Mid-day Meal: ମଧ୍ୟାହ୍ନଭୋଜନ ଖାଇ ୯୦ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

mid-day-meal:-ମଧ୍ୟାହ୍ନଭୋଜନ-ଖାଇ-୯୦-ଛାତ୍ରଛାତ୍ରୀ-ଅସୁସ୍ଥ,-ହସ୍ପିଟାଲରେ-ଭର୍ତ୍ତି

ରାଜକୀୟ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ପୋଷଣ ଯୋଜନା ଅଧୀନରେ ମଧ୍ୟାହ୍ନଭୋଜନ ଖାଇବା ପରେ ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ରାଜସ୍ଥାନର ଦୌସା ଜିଲ୍ଲାରେ ଏକ ସରକାରୀ ବିଦ୍ୟାଳୟର ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀ ଶୁକ୍ରବାର ଦିନ ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇ ପଡିଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପେଟ ଯନ୍ତ୍ରଣା ହେବା ସହ ବାନ୍ତି ହେବାରୁ ପିଲାମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଖାଦ୍ୟ ବିଷକ୍ରିୟା ହୋଇଥିବା ଅନୁମାନ କରାଯାଉଛି। ତଦନ୍ତ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଚୂଡ଼ିୟାବାସ ଗାଁର ରାଜକୀୟ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଥିଲା। ସେଠାରେ ୧୫୬ ଜଣ ଛାତ୍ରଛାତ୍ରୀ ପୋଷଣ ଯୋଜନା ଅଧୀନରେ ରୁଟି ଓ ସନ୍ତୁଳା ଖାଇଥିଲେ। ମଧ୍ୟାହ୍ନ ଭୋଜନ ପରେ ତୁରନ୍ତ ଅନେକ ପିଲାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା। କିଛି ଘଣ୍ଟା ମଧ୍ୟରେ ଅନେକ ଛାତ୍ରଛାତ୍ରୀ ବାନ୍ତି, ପେଟରେ ଯନ୍ତ୍ରଣା ଓ ଅସୁସ୍ଥତା ଅନୁଭବ କଲେ। ଯାହା ଦ୍ୱାରା ଅଭିଭାବକ ଓ ବିଦ୍ୟାଳୟ କର୍ମଚାରୀମାନେ ଆତଙ୍କିତ ହୋଇ ଯାଇଥିଲେ।

ଏକ ମେଡିକାଲ ଟିମ୍‌ ବିଦ୍ୟାଳୟରେ ପହଞ୍ଚି ଅସୁସ୍ଥ ପିଲାମାନଙ୍କର ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ପିଲାମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନାଙ୍ଗଲ ରାଜବତନର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଗଲା। ସେଠାରୁ ଡାକ୍ତରମାନେ ସନ୍ଧ୍ୟା ସୁଦ୍ଧା ୪୯ ଜଣ ପିଲାଙ୍କୁ ଦୌସା ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ ପିଲାମାନଙ୍କ ଚିକିତ୍ସା ପାଇଁ ଅତିରିକ୍ତ ଡାକ୍ତର ଓ ନର୍ସିଂ ଷ୍ଟାଫ୍‌ ନିୟୋଜିତ କରାଯାଇଛି।

Also Read

ଜିଲ୍ଲା କଲେକ୍ଟର ଦେବେନ୍ଦ୍ର କୁମାର ମେଡିକାଲରେ ପହଞ୍ଚି ଅଧିକାରୀମାନଙ୍କୁ ପିଲାମାନଙ୍କ ପାଇଁ ଉନତ ଚିକିତ୍ସା ଓ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଅସୁସ୍ଥ ହେବାର ସଠିକ୍ କାରଣ ଜାଣିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, “ଖାଦ୍ୟ ନିରୀକ୍ଷକ ବିଦ୍ୟାଳୟରେ ପରିବେଷିତ ଖାଦ୍ୟର ନମୁନା ସଂଗ୍ରହ କରିଛନ୍ତି। ଏହି ମାମଲାର ତଦନ୍ତ କରାଯିବ ଓ ଦୋଷୀ ପ୍ରମାଣିତ ହେଲେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।”

ରାଜ୍ୟ ମନ୍ତ୍ରୀ କିରୋଡ଼ୀ ଲାଲ ମୀନା ଓ ବିଜେପି ନେତା ଜଗମୋହନ ମୀନା ମଧ୍ୟ ପିଲା ଓ ସେମାନଙ୍କ ପରିବାରକୁ ଭେଟିଥିଲେ।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ପରେ ବମ୍ବେ ହାଇକୋର୍ଟକୁ ମଧ୍ୟ ବୋମା ଧମକ, ଗୋଟିଏ ଦିନରେ ୨ଟି ବଡ଼ କୋର୍ଟକୁ ଟାର୍ଗେଟ

Scroll to Top