୭୭ତମ ରାଜ୍ୟ ପୋଲିସ ଭଲିବଲ ଏବଂ ବାସ୍କେଟ ବଲ ପ୍ରତିଯୋଗିତା: କଟକ ଷଷ୍ଠ ବାଟାଲିୟନ ଟିମ ବିଜୟୀ

୭୭ତମ-ରାଜ୍ୟ-ପୋଲିସ-ଭଲିବଲ-ଏବଂ-ବାସ୍କେଟ-ବଲ-ପ୍ରତିଯୋଗିତା:-କଟକ-ଷଷ୍ଠ-ବାଟାଲିୟନ-ଟିମ-ବିଜୟୀ

୭୭ତମ ରାଜ୍ୟ ପୋଲିସ ଭଲିବଲ ଏବଂ ବାସ୍କେଟ ବଲ ପ୍ରତିଯୋଗିତା: କଟକ ଷଷ୍ଠ ବାଟାଲିୟନ ଟିମ ବିଜୟୀ

କ୍ରାଇମବ୍ରାଞ୍ଚ ଡିଜିପି କହିଛନ୍ତି ଯେ,ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳି ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଜିତିବା ହାରିବା ବଡ଼ ନୁହେଁ । ଜଣେ କ୍ରୀଡ଼ାବିତ ହେବାର ଲକ୍ଷ୍ୟ ରହିବା ଆବଶ୍ୟକ । ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶା ପୋଲିସ ଅନେକ କୃତିତ୍ବ ଅର୍ଜନ କରିଛି ।

Tanmay Kumar Mahalik

  • Published: Monday, 28 July 2025
  • Last updated: 28 July 2025, 09:56 PM IST

State Police Credit: OTV

କ୍ରୀଡ଼ାରେ ପୋଲିସର ଦକ୍ଷତା

ଓଏ.ପି ଷଷ୍ଠ ବାଟାଲିୟନ ଗ୍ରାଉଣ୍ଡରେ ଶେଷ ହେଲା ୭୭ ତମ ରାଜ୍ୟ ପୋଲିସ ଭଲ୍ଳିବଲ ଏବଂ ବାସ୍କେଟ ବଲ ପ୍ରତିଯୋଗିତା । ଭଲ୍ଳିବଲ ପ୍ରତିଯୋଗୀତାରେ କମିଶନରେଟ -ବି, ବାସ୍କେଟ ବଲ କ୍ରୀଡ଼ାରେ କଟକ ଷଷ୍ଠ ବାଟାଲିୟନ ଟିମ ବିଜୟୀ ହୋଇଛି । କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋସ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜୟୀ ଟିମ୍ ମାନଙ୍କୁ ପୁରସ୍କୃତ କରିଥିଲେ । ତେବେ ଏହି ମେଗା କ୍ରୀଡା ପ୍ରତିଯୋଗିତା ୬ ବର୍ଷ ବ୍ୟବଧାନ ପରେ ଆୟୋଜିତ ହୋଇଥିଲା । ସାରା ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ବାଟାଲିୟନରୁ ୨୫ଟି ପୋଲିସ ଭଲ୍ଳିବଲ ଟିମ ଓ ୫ଟି ପୋଲିସ ବାସ୍କେଟ ବଲ ଟିମ ଅଂଶ ଗ୍ରହଣ କରିଥିବାବେଳେ ସମୁଦାୟ ୪୨୯ ଜଣ ଖେଳାଳି ସାମିଲ ହୋଇଥିଲେ ।

କ୍ରାଇମବ୍ରାଞ୍ଚ ଡିଜିପି କହିଛନ୍ତି ଯେ,ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳି ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଜିତିବା ହାରିବା ବଡ଼ ନୁହେଁ । ଜଣେ କ୍ରୀଡ଼ାବିତ ହେବାର ଲକ୍ଷ୍ୟ ରହିବା ଆବଶ୍ୟକ । ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶା ପୋଲିସ ଅନେକ କୃତିତ୍ବ ଅର୍ଜନ କରିଛି । ପୂର୍ବରୁ ଭୋପାଳ ରେ ଅନୁଷ୍ଠିତ ସର୍ବଭାରତୀୟ ପୋଲିସ କ୍ରୀଡାରେ ଓଡ଼ିଶା ପୋଲିସ ମଧ୍ୟ ଶ୍ରେଷ୍ଟ ପ୍ରଦର୍ଶନ କରିଥିଲା ।

Also Read

ଏପରିକି ଇଂଲଣ୍ଡର ବର୍ମିଂହାମ ଠାରେ ଅନୁଷ୍ଠିତ ବିଶ୍ଵ ପୋଲିସ ଓ ଅଗ୍ନିଶମ କ୍ରୀଡାରେ ଭାରତୀୟ ଦଳକୁ ପ୍ରତିନିଧିତ୍ଵ କରି ଓଡ଼ିଶା ପୋଲିସର ୭ ଜଣ କୃତି କ୍ରୀଡାବିତ ମାନେ ଉତ୍କର୍ସ ଖେଳପ୍ରଦର୍ଶନ କରି ଦେଶ, ରାଜ୍ୟ ତଥା ଓଡିଶା ପୋଲିସକୁ ଗୌରବାନ୍ଵିତ କରିଥିଲେ । ବିଭିନ୍ନ ଆଥଲେଟିକ୍ସ ଏବଂ କରାଟେ ଇଭେଣ୍ଟରେ ବ୍ୟକ୍ତିଗତ ଭାବରେ ୧୩ ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୪ କାଂସ୍ୟ ସମେତ ୨୦ ପଦକ ହାସଲ କରିଥିଲେ ଓଡ଼ିଶା ପୋଲିସର ଖେଳାଳି । ଆଗମୀ ଦିନରେ ଏହି କ୍ରୀଡା ଆୟୋଜନ ରହିବ ଯାହାଦ୍ୱାରା ଓଡ଼ିଶା କ୍ରୀଡା ଜଗତରେ ଓଡ଼ିଶା ପୋଲିସ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିବ ବୋଲି କହିଥିଲେ କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋସ ମିଶ୍ର ।

  • Reported by:
  • DEBASHISH MOHANTY

ଓଟିଭି ହ୍ଵାଟ୍ସଅପ

Scroll to Top