ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା। କଟ୍ ଅଫ୍ ମାର୍କରେ ରେଭେନ୍ସା ଆଗରେ ରହିଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ ରହିଛି। କଳାରେ ୮୧.୩୩ ପ୍ରତିଶତ, ବିଜ୍ଞାନରେ ୯୧.୮୩ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି।
Credit: OTV
“+2 Merit List Out, Ravenshaw Leads”
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା। କଟ୍ ଅଫ୍ ମାର୍କରେ ରେଭେନ୍ସା ଆଗରେ ରହିଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ ରହିଛି। କଳାରେ ୮୧.୩୩ ପ୍ରତିଶତ, ବିଜ୍ଞାନରେ ୯୧.୮୩ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି। ସେହିପରି ବାଣିଜ୍ୟରେ ୮୦.୨୦ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି। ଆସନ୍ତାକାଲିଠାରୁ ୧୪ ତାରିଖ ମଧ୍ୟରେ ନାମଲେଖା ହେବ। ପ୍ରଥମ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀମାନେ ନାଁ ଲେଖାଇପାରିବ।
ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ଖୁବ୍ ଶୀଘ୍ର ପାଠପଢ଼ା ଆରମ୍ଭ କରିବାକୁ ପୂର୍ବରୁ ବିଭାଗ ନିଷ୍ପତି ନେଇଥିଲା। ସେଇ ଆଧାରରେ ଜୁଲାଇ ୨୪ରୁ ହେବ ପାଠ ପଢା। ଯୁକ୍ତ ୩ରୁ ଯୁକ୍ତ୨ କ୍ୟାମ୍ପସ ଅଲଗା ହେବା ନେଇ ଏବେ ବି ନିଷ୍ପତି ହୋଇପାରିନାହିଁ। ଗଣଶିକ୍ଷା ବିଭାଗ ଉଚ୍ଚଶିକ୍ଷା ବିଭାଗ ସହ କଥା ହୋଇ କ୍ୟାମ୍ପସ ଅଲଗା କରିବା ପାଇଁ ବ୍ୟବସ୍ଥା ଜାରି ରଖିଛି। ଶୀଘ୍ର ସମାଧାନ କରି ପଦକ୍ଷେପ ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।





