Revised Price: ରହିବ ନୂଆ MRP – ଲିଭିବନି ପୁରୁଣା ଦର, ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ ବାଧ୍ୟତାମୂଳକ

revised-price:-ରହିବ-ନୂଆ-mrp-–-ଲିଭିବନି-ପୁରୁଣା-ଦର,-ସାମଗ୍ରୀ-ଉପରେ-ସଂଶୋଧିତ-ମୂଲ୍ୟ-ଉଲ୍ଲେଖ-ବାଧ୍ୟତାମୂଳକ

କେନ୍ଦ୍ର ସରକାରଙ୍କ GST ହ୍ରାସ ପରେ ଏବେ ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ ରହିବ। ପ୍ୟାକିଂ ହୋଇସାରିଥିବା ଓ ଷ୍ଟକରେ ଥିବା ସାମଗ୍ରୀ ଉପରେ ପୁରୁଣା ଦରକୁ ନ ଲିଭାଇ ନୂଆ MRP ଲେଖିବା ବାଧ୍ୟତାମୂଳକ। ଏ ନେଇ ସମସ୍ତ ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ ନିର୍ଦ୍ଦେଶ ଜାରି କରିବା ଲାଗି ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ରାଜ୍ୟରେ ନିୟମକୁ କଡାକଡି ଭାବେ ପାଳନ କରାଯିବ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ । ସେପଟେ ଜିଏସଟି ନମ୍ବର ଥିବା ଛୋଟ ବ୍ୟବସାୟୀ କିନ୍ତୁ ଏହା ଦ୍ବାରା ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ । …

GST ହାର ସଂଶୋଧନ ପରେ ବଦଳିବ MRP । ହେଲେ ସାମଗ୍ରୀରେ ରହିବ ପୁରୁଣା ଦର । ପାଖରେ ଲେଖାଯିବ ନୂଆ ଦର ।
ଦୁଇ ଥାକିଆ GST ପ୍ରଚଳନ ପରେ ବ୍ୟବସାୟୀଙ୍କୁ କେନ୍ଦ୍ର ସରକାରଙ୍କ କଡ଼ା ତାଗିଦ୍। ସଂଶୋଧିତ ଦରରେ ଗ୍ରାହକଙ୍କୁ ଯୋଗାଅ ସାମଗ୍ରୀ। ଅତ୍ୟାବଶ୍ୟକଠାରୁ ଆରମ୍ଭ କରି ଇଲେକଟ୍ରୋନିକ୍ ଆଇଟମ ଯାଏ। ସବୁଥିରେ ପୁରୁଣା ଦର ନ ଲିଭାଇ ତା ପାଖରେ ନୂଆ ଦର ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ MRP ପାଇଁ ପୁନଃ stickering କରାଯିବ। ଜିଏସଟି ହ୍ରାସ ପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। GST ସ୍ଲାବ୍ ରେ ପରିବର୍ତ୍ତନ ପରେ ବିକ୍ରି ହୋଇ ନ ଥିବା ଏବଂ ପ୍ୟାକିଂ ହୋଇସାରିଥିବା ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବା ବାଧ୍ୟତାମୂଳକ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟକୁ ଚିଠି ଲେଖି ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ ଉକ୍ତ ନିର୍ଦେଶ ଜାରି କରିବା ପାଇଁ କୁହାଯାଇଛି।

Also Read

ଏଥିରେ ଉଲ୍ଲେଖ ରହିଛି ଯେ ଜିଏସ୍ ଟି ସଂଶୋଧନ ହେବା ପୂର୍ବରୁ ଗଛିତ ଥିବା ସାମଗ୍ରୀ ଉପରେ ନୂଆ ଦର ବା ଏମ୍ ଆରପି ଉଲ୍ଲେଖ ରହିବା ଜରୁରୀ। ହ୍ରାସ ପାଇଥିବା ଜିଏସଟି ଅନୁସାରେ ନୂଆ ଏମ୍ ଆରପି ଲାଗୁ ହେବା ଆବଶ୍ୟକ। ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କିମ୍ବା ଷ୍ଟକ୍ ଶେଷ ହେବା ଯାଏ ଉକ୍ତ ନିର୍ଦେଶନାମା ଲାଗୁ ହେବ। ମୁଲ୍ୟ ସଂଶୋଧନ ସମ୍ପର୍କରେ ଉତ୍ପାଦକ, ପ୍ୟାକର୍, ଆମଦାନୀକାରୀ ଖବରକାଗଜରେ ବିଜ୍ଞାପନ ଦେବା ସହ ନିଜର ଡିଲର ଏବଂ ସ୍ଥାନୀୟ ମାପ ଓଜନ ବିଭାଗକୁ ନୋଟିସ ମାଧ୍ୟମରେ ଜଣାଇବେ ବୋଲି କୁହାଯାଇଛି। ରାଜ୍ୟ ଯୋଗାଣ ବିଭାଗ ମଧ୍ୟ କେନ୍ଦ୍ର ନିର୍ଦ୍ଦେଶକୁ କଡା କଡି ପାଳନ କରିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ଚଳିତ ମାସ ୨୨ ତାରିଖରୁ ନୂଆ ଦର ଲାଗୁ ହେବ। ୨୨ ତାରିଖ ପରେ ଯେଉଁ ଦର କମିବ, ସେଥିରେ କେନ୍ଦ୍ର ସରକାର ଇନପୁଟ କ୍ରେଡିଟ ଦେବେ। ଅର୍ଥାତ ବ୍ୟବସାୟୀମାନେ ସହିଥିବା କ୍ଷତି ରାଶି ପାଇବେ। ହେଲେ ଛୋଟ ବ୍ୟବସାୟୀ ଯାହାର GST ନମ୍ବର ନାହିଁ, ସେମାନେ ପାଇବେ ନାହିଁ। ସେମାନେ ବାଧ୍ୟ ହୋଇ ପୁରୁଣା ଦରରେ ବିକିବେ। ଯଦି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହାଲେ ବ୍ୟବସାୟ ଆଗକୁ ଯାଇ ପାରିବ ନାହିଁ ବୋଲି ଶଙ୍କା ପ୍ରକାଶ କରିଛି ବ୍ୟବସାୟୀ ସଂଘ। ଅନ୍ୟପଟେ ବଜାର ବିଶେଷଜ୍ଞ ଙ୍କ ମତ ହେଲା ଏହାଦ୍ବାରା ଖାଉଟି ଉପକୃତ ହେବା ସହ ଦେଶର ଆର୍ଥିକ ଅଭିବୃଦ୍ଧି ବଢିବ।

ଗତ ୩ ତାରିଖରେ ନୂଆଦିଲ୍ଲୀରେ ବସିଥିବା ୫୬ତମ ଜିଏସଟି କାଉନସିଲ ବୈଠକରେ ନେକ୍ସଟ୍ ଜେନେରେସନ୍ ଜିଏସଟି ସଂସ୍କାରକୁ ଅନୁମୋଦନ ଦିଆଯାଇଥିଲା । ଏହି କ୍ରମରେ ଜିଏସଟି ହାରରେ କେବଳ ୨ଟି ସ୍ଲାବ୍ ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା । …

ଅଧିକ ପଢ଼ନ୍ତୁ: ମଣିପୁର ପାଇଁ ହାତ ଖୋଲିଦେଲେ ପ୍ରଧାନମନ୍ତ୍ରୀ, ଢୁ ଢୁ ବର୍ଷାରେ ଆକାଶପଥରେ ନଯାଇ ଗଲେ ସଡକ ପଥରେ 

Scroll to Top