Market Complex Collapses: ଅଚାନକ ଭୁଶୁଡ଼ି ପଡ଼ିଲା ମାର୍କେଟ୍ କଂପ୍ଲେକ୍ସର ଦୁଇ ମହଲା କୋଠା, ଚାପି ହୋଇ ଜଣେ ମୃତ…ଅଳ୍ପକେ ବର୍ତ୍ତିଗଲେ ଅନେକ

market-complex-collapses:-ଅଚାନକ-ଭୁଶୁଡ଼ି-ପଡ଼ିଲା-ମାର୍କେଟ୍-କଂପ୍ଲେକ୍ସର-ଦୁଇ-ମହଲା-କୋଠା,-ଚାପି-ହୋଇ-ଜଣେ-ମୃତ…ଅଳ୍ପକେ-ବର୍ତ୍ତିଗଲେ-ଅନେକ

କୋରାପୁଟରେ ବଡ଼ ଅଘଟଣ । ଅଚାନକ ଭୁଶୁଡ଼ି ପଡ଼ିଲା ବସଷ୍ଟାଣ୍ଡ ନିକଟ ବହୁ ପୁରାତନ ମାର୍କେଟ୍ କଂପ୍ଲେକ୍ସର ଦୁଇ ମହଲା କୋଠା । ଏଥିରେ ଜଣେ ବ୍ୟବସାୟୀଙ୍କର ଜୀବନ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ଅନେକ୍ ଲୋକ । ହେଲେ ସବୁଠାରୁ ବଡ଼କଥା, ଦୁର୍ବଳ ବିଲ୍ଡିଂର ମରାମତି ପାଇଁ ପ୍ରଶାସନ ପାଖରେ ବାରମ୍ବାର ଜଣାଇଲା ପରେ ବି କାହିଁକି ହେଉ ନ ଥିଲା ମରାମତି । ଯାହାକୁ ନେଇ ପ୍ରଶ୍ନ ଉଠିଛି ।…

ଭୟଙ୍କର… ହୃଦୟ ବିଦାରକ…ଲୋମ ଟାଙ୍କୁରା… କେହି କିଛି ବୁଝିବା ଆଗରୁ ଆଜି ତାସ୍ ପତା ଭଳି ଭୁଶୁଡ଼ି ପଡିଲା କୋରାପୁଟ୍ ଟାଉନ୍ ଉପରେ ଛିଡ଼ା ହୋଇଥିବା ବହୁ ପୁରାତନ ବିଶ୍ୱାସ ରାୟ ମାର୍କେଟ୍ କମ୍ପ୍ଲେକ୍ସ ବିଲ୍ଡିଂ। ଦିନ ଠିକ୍ ଗୋଟାଏ। କମ୍ଲେକ୍ସ ଖୋଲା ଥିଲା, ଲୋକବାକ କିଣାବିକା ବି କରୁଥିଲେ। ଆଉ ଠିକ୍ ସେତିକି ବେଳକୁ ଧଶିପଡିଲା ଦଦରା କାନ୍ଥ… ଭୁଶୁଡ଼ି ପଡିଲା ଦୁଇମହଲା ଛାତ… ଅନାୟସୟରେ ଚାଲିଗଲା ଜଣେ ଦୋକାନୀଙ୍କ ଜୀବନ।

ମାର୍କେଟ୍ ବିଲ୍ଡିଂ ପୂରା ଧୂଳିସାତ୍ । ଘଟଣା ଘଟିବା ପରେପରେ ତୁରନ୍ତ ଆରମ୍ଭ ହୋଇଯାଇଥିଲା ରେସକ୍ୟୁ ଅପରେସନ… ଘଟଣା ସ୍ଥଳରେ ପୋଲିସ୍, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ସମେତ ନିଜେ ପହଞ୍ଚି ଯାଇଥିଲେ ଏସପି। ଚାରିଚାରିଟି ଜେସିବି, ମେଟାଲ୍ ଡିଟେକ୍ଟର ଆଉ ହିଡେନ କ୍ୟାମେରା ଲଗାଇ ଯୁଦ୍ଧକାଳୀନଭିତ୍ତିରେ ରେସକ୍ୟୁ ଚାଲିଥିବା ବେଲେ ପ୍ରଶାସନ ପକ୍ଷରୁ କୁହାଯାଇଛି ଏଥିରେ ଜଣେ ଦୋକାନୀଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ହେଉଛି ପି. ଲୋକନାଥ…

ଏପଟେ ସାଙ୍ଘାତିକ୍ ଅଭିଯୋଗ ଆଣିଛନ୍ତି ମୃତ ପି. ଲୋକନାଥଙ୍କ ଭାଇ। ସେ କହିଛନ୍ତି ଏ ବିଲ୍ଡିଂ ଦଦରା ହୋଇଗଲାଣି ବୋଲି ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ବି କେହି ଶୁଣି ନ ଥିଲେ କି ବିହିତ ପଦକ୍ଷେପ ନେଇ ନ ଥିଲେ। ବରଂ ତାଙ୍କୁ କହି ଦେଇଥିଲେ ନିଜ ହିସାବରେ ମରାମତି କରିଦିଅ। ଆଉ ଆଜି ସେଠାରେ ମରାମତି କାମ ଚାଲିଥିବା ବେଳେ ୩ଜଣ ଶ୍ରମିକ କାମ କରୁଥିଲେ। ଆଉ ମରାମତି ସମୟରେ ହଠାତ୍ ଭୁଶୁଡ଼ି ପଡ଼ିଥିଲା ବିଲ୍ଡିଂ।

Also Read

ଖାଲି ସେତିକି ନୁହେଁ, ବିଶ୍ୱାସ ରାୟ ମାର୍କେଟ୍ କମ୍ପ୍ଲେକ୍ସ ବିଲ୍ଡିଂ ୧୯୯୦ ମସିହାରୁ ଏଠାରେ ତିଆରି ହୋଇଥିବା ବେଳେ କୋରାପୁଟ ରିଜିଓନାଲ ଇମ୍ପ୍ରୁଭମେଣ୍ଟ୍ ଟ୍ରଷ୍ଟ୍ (କ୍ରିଟ୍) ଅଧିନରେ ଏହା ପରିଚାଳିତ। ଆଜି ଯେଉଁ ବିଲ୍ଡିଂ ଭୁଶୁଡ଼ି ପଡିଛି ତାହା କିନ୍ତୁ ମୁଖ୍ୟ ବିଲ୍ଡିଂ ନୁହେଁ। ୨୦୦୦ ମସିହାରେ ମୁଖ୍ୟ ବିଲ୍ଡିଂକୁ ଲାଗି ଏଇ ଦୁଇମହଲା କୋଠା ନିର୍ମାଣ କରାଯାଇଥିଲା। ଆଜି ତାହା ଭୁଶୁଡ଼ି ପଡିଛି। ଲୋକଙ୍କ ଅଭିଯୋଗ ଉଚିତ୍ ଢଙ୍ଗରେ କାମ ହୋଇ ନ ଥିବାରୁ ଏଭଳି ଦୟନୀୟ ଅବସ୍ଥା ହୋଇଛି।

ଏବେ ପ୍ରଶ୍ନ ୯୦ ମସିହାରୁ ନିର୍ମାଣ ହୋଇଥିବା କୋଠା ଛିଡ଼ା ହୋଇଥିବା ବେଳେ, ୨୦୦୦ ମସିହାର କୋଠା ଭାଙ୍ଗିଲା କେମିତି? କିଏ କରିଥିଲା ନିର୍ମାଣ, ଆଉ ବାରମ୍ବାର ଅଭିଯୋଗ ସତ୍ୱେବି କାହିଁକି ମରାମତି ପାଇଁ ଦୃଷ୍ଟି ଦେଇ ନ ଥିଲା ପ୍ରଶାସନ୍?

Scroll to Top