ଧୋନି ପ୍ରଥମେ କହିଥିଲେ ଯେ ତାଙ୍କୁ ଆଗାମୀ ପାଞ୍ଚ ବର୍ଷ ପାଇଁ କ୍ରିକେଟ୍ ଖେଳିବାକୁ ଅନୁମତି ମିଳିଛି । ହେଲେ ସେ ଏଥିରେ ଏକ “କିନ୍ତୁ” ଯୋଡ଼ି ପ୍ରଶଂସକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲେ । ସେ କହିଥିଲେ- ମୁଁ କେବଳ ମୋର ଦୃଷ୍ଟିଶକ୍ତି ପାଇଁ ଅନୁମତି ପାଇଛି ।
କ’ଣ ଏମଏସ ଧୋନି ଆଇପିଏଲର ପରବର୍ତ୍ତୀ ସିଜିନ୍ ଖେଳିବେ? ଏହି ପ୍ରଶ୍ନ ତାଙ୍କୁ ଅନେକ ଥର ପଚରାଯାଇଛି ।ଗତ କିଛି ସିଜିନ୍ ଧରି କୁହାଯାଉଛି ଯେ ଏହା ତାଙ୍କର ଶେଷ ସିଜିନ୍ । କିନ୍ତୁ ଧୋନି ପ୍ରତ୍ୟେକ ସିଜିନ୍ରେ ନୂଆ ଉତ୍ସାହ ସହିତ ପଡ଼ିଆକୁ ଆସିଥାନ୍ତି । ଏବେ, ଚେନ୍ନାଇର ଏକ EYE ହସ୍ପିଟାଲର ଏକ କାର୍ଯ୍ୟକ୍ରମରେ, ଧୋନି ତାଙ୍କ ଅବସରକୁ ନେଇ ମୁହଁ ଖୋଲିଛନ୍ତି । କହିଛନ୍ତି, ମୁଁ ଏବେ ବି ଆଇପିଏଲର ଆହୁରି ଅନେକ ସିଜିନ୍ ଖେଳିପାରିବି । କିନ୍ତୁ ଏହା ପରେ ସେ ଯାହା କହିଲେ ତାହା ପ୍ରଶଂସକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।
dhoni
ଧୋନି ପ୍ରଥମେ କହିଥିଲେ ଯେ ତାଙ୍କୁ ଆଗାମୀ ପାଞ୍ଚ ବର୍ଷ ପାଇଁ କ୍ରିକେଟ୍ ଖେଳିବାକୁ ଅନୁମତି ମିଳିଛି । ହେଲେ ସେ ଏଥିରେ ଏକ “କିନ୍ତୁ” ଯୋଡ଼ି ପ୍ରଶଂସକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲେ । ସେ କହିଥିଲେ- ମୁଁ କେବଳ ମୋର ଦୃଷ୍ଟିଶକ୍ତି ପାଇଁ ଅନୁମତି ପାଇଛି । ମୋତେ ମୋ ଶରୀର ପାଇଁ ମଧ୍ୟ ଅନୁମତି ଆବଶ୍ୟକ ।
Also Read
dhoni
ସେହିପରି ଚେନ୍ନାଇ ସହିତ ତାଙ୍କ ସମ୍ପର୍କ ବିଷୟରେ ମଧ୍ୟ କହିଛନ୍ତି ଧୋନି । ସେ କହିଥିଲେ, ଚେନ୍ନାଇ ସହ ଆମର ସମ୍ପର୍କ ବହୁତ ପୁରୁଣା । ଏହା IPL ଆରମ୍ଭ ହେବା ପୂର୍ବରୁ । ୨୦୦୫ ମସିହାରେ ମୁଁ ଚେନ୍ନାଇରେ ମୋର ଡେବ୍ୟୁ ଟେଷ୍ଟ ଖେଳିଥିଲି। ସେବେଠାରୁ, ଚେନ୍ନାଇ ସହ ଏକ ବିଶେଷ ସମ୍ପର୍କ ଗଢ଼ି ଉଠିଛି । ଏହା ପରେ, CSK ରେ ଯୋଗଦାନ ଏହି ସମ୍ପର୍କକୁ ଆହୁରି ମଜବୁତ କରିଛି । କାରଣ IPL ସମୟରେ ମୁଁ ଏଠାରେ 40 ରୁ 50 ଦିନ ବିତାଇଥାଏ । ଧୋନି କହିଥିଲେ ଯେ ଚେନ୍ନାଇ ମୋତେ ଜଣେ ଭଲ ବ୍ୟକ୍ତି ଏବଂ କ୍ରିକେଟର ହେବାରେ ବହୁତ ସାହାଯ୍ୟ କରିଛି ।
dhoni
ଆଇପିଏଲ ଇତିହାସର ସବୁଠାରୁ ସଫଳ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଗତ ଦୁଇଟି ସିଜିନରେ ଭଲ ପ୍ରଦର୍ଶନ କରିପାରିନି । ଉଭୟ ସିଜିନ୍ରେ ଦଳ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନଥିଲା । ଗତ ସିଜିନରେ ଚେନ୍ନାଇ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ଥିଲା । ଦଳ ମୋଟ 14 ଟି ମ୍ୟାଚ୍ ରୁ କେବଳ 4 ଟି ଜିତିପାରିଥିଲା ।




