ମୋ ଝିଅ ସହ ସେ ଟୋକାର ବ୍ରେକଅପ୍ ହୋଇଥିଲା। ଏବେ ଖାଲି ନେକେଡ୍ ଫଟୋ ଛାଡ଼ୁଛି। ମୋ ଝିଅକୁ ସେ ବାରମ୍ବାର ବ୍ଲାକ୍ ମେଲ୍ କରୁଥିଲା। କେନ୍ଦ୍ରାପଡା ଜିଲ୍ଲାରେ ଜଣେ ଯୁବତୀଙ୍କର ସନ୍ଦେହଜନକ ମୃତ୍ୟ ହେବା ପରେ ଆଜି ତାଙ୍କ ବାପା ଏଭଳି ପ୍ରତିକ୍ରିୟା ରିଖିଛନ୍ତି
Credit: OTV
Kendrapada
ଜଳିଗଲେ ନା ଜାଳିଦେଲେ ? କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଅଭାବନୀୟ ଘଟଣା। ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା କାଠିଆପଡା ଗାଁରେ ଘର ଭିତରେ ଜିଅନ୍ତା ଜଳିଯିବାରୁ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ। ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନି।
ଝିଅକୁ କେହି ଜଣେ ବ୍ଲାକ୍ ମେଲିଂ କରୁଥିଲେ ବୋଲି ମୃତକଙ୍କ ବାପା କହିଛନ୍ତି । ମୋ ଝିଅ ସହ ସେ ପିଲାର ବ୍ରେକଅପ୍ ହୋଇଥିଲା। ଏବେ ଖାଲି ନେକେଡ୍ ଫଟୋ ଛାଡ଼ୁଛି। ମୋ ଝିଅକୁ ସେ ବାରମ୍ବାର ବ୍ଲାକ୍ ମେଲ୍ କରୁଥିଲା। ଏନେଇ ପୂର୍ବରୁ ଅର୍ଥାତ ୭ରୁ ୮ ମାସ ତଳେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ବି ପୋଲିସ ଏତଲା ରଖିନଥିଲା ବୋଲି ମୃତକଙ୍କ ବାପା ଅଭିଯୋଗ ଆଣିଛନ୍ତି ।
Also Read
ପଡୋଶୀ କହିଛନ୍ତି ଝିଅ ଖୁବ ଭଲ ଓ ମେଳାପି ଥିଲେ । ତେବେ ଝିଅଟି ଜଣକୁ ଭଲ ପାଉଥିଲେ ।ପରେ ବ୍ରେକଅପ୍ ହୋଇଯାଇଥିଲା । କିନ୍ତ ସେ ପୁଅ ବ୍ଲାକମେଲ କରୁଥିଲା ଯାହା ପରିବାର ଲୋକ କହିଛନ୍ତି । ତେବେ ଘଟଣା ସମୟରେ ଘରେ କେହି ନଥିଲେ । ବାପା ଓ ମାଆ ପଟ୍ଟାମୁଣ୍ଡାଇ ଯାଇଥିଲେ । ମୃତକଙ୍କୁ ସକାଳ ୯ଟା ଯାଏ ଲୋକମାନେ ଦେଖିଛନ୍ତି । ଦିନ ୧୧ଟା ୩୦ପରେ ବାପା ମାଆ ଆସିବା ପରେ କବାଟ ବାଡେଇଥିଲେ । କିନ୍ତୁ କବାଟ ଖୋଲିନଥିଲା। ଶେଷରେ କବାଟ ଭାଙ୍ଗି ଭିତରକୁ ପଶିଥିଲେ ।
ସେପଟେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି କେନ୍ଦ୍ରାପଡ଼ା ଏସପି । ସେ କହିଛନ୍ତି କେଉଁ ପରିସ୍ଥିତିରେ ଯୁବତୀ ଜଳିଗଲେ ତାହାର ତଦନ୍ତ କରିବି । ଫୋରେନ୍ସିକ୍ ଟିମ୍ ଆସିଲା ପରେ ତଦନ୍ତ ଆଗକୁ ବଢ଼ିବ । ଏହା ସହ ପୋଲିସ ଏତଲା ଗ୍ରହଣ କରି ନ ଥିବା ଅଭିଯୋଗର ବି ତଦନ୍ତ ହେବ ବୋଲି ଏସପି ସୂଚନା ଦେଇଛନ୍ତି ।





