ଦଶତୁଠରେ ଘଟିଗଲା ବଡ଼ ଅଘଟଣ। ପୁତୁରାକୁ ବଞ୍ଚାଇବାକୁ ଯାଇ ମହାନଦୀରେ ନିଖୋଜ ହୋଇଗଲେ ଦାଦା। ଜଗତସିଂହପୁର ଜିଲ୍ଲା ତାର୍ତ୍ତୋଲ ବ୍ରିଜ ନିକଟରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଖବର ଅନୁସାରେ ପୁତୁରା କାହ୍ନାର ମୃତ୍ୟୁ ହୋଇ ଯାଇଥିବା ବେଳେ ଦାଦା ସମ୍ପଦ ଜେନା ଏବେ ବି ନିଖୋଜ ଅଛନ୍ତି।
Credit: OTV
Missing in Mahanadi
ଦଶ ତୁଠରେ ଘଟିଗଲା ବଡ଼ ଅଘଟଣ। ପୁତୁରାକୁ ବଞ୍ଚାଇବାକୁ ଯାଇ ମହାନଦୀରେ ନିଖୋଜ ହୋଇଗଲେ ଦାଦା। ଜଗତସିଂହପୁର ଜିଲ୍ଲା ତାର୍ତ୍ତୋଲ ବ୍ରିଜ ନିକଟରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଖବର ଅନୁସାରେ ପୁତୁରା କାହ୍ନାର ମୃତ୍ୟୁ ହୋଇ ଯାଇଥିବା ବେଳେ ଦାଦା ସମ୍ପଦ ଜେନା ଏବେ ବି ନିଖୋଜ ଅଛନ୍ତି। ୧୦ ଦିନ ପୂର୍ବରୁ ସମ୍ପଦ ଜେନାଙ୍କ ବଡ଼ ବୋଉ ଚାଲି ଯାଇଥିଲା ବେଳେ ଘର ଲୋକଙ୍କ ମନରୁ ଦୁଃଖ ଯାଇନଥିଲା। ଆଉ ଆଜି ଦଶାହ କର୍ମ ସାରିବା ପାଇଁ ବନ୍ଧୁ ବାନ୍ଧବ ପ୍ରିୟ ପରିଜନ ନଦୀ ଘାଟକୁ ଯାଇଥିବା ବେଳେ ଏମିତି ଦୁର୍ଘଟଣା ଘଟି ଯାଇଛି।
ସୂଚନା ଅନୁସାରେ କୋଲର ପଂଚାୟତ ଅନ୍ତର୍ଗତ ନଗପୁରା ଗାଁର ଉକ୍ତ ପରିବାର ଆଜି ପାଖ ନଦୀ ଘାଟକୁ ଯାଇଥିଲେ। ସେଠାରେ ସମସ୍ତ କ୍ରିୟ କର୍ମ ଚାଲିଥିବା ବେଳେ ପୁତୁରା କାହ୍ନା ନଦୀରେ ଗାଧୋଉଥିଲା। ଆଉ ସେହି ସମୟରେ କାହ୍ନା ବୁଡ଼ି ଯାଉଥିବା ଦେଖି ଦାଦା ସମ୍ପଦ ଜେନା ଉଦ୍ଧାର କରିବା ପାଇଁ ନଦୀକୁ ଡେଇଁଥିଲେ। କିନ୍ତୁ ଦୁର୍ଭାଗ୍ୟ, ପୁତୁରାକୁ ବଞ୍ଚାଇବାକୁ ଯାଇ ସେ ନିଜେ ବି ଭାସିଗଲେ। ସୂଚନା ଅନୁସାରେ ସମ୍ପଦ ଜେନା ହେଉଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ।





