GST ସଂଶୋଧନ ହେବା ପୂର୍ବରୁ ସାମଗ୍ରୀରେ ନୂଆ ଦର ଉଲ୍ଲେଖ ରହିବ। ହ୍ରାସ ପାଇଥିବା GST ଅନୁସାରେ ନୂଆ ଦର ଲାଗୁ ହେବ।
Credit: OTV
GST
କେନ୍ଦ୍ର ସରକାରଙ୍କ ଜିଏସଟି ହ୍ରାସ ପରେ ଏବେ ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ ରହିବ। ଜିଏସ୍ଟି ସ୍ଲାବ୍ ରେ ପରିବର୍ତ୍ତନ କରିବା ପରେ, ପୂର୍ବରୁ କିଣାଯାଇଥିବା କିମ୍ବା ପ୍ୟାକିଂ ହୋଇ ସାରିଥିବା ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବା ବାଧ୍ୟତାମୂଳକ।
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ ଏହି ନିର୍ଦ୍ଦେଶ ଜାରି ହୋଇଛି। ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ପତ୍ରରେ ଉଲ୍ଲେଖ ରହିଛି ଯେ ଜିଏସ୍ଟି ସଂଶାଧନ ହେବା ପୂର୍ବରୁ ଗଛିତ ଥିବା ସାମଗ୍ରୀ ଉପରେ ନୂଆ ଦର ଅର୍ଥାତ ଏମ୍ଆରପି ଉଲ୍ଲେଖ ରହିବା ଜରୁରୀ। ହ୍ରାସ ପାଇଥିବା ଜିଏସଟି ଅନୁସାରେ ନୂଆ ଏମ୍ଆରପି ଲାଗୁ ହେବା ଆବଶ୍ୟକ। ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କିମ୍ବା ଷ୍ଟକ୍ ଶେଷ ହେବା ଯାଏ ଉକ୍ତ ନିର୍ଦ୍ଦେଶନାମା ଲାଗୁ ହେବ। ପୁରୁଣା ମୂଲ୍ୟକୁ ନ ଲିଭାଇ ତାହା ନିକଟରେ ନୂଆ ମୂଲ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ରହିଛି।





