ଚଢାଉ ସମୟରେ ପୋଲିସ ଘଟଣାସ୍ଥଳରୁ ୯ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏହା ବ୍ୟତୀତ ୪ ଜଣ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ପୋଲିସ ଜଣେ ମହିଳା ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି
ଉତ୍ତର ପ୍ରଦେଶର ମିରଟରେ ‘ଏଫେବଲ ଡିଜାଇନ୍ କମ୍ପାନୀଜ୍’ ନାମକ ଏକ ବଡ଼ କମ୍ପ୍ୟୁଟର ତାଲିମ କେନ୍ଦ୍ର ଯୁବକଯୁବତୀଙ୍କ ଭବିଷ୍ୟତ ଗଠନ ନାମରେ ଏକ ସେକ୍ସ ରାକେଟ୍ ଚଳାଉଥିଲା। ପୋଲିସ ଚଢାଉ କରି ଏହି ରାକେଟ୍ ର ପର୍ଦ୍ଦାଫାସ କରିଛି। ଚଢାଉ ସମୟରେ ପୋଲିସ ଘଟଣାସ୍ଥଳରୁ ୫ଜଣଙ୍କୁ ଗିରଫ ମଧ୍ୟ କରିଛି।
ଏହି ମାମଲା ମିରଟର ନୌଚଣ୍ଡି ପୋଲିସ ଷ୍ଟେସନ ଅଞ୍ଚଳର। ବାହାରୁ ଏହା ଏକ ସାଧାରଣ କମ୍ପ୍ୟୁଟର ସେଣ୍ଟର ପରି ଦେଖାଯାଉଥିଲା, ଯାହା ଉପରେ ଏକ ବଡ଼ ଏବଂ ଆକର୍ଷଣୀୟ ବୋର୍ଡ ଲଗାଯାଇଥିଲା। କିନ୍ତୁ ଭିତରେ ସେକ୍ସ ରାକେଟ୍ ଚାଲିଥିଲା। ଏହି ବ୍ୟବସାୟ ସୋସିଆଲ ମିଡିଆ ମାଧ୍ୟମରେ ଚାଲିଥିଲା, ଯେଉଁଠାରେ ଗ୍ରାହକମାନଙ୍କୁ ଅନଲାଇନରେ ଝିଅମାନଙ୍କ ଫଟୋ ପଠାଯାଉଥିଲା।
ପୋଲିସକୁ ଜଣେ ସୂଚନାଦାତାଙ୍କ ଠାରୁ ଏନେଇ ସୂଚନା ପାଇଥିଲେ। ସିଭିଲ୍ ଲାଇନ୍ସ ସିଓ ଅଭିଷେକ ତିୱାରୀଙ୍କ ନେତୃତ୍ୱରେ, ନୌଚଣ୍ଡି ଏବଂ ମେଡିକାଲ୍ ଥାନା ପୋଲିସ ଦଳ କମ୍ପ୍ୟୁଟର ସେଣ୍ଟର ଉପରେ ଚଢାଉ କରିଥିଲେ। ପୋଲିସ ପହଞ୍ଚିବା ମାତ୍ରେ ସେଣ୍ଟରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଏବଂ ଲୋକମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଅଧିକ ପୋଲିସ ଉପସ୍ଥିତି ଯୋଗୁଁ ଏହା ସମ୍ଭବ ହୋଇନଥିଲା।
Also Read
ଚଢାଉ ସମୟରେ ପୋଲିସ ଘଟଣାସ୍ଥଳରୁ ରିସେପ୍ସନିଷ୍ଟ ସମେତ ୯ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏହା ବ୍ୟତୀତ ୪ ଜଣ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ପୋଲିସ ଜଣେ ମହିଳା ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି, ଯେଉଁମାନେ ରାଜବୀର, ସକାଲାମ, ନୱାଜିଶ, ମାଜ ଏବଂ ଆସମା ସଚଦେବ ଭାବରେ ଚିହ୍ନଟ ହୋଇଛନ୍ତି।
ଏହା ପ୍ରଥମ ଘଟଣା ନୁହେଁ। ଏହାର ମାତ୍ର ଦୁଇ ଦିନ ପୂର୍ବରୁ ମିରଟର କବାଡି ବଜାରରେ ପାଞ୍ଚଟି ଜାଗା ଉପରେ ଚଢାଉ କରାଯାଇଥିଲା, ଯେଉଁଠାରୁ ନେପାଳ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟର ୧୭ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ପୋଲିସର ଏହି ନିରନ୍ତର କାର୍ଯ୍ୟାନୁଷ୍ଠାନ ସ୍ପଷ୍ଟ କରୁଛି ଯେ ମିରଟରେ ସେକ୍ସ ରାକେଟ ଗ୍ୟାଙ୍ଗ ସକ୍ରିୟ ଅଛନ୍ତି, ଯାହା ମାସ ମାସ ଧରି ଚାଲୁଥିଲା ଏବଂ ପୋଲିସ ସେମାନଙ୍କ ବିଷୟରେ କୌଣସି ସୁରାକ ପାଇନଥିଲା। ଏହା ପୋଲିସର କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ।




