିଦେଲା। ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ଅଧିକ ପଢନ୍ତୁ: କାହିଁକି ଭାରତୀୟଙ୍କ ପାଇଁ ଅସୁରକ୍ଷିତ ହେଉଛି ଆମେରିକା? ଗୋଟିଏ ପରେ ଗୋଟିଏ ଯାଉଛି ଜୀବନ

Scroll to Top