Internal Rift in BJD: ପ୍ରଫୁଲ୍ଲଙ୍କ ନିଲମ୍ବନ ନିଷ୍ପତ୍ତିକୁ ନେଇ ବିଜେଡିରେ କଂପନ, ପରୋକ୍ଷରେ ଦଳ ମୁଖିଆଙ୍କୁ ବାଣୀ ଶୁଣାଇଲେ ବରିଷ୍ଠ ନେତା ପଦ୍ମନାଭ

internal-rift-in-bjd:-ପ୍ରଫୁଲ୍ଲଙ୍କ-ନିଲମ୍ବନ-ନିଷ୍ପତ୍ତିକୁ-ନେଇ-ବିଜେଡିରେ-କଂପନ,-ପରୋକ୍ଷରେ-ଦଳ-ମୁଖିଆଙ୍କୁ-ବାଣୀ-ଶୁଣାଇଲେ-ବରିଷ୍ଠ-ନେତା-ପଦ୍ମନାଭ

ପ୍ରଫୁଲ୍ଲଙ୍କ ନିଲମ୍ବନକୁ ନେଇ ବିଜେଡିରେ କଂପନ। ଅସନ୍ତୁଷ୍ଟଙ୍କ ସମସ୍ୟା ବୁଝି ସମାଧାନ ବଦଳରେ କାର୍ଯ୍ୟାନୁଷ୍ଠାନକୁ ଦଳ ଭିତରୁ ନାପସନ୍ଦ। ବରିଷ୍ଠ ନେତା ପଦ୍ମନାଭ ବେହେରା ତ ଏଇ ପ୍ରସଙ୍ଗରେ ସରକାରରେ ଥାଇ ଦଳ ଚଳାଇବା ଓ ବିରୋଧୀ ସିଟରେ ବସି ଦଳ ଚଳାଇବାର ଫରକ୍ ବତାଇ ଝଡ଼ ସୃଷ୍ଟି କରିଛନ୍ତି। ଯାହାକୁ ନେଇ ସରଗରମ ବିଜେଡି ରାଜନୀତି।…

Tapan Kumar Swain

  • Published: Saturday, 13 September 2025
  • Last updated: 13 September 2025, 08:26 PM IST

BJDCredit: OTV

BJD

ବିଜେଡିରେ ଏବେ ସହି ହେଉନି କି ରହିହେଉନି ସ୍ଥିତି । ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼ୁଛି ।
ହେଲେ ବର୍ତ୍ତମାନ ସ୍ଥିତିରେ ଦଳର ନିଲମ୍ବନ ଆକ୍ସନକୁ ବି ମାନିବାକୁ ନାରାଜ ବରିଷ୍ଠ। ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅନ୍ୟଜଣେ ବରିଷ୍ଠ ପଦ୍ମନାଭ ବେହେରାଙ୍କ ବିରୋଧ। ପଦ୍ମନାଭଙ୍କ କହିବା କଥା ଅସନ୍ତୁଷ୍ଟଙ୍କ ସମସ୍ୟା ବୁଝି ସମାଧାନ କରାଯାଇପାରିବ। ଦଳ ବର୍ତ୍ତମାନ ବିରୋଧୀ ସିଟରେ। ସରକାରରେ ଥିଲେ ଦଳ ଚଳାଇବା ଓ ବିରୋଧୀରେ ଥାଇ ଦଳ ଚଳାଇବା ଦୁଇଟି ଅଲଗା କଥା। ତେଣୁ ବରିଷ୍ଠ ହୁଅନ୍ତୁ କି ଯୁବ ଯିଏ ବି ଅସନ୍ତୁଷ୍ଟ ଅଛନ୍ତି ବିଜେଡିରେ ସେମାନଙ୍କ ଉପରେ ଆକ୍ସନ ବଦଳରେ ଆଲୋଚନା କରାଯାଇପାରିବ।

Also Read

ଅନ୍ୟପଟେ ଯେଉଁମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି ସେମାନେ ବାହାରେ ନିଜ କଥା ନକହି ଦଳୀୟ ଫୋରମରେ ଅବଗତ କରାଇବା ଉଚିତ ବୋଲି ବି ପରାମର୍ଶ ଦେଇଛନ୍ତି ପଦ୍ମନାଭ। ତେବେ ପ୍ରଫୁଲ୍ଲଙ୍କ ସପକ୍ଷରେ ପଦ୍ମନାଭଙ୍କ ବ୍ୟାଟିଂକୁ ନେଇ ବି ସରଗରମ ଦଳୀୟ ରାଜନୀତି। ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ପଦ୍ମନାଭଙ୍କ କୋର୍ଟକୁ ବଲ୍ ପକାଇ ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ସେ ନିଜେ ଯାଇ ବୁଝାସୁଝା କରନ୍ତୁ, ତାଙ୍କର କଣ ଦାୟିତ୍ବ ନାହିଁ ବୋଲି କହି ଟାର୍ଗେଟ୍ କରିଛନ୍ତି।

ବିଜେଡିରେ କମ୍ପନ ତୀବ୍ର ହେବାରେ ଲାଗିଛି। ଏନ୍.ଭାସ୍କର ରାଓ ଏବଂ ପ୍ରଫୁଲ୍ଲ ମଲ୍ଲିକଙ୍କ ପରେ ଏବେ ନିଲମ୍ବନ ଖଣ୍ଡା ମେଳି କରିଥିବା ବରିଷ୍ଠଙ୍କ ଉପରେ ରହିଛି। ଖାଲି ବରିଷ୍ଠ କାହିଁକି ଛାତ୍ର ଯୁବ ମହିଳା ସଂଗଠନରେ ବି ଫାଟ ଜଳ ଜଳ ଦିଶୁଛି। ବିପର୍ଯ୍ୟୟ ପରେ ଦଳ କୋର୍ସ କରେକ୍ସନ କରିବା ପରିବର୍ତ୍ତେ ଏବେ ଆକ୍ସନ ନେବା ଆରମ୍ଭ କରିଛି। ପଞ୍ଚାୟତ ପ୍ରତିନିଧିମାନେ ସରକାରୀ ଦଳ ମୁହାଁ। ଏଭଳି ସ୍ଥଳେ ଦଳ ଆକ୍ସନ ମୋଡକୁ ଆସିବା ଆତ୍ମଘାତୀ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି। ସେହିପରି ବିଜେଡିରୁ ଦୂରେଇ ଯାଇଥିବା ଅମର ଶତପଥୀ ଦଳରେ ବର୍ତ୍ତମାନର ସ୍ଥିତି ପାଇଁ ସିଧା ସଭାପତିଙ୍କୁ ଦାୟୀ କରିଛନ୍ତି।…

ଗୋଟିଏ ପଟେ ନବୀନଙ୍କ ଅସୁସ୍ଥତା। ଅନ୍ୟପଟେ ପାଣ୍ଡିଆନ୍ ଙ୍କ ଦଳରେ ଦବଦବା। ଏସବୁ ଭିତରେ ଦଳ ଭିତରେ ବିରୋଧ ବଢୁଛି। ନବୀନଙ୍କ ଆକ୍ସନ ମୋଡ ଦଳକୁ ସବଳ ନା ଦୁର୍ବଳ କରିବା ତାକୁ ଅପେକ୍ଷା।…

ଓଟିଭି ବିଜ୍ଞାପନ

Scroll to Top