Jaundice Outbreak: ବ୍ୟାପୁଛି ଜଣ୍ଡିସ୍, ଟେଷ୍ଟ ପାଇଁ ଗଲା ୩୩ ନମୁନା

jaundice-outbreak:-ବ୍ୟାପୁଛି-ଜଣ୍ଡିସ୍,-ଟେଷ୍ଟ-ପାଇଁ-ଗଲା-୩୩-ନମୁନା

କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଗୋବିନ୍ଦପୁର ଗାଁରେ ଜଣେ ଜଣ୍ଡିସ୍ ପଜିଟିଭ ବାହାରିବା ପରେ ୩୩ ଜଣଙ୍କ ନମୁନା ଟେଷ୍ଟ ହେବା ପାଇଁ ପଠାଯାଇଛି। ଗାଁରେ ମେଡିକାଲ ଟିମ ପହଞ୍ଚି ଚିକିତ୍ସା ସେବା ଜାରି ରଖିଛି।

Chinmayee Sahoo

  • Published: Thursday, 07 August 2025
  • Last updated: 07 August 2025, 11:50 AM IST

jaundiceCredit: OTV

ଜଣ୍ଡିସ୍

କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଗୋବିନ୍ଦପୁର ଗାଁରେ ବ୍ୟାପୁଛି ଜଣ୍ଡିସ ରୋଗ। ଗାଁରେ ଜଣେ ପଜିଟିଭ ଚିହ୍ନଟ ହେବା ପରେ ୩୩ ଜଣଙ୍କର ନମୁନା ଟେଷ୍ଟ ପାଇଁ ଯାଇଥିଲା। ସେଥିରୁ ୧୪ ଜଣ ଶିଶୁ ଆକ୍ରାନ୍ତଙ୍କୁ ମାଣିଆବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପରେ ଗାଁରେ ମେଡିକାଲ ଟିମ ଆସି ଚିକିତ୍ସା ଜାରି ରଖିଛି। ଆଉ କିପରି ଗାଁ ରେ ଲୋକଙ୍କୁ ଜଣ୍ଡିସ ରୋଗ ନ ବ୍ୟାପିବ ସେ ନେଇ ମଧ୍ୟ ସମସ୍ତ ପ୍ରସ୍ତୁତି ସରିଛି।

ମାନପୁର ଗ୍ରାମ ପଞ୍ଚାୟତ ଅଧିନ ରେ ଚାଲିଥିବା ପାନୀୟଜଳ ଯୋଗାଣ ବିଭାଗ ଦ୍ବାରା ହେଉଥିବା ଜଳଯୋଗାଣ ପାଇପ ବିଭିନ୍ନ ସ୍ଥାନରେ ଫାଟିଥିବା କାରଣରୁ ଦୂଷିତ ପାଣି ପିଇ ସାଧାରଣଙ୍କ ମଧ୍ୟରେ ଏଭଳି ଜଣ୍ଡିସ୍ ବ୍ୟାପୁଥିବା ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡିଛି। ଖବରପାଇ ଘଟଣା ସ୍ଥଳକୁ ଯାଇଛନ୍ତି ବିଧାୟକ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଓ ମାଣିଆବନ୍ଧ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ।

ସେହିପରି ପୂର୍ବତନ ବିଧାୟକ ଦେବୀ ପ୍ରସାଦ ମିଶ୍ର ମଧ୍ୟ ଗାଁକୁ ଯାଇ ଲୋକଙ୍କ ସହ ବିଶେଷ ଆଲୋଚନା କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ପାଇପ ଲାଇନ ମରାମତି ସରିବା ପର୍ଯ୍ୟନ୍ତ ଗାଁରେ ବ୍ଲକ ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯିବ ବୋଲି ବିଧାୟକ ବିଜୟ ଦଳ ବେହେରା ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜଣ୍ଡିସ୍ ବ୍ୟାପୁଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।

Also Read

ଅଧିକ ପଢନ୍ତୁ: ପଟ୍ଟାମୁଣ୍ଡାଇରେ ଯୁବତୀ ଜଳିଯିବା ମାମଲା: ଆକ୍ସନ୍ ନେଲା କେନ୍ଦ୍ରାପଡ଼ା ପୋଲିସ୍

ଓଟିଭି ହ୍ଵାଟ୍ସଅପ

Scroll to Top