Delhi Visit:ମୋହନ-ମନମୋହନଙ୍କ ଦିଲ୍ଲୀ ଗସ୍ତ ପରେ ‍ବଢ଼ିଲା ଚର୍ଚ୍ଚା, ଦଳର ନୂଆ ରାଜ୍ୟ କମିଟି ଉପରେ ଲାଗିପାରେ ମୋହର

delhi-visit:ମୋହନ-ମନମୋହନଙ୍କ-ଦିଲ୍ଲୀ-ଗସ୍ତ-ପରେ-‍ବଢ଼ିଲା-ଚର୍ଚ୍ଚା,-ଦଳର-ନୂଆ-ରାଜ୍ୟ-କମିଟି-ଉପରେ-ଲାଗିପାରେ-ମୋହର

ଦଳର ନୂଆ ରାଜ୍ୟ କମିଟି ଉପରେ ଲାଗିପାରେ କେନ୍ଦ୍ର ନେତୃତ୍ୱଙ୍କ ମୋହର। କମିଟିରେ କିଏ କିଏ ସ୍ଥାନ ପାଇବେ ? ଯେଉଁମାନେ ବାଦ୍  ପଡିବେ ? ସେମାନଙ୍କୁ କେଉଁଠି ଆଉ କେଉଁ ପଦବୀରେ ଥଇଥାନ କରାଯିବ ? ସେ ନେଇ ହେଉଛି ମାନସ ମନ୍ଥନ। ସେହିପରି ବୋର୍ଡ-ନିଗମ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବ ଶୀଘ୍ର ଏହା ଚୂଡାନ୍ତ ହୋଇପାରେ ବୋଲି କୁହାଯାଉଛି।

Manasranjan Mohanty

  • Published: Wednesday, 06 August 2025
  • Last updated: 06 August 2025, 08:41 PM IST

Delhi VisitCredit: OTV

Delhi Visit

ପୂରଣ ହେଲା ମହିଳା କମିଶନ ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ପଦ। ଖୁବ ଶୀଘ୍ର  ବୋର୍ଡ ଓ ନିଗମ ନିଯୁକ୍ତି ନେଇ ବଢିଲା ଆଶାୟୀଙ୍କ ଆଶା । ଗତକାଲିଠୁ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସାଙ୍ଗରେ ଯାଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ବି ଦିଲ୍ଲୀରେ । କୁହାଯାଉଛି ବିଜେପି ରାଜ୍ୟ କମିଟି ଏବଂ ବୋର୍ଡ-ନିଗମ ନିଯୁକ୍ତିକୁ ନେଇ ଜାତୀୟ ରାଜଧାନୀରେ ଚାଲିଛି ଅଙ୍କ କଷା।

ଦଳର ନୂଆ ରାଜ୍ୟ କମିଟି ଉପରେ ଲାଗିପାରେ କେନ୍ଦ୍ର ନେତୃତ୍ୱଙ୍କ ମୋହର। କମିଟିରେ କିଏ କିଏ ସ୍ଥାନ ପାଇବେ ? ଯେଉଁମାନେ ବାଦ୍  ପଡିବେ ? ସେମାନଙ୍କୁ କେଉଁଠି ଆଉ କେଉଁ ପଦବୀରେ ଥଇଥାନ କରାଯିବ ? ସେ ନେଇ ହେଉଛି ମାନସ ମନ୍ଥନ। ସେହିପରି ବୋର୍ଡ-ନିଗମ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବ ଶୀଘ୍ର ଏହା ଚୂଡାନ୍ତ ହୋଇପାରେ ବୋଲି କୁହାଯାଉଛି।

Also Read

ଦିଲ୍ଲୀ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟି ରାଜ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହା ସହ ସନ୍ଧ୍ୟାରେ ସାଂସଦମାନଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତିଙ୍କ ଏକ ବୈଠକ ମଧ୍ୟ ରହିଛି। ଯେଉଁଥିରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ପରେ ଦଳୀୟ ସଙ୍ଗଠନ ପ୍ରସଙ୍ଗରେ କେନ୍ଦ୍ର ନେତୃତ୍ୱଙ୍କୁ ମୋହନ-ମନମୋହନ ଭେଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏଠାରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ହୋଇପାରେ ବୋଲି କୁହାଯାଉଛି। 

ଗତ ମାସରେ ମଧ୍ୟ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ନେତୃତ୍ୱଙ୍କୁ ଭେଟିଥିଲେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି। ତେବେ ଏଥର ଦିଲ୍ଲୀରୁ ଫେରିବା ପରେ ସଂଗଠନ ଏବଂ ସରକାରରେ ବାକି ଥିବା ନିଷ୍ପତ୍ତି ତ୍ୱରାନ୍ୱିତ ହୋଇପାରେ । 

ଓଟିଭି ହ୍ଵାଟ୍ସଅପ

Scroll to Top