ରାଜଧାନୀରେ ହେବ ବୁଲା କୁକୁର ଗଣନା। ଭୁବନେଶ୍ୱର ମହାନଗର ନିଗମ- ବିଏମସି ପକ୍ଷରୁ ହେବ ବୁଲା କୁକୁର ଗଣନା। ଆସନ୍ତା ୧୭ ତାରିଖରୁ ୨୪ ତାରିଖ ମଧ୍ୟରେ ସମୁଦାୟ ୬୭ଟି ୱାର୍ଡରେ ଗଣନା କାର୍ଯ୍ୟ ପାଇଁ ଗଠନ ହେଲା ୪୧୦ଟି ଟିମ । ସଂକ୍ରମଣ ଜନିତ ରୋଗ, ଦୁର୍ଘଟଣାରୁ ରକ୍ଷାପାଇବା ପାଇଁ BMCର ଏହି ପ୍ରୟାସକୁ ସଭିଏ ସ୍ବାଗତ କରିଛନ୍ତି । ସେପଟେ ଗଣନା କାର୍ଯ୍ୟରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବ BMC
Credit: OTV
ବୁଲା କୁକୁରଙ୍କୁ ନେଇ ଟେନ୍ସନରେ BMC
ବୁଲା କୁକୁରଙ୍କୁ ନେଇ ଟେନ୍ସନରେ BMC । ଦିନକୁ ଦିନ ରାଜଧାନୀରେ ବୁଲା କୁକୁରଙ୍କ ବଢୁଛି ଉତ୍ପାତ । ସବୁଦିନ ସମସ୍ୟାରେ ପଡ଼ୁଛନ୍ତି ଜନସାଧାରଣ । ଏଣିକି କୁକୁର ଗଣିବ, ନଜର ରଖିବ BMC । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ୨୪ ତାରିଖ ମଧ୍ୟରେ ୨ଟି ପର୍ଯ୍ୟାୟରେ କୁକୁର ଗଣନା ହେବ । ବୁଲା କୁଜୁର ଗଣନା ପାଇଁ ଜୋନ୍, ୱାର୍ଡ ଓ ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଟିମ୍ ଗଠନ କରାଯାଇଛି । କୁକୁର ଗଣନା ପାଇଁ ୪୧୦ ଟିମ୍ ଗଠନ କରାଯାଇଛି । ସକାଳ ୫ଟାରୁ ସଂଧ୍ୟା ୭ଟା ଯାଏ ହେବ କୁକୁର ଗଣନା । ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ବାବଧାନରେ ସ୍ବଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମଟିଏ, ଡିଇଓ, ସିଓ, ଓ୍ବାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟ ସଂପାଦନ କରିବେ କୁକୁର ଗଣନାରେ BMC ମୋଟ୍ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବ।
Also Read
ଯେଉଁମାନେ ଏହି କୁକୁର ଗଣନା କାର୍ଯ୍ୟ ନିୟୋଜିତ ହେବେ ସେମାନଙ୍କୁ ୩ ଦିନିଆ ତାଲିମ ଦିଆଯାଇଛି। କୁକୁରଙ୍କ ଗତିବିଧି ଉପରେ ନଜର ରଖି ଗଣନା କରାଯିବ । BMCର କୁକୁର ଗଣନାକୁ ସ୍ବାଗତ କରିଛନ୍ତି ପଶୁ ପ୍ରେମୀ। କହିଛନ୍ତି କୁକୁର ଗଣନା ହେଲେ କେଉଁ ୱାର୍ଡରେ କେତେ କୁକୁର ଅଛନ୍ତି ଜଣାପଡ଼ିବ। ସହଜରେ ଖାଦ୍ୟ, ଭେକସିନ ଯୋଗେଇ ଦେଇ ପାରିବ । କୁକୁର ଗୋଟେ ସ୍ଥାନରେ ରୁହନ୍ତି ଅନ୍ୟ ଜାଗାରେ ରହିପାରନ୍ତି ନାହିଁ । ପ୍ରତି ବର୍ଷ କେତେ କୁକୁର ଜନ୍ମ ନେଉଛନ୍ତି ଓ ମରୁଛନ୍ତି ସବୁର ତଥ୍ୟ ରଖିପାରିବ BMC ।
ଭୁବନେଶ୍ୱରବାସୀଙ୍କ ସୁରକ୍ଷା, ଦୁର୍ଘଟଣା ଏବଂ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାରୁ ରକ୍ଷା କରିବା ପାଇଁ ବିଏମ୍ ସି ପକ୍ଷରୁ ରାଜ୍ୟରେ ପ୍ରଥମ କରି ଏହି ପଦକ୍ଷେପ ନିଆଯାଇଛି। ୮ ଦିନ ଧରି କୁକୁର ଗଣନା ହେବା । BMCର ଏ ପଦକ୍ଷେପ କୁ ସବୁ ମହଲରୁ ସ୍ବାଗତ କରାଯାଇଛି ।
ଭୁବନେଶ୍ବରରରୁ କେମେରାପର୍ସନ ସୋନ୍ତୋଷ ତରେଇ ଙ୍କ ସହ ଜ୍ୟୋତି ପ୍ରକାଶ ପତିଙ୍କ ରିପୋର୍ଟ ଓଟିଭି
- Reported by:
- ARACHANA SATPATHY , Jyotiprakash Pati





