ଛୋଟପିଲାଙ୍କୁ ଝାଲମୁଢ଼ି ଖାଇବାକୁ ଖୁବ ଭଲ ଲାଗେ । ଓଡ଼ିଶାର ନେକ ଜାଗାରେ ରାସ୍ତା କଡ଼ରେ ମସଲା ଝାଲମୁଢ଼ି ବିକାଯାଏ । ଏହାକୁ ସକାଳେ କିମ୍ବା ସଂଧ୍ୟାରେ ଜଳଖିଆ ହିସାବରେ ଖାଇ ହେବ ।
ଝାଲମୁଢ଼ି ହେଉଛି ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଲୋକପ୍ରିୟ ଏକ ସ୍ୱାଦିଷ୍ଟ ଓ ସହଜରେ ପ୍ରସ୍ତୁତ ହେଉଥିବା ଖାଦ୍ୟ। ଏହା ମୁଖ୍ୟତଃ ମୁଢ଼ି, ବିଭିନ୍ନ ପ୍ରକାର ମସଲା, ତେଲ ଓ କିଛି ପରିବା ମିଶାଇ ତିଆରି କରାଯାଏ। ଛୋଟପିଲାଙ୍କୁ ଝାଲ ମୁଢ଼ି ଖାଇବାକୁ ଖୁବ ଭଲ ଲାଗେ । ଅନେକ ଜାଗାରେ ରାସ୍ତା କଡ଼ରେ ମସଲା ଝାଲମୁଢ଼ି ବିକାଯାଏ ।
ଆବଶ୍ୟକ ସାମଗ୍ରୀ:
ମୁଢ଼ି -୨-୩ କପ୍
Also Read
ପିଆଜ – ୧ଟି (ଛୋଟ ଛୋଟ କାଟି ରଖନ୍ତୁ)
ଟମାଟୋ – ୧ଟି (ଛୋଟ ଛୋଟ କାଟି ରଖନ୍ତୁ)
କାକୁଡ଼ି – ୧/୨ (ଛୋଟ ଛୋଟ କାଟି ରଖନ୍ତୁ, ଇଚ୍ଛା ଅନୁସାରେ)
କଞ୍ଚା ଲଙ୍କା – ୧-୨ଟି (ଛୋଟ ଛୋଟ କାଟି ରଖନ୍ତୁ)
ଧନିଆ ପତ୍ର – ଅଳ୍ପ କାଟିକି ରଖନ୍ତୁ
କିଛି ଛଣା ସେଉ
ଶୁଖିଲା ମସଲା
ଲୁଣ – ସ୍ୱାଦ ଅନୁସାରେ
ଲଙ୍କା ଗୁଣ୍ଡ – ୧/୨ ଚାମଚ
ଜିରା ଗୁଣ୍ଡ – ୧/୨ ଚାମଚ (ଶୁଖିଲା ଜିରାକୁ ଭାଜି ଗୁଣ୍ଡ କରି ରଖନ୍ତୁ)
ଚାଟ୍ ମସଲା – ୧/୨ ଚାମଚ (ଇଚ୍ଛାନୁସାରେ)
ବାଦାମ – ୨-୩ ଚାମଚ (ଭାଜି ରଖନ୍ତୁ)
ତେଲ (ସୋରିଷ ତେଲ) ୧-୨ ଚାମଚ
ଲେମ୍ବୁ ରସ – ୧/୨ ଚାମଚ (ଇଚ୍ଛାନୁସାରେ)
ଝାଲମୁଢ଼ି ପ୍ରସ୍ତୁତ ପ୍ରଣାଳୀ
-ଏକ ବଡ଼ ପାତ୍ରରେ ୨-୩ କପ୍ ମୁଢ଼ି ନିଅନ୍ତୁ। ମୁଢ଼ିରେ କାଟି ରଖିଥିବା ପିଆଜ, ଟମାଟୋ, କାକୁଡ଼ି, କଞ୍ଚା ଲଙ୍କା ଓ ଧନିଆ ପତ୍ର ମିଶାନ୍ତୁ। ଇଚ୍ଛା ହେଲେ କଞ୍ଚା ଆମ୍ବ କିମ୍ବା ଗାଜର ମଧ୍ୟ ମିଶାଇ ପାରିବେ।
-ଏଥିରେ ଲୁଣ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଓ ଚାଟ୍ ମସଲା ମିଶାନ୍ତୁ। ସ୍ୱାଦ ଅନୁସାରେ ମସଲାର ପରିମାଣ ବଢ଼ାଇ ପାରିବେ କିମ୍ବା କମାଇ ପାରିବେ।
-୧-୨ ଚାମଚ ସୋରିଷ ତେଲ ମିଶାନ୍ତୁ। ୧/୨ ଚାମଚ ଲେମ୍ବୁ ରସ ମିଶାଇ ଏହାକୁ ଅଧିକ ଚଟପଟା କରିପାରିବେ ।
-ପରେ ବାଦାମ , ଛଣା ସେଉ ମିଶାନ୍ତୁ । ଏହା ଝାଲମୁଢ଼ିକୁ ଆହୁରି ସ୍ୱାଦିଷ୍ଟ କରିଥାଏ। ପରେ ସବୁକୁ ଭଲ ଭାବରେ ମିଶାନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ଟେଷ୍ଟି ମସଲା ଝାଲମୁଢ଼ି ।




