ED Summons:ଉର୍ବଶୀ ରାଉତେଲା ଓ ମିମି ଚକ୍ରବର୍ତ୍ତୀଙ୍କ ବଢ଼ିଲା ଅଡୁଆ, ଇଡିରେ ହାଜର ହେବାକୁ ସମନ

ed-summons:ଉର୍ବଶୀ-ରାଉତେଲା-ଓ-ମିମି-ଚକ୍ରବର୍ତ୍ତୀଙ୍କ-ବଢ଼ିଲା-ଅଡୁଆ,-ଇଡିରେ-ହାଜର-ହେବାକୁ-ସମନ

୧xବେଟ୍‌ ସାଧାରଣ ଲୋକଙ୍କୁ ବେଟିଂ ପାଇଁ ପ୍ରୋତ୍ସାହିତ କରିବା ସହ କୋଟି କୋଟି ଟଙ୍କା ହେରଫେର କରିଥିବା ଜଣାପଡ଼ିଛି। ଏଥିପାଇଁ ଇଡି ଏହାର ଖୋଳତାଡ଼ ଆରମ୍ଭ କରିଛି। ଭାରତରେ ୧xବେଟ୍‌ ବେଆଇନ ବେଟିଂ କାର୍ଯ୍ୟକଳାପରେ ଲିପ୍ତ ଥିଲା। ମନି ଲଣ୍ଡରିଂ, ଟିକସ ଫାଙ୍କିବା ଓ ଆଲୋଗରଦିମରେ ହେରଫେର କରିବା ଭଳି କାମରେ ୧xବେଟ୍‌ ସାମିଲ ଥିବା ଇଡି ଜାଣିବାକୁ ପାଇଛି।

ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୁରେଶ ରାଇନାଙ୍କୁ ପଚରାଉଚରା କରିବାର କିଛି ଦିନ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରବିବାର ଅଭିନେତ୍ରୀ ଉର୍ବଶୀ ରାଉତେଲା ଏବଂ ମିମି ଚକ୍ରବର୍ତ୍ତୀଙ୍କୁ ଏକ ବେଆଇନ ବେଟିଂ ଆପ୍ ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ଚାଲିଥିବା ତଦନ୍ତରେ ହାଜର ହେବାକୁ ସମନ କରିଛି।

ରିପୋର୍ଟ ଅନୁଯାୟୀ ମିମି ଚକ୍ରବର୍ତ୍ତୀଙ୍କୁ ସୋମବାର ସକାଳେ ଏଜେନ୍ସି ଦିଲ୍ଲୀ ମୁଖ୍ୟାଳୟରେ 1xBet ନାମକ ଏକ ଆପ୍ ସହିତ ଜଡିତ ଏକ ଅବୈଧ ବେଟିଂ ମାମଲାରେ ହାଜର ହେବାକୁ ଡାକିଛି । ଉର୍ବଶୀଙ୍କୁ ମଙ୍ଗଳବାର ଦିନ ହାଜର ହେବାକୁ କୁହାଯାଇଛି।

୧xବେଟ୍‌ ସାଧାରଣ ଲୋକଙ୍କୁ ବେଟିଂ ପାଇଁ ପ୍ରୋତ୍ସାହିତ କରିବା ସହ କୋଟି କୋଟି ଟଙ୍କା ହେରଫେର କରିଥିବା ଜଣାପଡ଼ିଛି। ଏଥିପାଇଁ ଇଡି ଏହାର ଖୋଳତାଡ଼ ଆରମ୍ଭ କରିଛି। ଭାରତରେ ୧xବେଟ୍‌ ବେଆଇନ ବେଟିଂ କାର୍ଯ୍ୟକଳାପରେ ଲିପ୍ତ ଥିଲା। ମନି ଲଣ୍ଡରିଂ, ଟିକସ ଫାଙ୍କିବା ଓ ଆଲୋଗରଦିମରେ ହେରଫେର କରିବା ଭଳି କାମରେ ୧xବେଟ୍‌ ସାମିଲ ଥିବା ଇଡି ଜାଣିବାକୁ ପାଇଛି।

Also Read

ଇଡି ମାମଲାକୁ ଗୁରୁତର ସହ ନେଇଛି। ଏହି ବେଟିଂ ଆପ୍ ଜରିଆରେ ବଡ଼ ଧରଣର ଠକେଇ ହେଉଛି। ସବୁଠୁ ବଡ଼ କଥା ହେଲା ବହୁ ବଡ଼ ବଡ଼ ଫିଲ୍ମ ଷ୍ଟାର ଓ କ୍ରିକେଟର, ଏହି ବେଟିଂ ଆପ୍‌ର ପ୍ରଚାର ପ୍ରସାର କରୁଥିଲେ। ତେଣୁ ଆଗାମୀ ଦିନରେ ଏହି ମାମଲାରେ ଆହୁରି ବଡ଼ ବଡ଼ିଆଙ୍କ ନାମ ଆସିପାରେ ବୋଲି ଚର୍ଚ୍ଚା ହେଉଛି।

ବେଆଇନ ବେଟିଂ ଆପ ୱାନଏକ୍ସବେଟ୍‌ର ପ୍ରଚାର ପ୍ରସାର କରିଥିଲେ ଧୱନ। ଏଥିପାଇଁ ତାଙ୍କୁ ସମନ କରିଥିଲା ଇଡି। ଧୱନ ଦିଲ୍ଲୀ ସ୍ଥିତ ଇଡି ଅଫିସରେ ପହଞ୍ଚିଥିଲେ। ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଧୱନଙ୍କ ବୟାନ ରେକର୍ଡ ହୋଇଛି। ୧xବେଟ୍‌ରେ ଧୱନଙ୍କ ଭୂମିକା କ’ଣ ଥିଲା? ସେ ଏଥିପାଇଁ କେତେ ଟଙ୍କା ପାଇଥିଲେ? ସେ ସବୁ ବିଷୟରେ ଇଡି ଜାଣିବାକୁ ଚାହୁଁଛି। ଏହାପୂର୍ବରୁ ଅନ୍ୟତମ କ୍ରିକେଟର ସୁରେଶ ରାଇନାଙ୍କୁ ମଧ୍ୟ ଇଡି ୧xବେଟ୍‌ ଠକେଇ ମାମଲାରେ ଜେରା କରିଥିଲା।

Scroll to Top