Student Found Inside Box: ବାକ୍ସରୁ ପିଲା ଉଦ୍ଧାର, କାର୍ଯ୍ୟାନୁଷ୍ଠାନ କେବେ?

student-found-inside-box:-ବାକ୍ସରୁ-ପିଲା-ଉଦ୍ଧାର,-କାର୍ଯ୍ୟାନୁଷ୍ଠାନ-କେବେ?

ଜରଡା ସରକାରୀ ନୋଡାଲ ହାଇସ୍କୁଲ ହଷ୍ଟେଲରେ ବାକ୍ସରୁ ଛାତ୍ର ଉଦ୍ଧାର ଘଟଣାରେ ସ୍କୁଲରେ PAITD, WEO ଅନ୍ୟ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି ।

Chinmayee Sahoo

  • Published: Sunday, 14 September 2025
  • Last updated: 14 September 2025, 01:48 PM IST

schoolCredit: OTV

ସ୍କୁଲ

ସୁନ୍ଦରଗଡ଼ ଗୁରୁଣ୍ଡିଆ ବ୍ଲକର ଜରଡ଼ା ସରକାରୀ ନୋଡାଲ ହାଇସ୍କୁଲରେ ବାକ୍ସରୁ ତୃତୀୟ ଶ୍ରେଣୀ ପିଲା ଉଦ୍ଧାର ହେବା ଘଟଣାରେ ତନାଘନା। ସ୍କୁଲରେ PAITD, WEO ଅନ୍ୟ ଅଧିକାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍କୁଲର ପ୍ରଧାନ ଶିକ୍ଷକ ଘଟଣାକୁ ସ୍ବିକାର କରିଥିବା ବେଳେ ପୂର୍ବରୁ ମଧ୍ୟ ସ୍କୁଲରେ ବିଭିନ୍ନ ଘଟଣା ଘଟିଥିବା ଜଣାପଡିଛି।

ଏହି ହଷ୍ଟେଲରେ ଜଣେ ଛାତ୍ର କରଡ଼ି ପାଣି ପିଇ ପୂର୍ବରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହଷ୍ଟେଲ ଦାୟିତ୍ବରେ ଥିବା ମହିଳା କୁଚିଣ୍ଡାରୁ ଯିବା ଆସିବା କରନ୍ତି। ସେ ନଥିବା ବେଳେ ଭଗବାନଙ୍କ ଭରସାରେ ଚାଲେ ହଷ୍ଟେଲ। ବାପା ମା ମଧ୍ୟ ତାଙ୍କ ପିଲାଙ୍କୁ ତାଙ୍କ ଭରସାରେ ଛାଡି ଥିବା ବେଳେ କିପରି ଚାଲିଛି ସରକାରୀ ହଷ୍ଟେଲ ତାକୁ ନେଇ ପ୍ରଶ୍ନ ଉଠିଛି।

ବିଦ୍ୟାଳୟ ଛାତ୍ରାବାସ ଭିତରେ ଏଭଳି ଘଟଣା ପରେ ଏବେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ। ବିଦ୍ୟାଳୟ ମଧ୍ୟରେ ଦୁଇ ଛାତ୍ରଙ୍କ ମଧ୍ୟରେ ମାଡପିଟ ପରେ ତୃତୀୟ ଶ୍ରେଣୀର ଛାତ୍ରାବାସରେ ଥିବା ଏକ ବାକ୍ସ ଭିତରେ ପ୍ରାୟ 4 ଘଣ୍ଟା ଲୁଚିରହିଥିଲେ। ପରେ ଅଚେତ ଅବସ୍ଥାରେ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Also Read

ଓଟିଭି ବିଜ୍ଞାପନ

Scroll to Top