Justice Yashwant Varma: ସୁପ୍ରିମକୋର୍ଟରେ ହତାଶ ହେଲେ ଜଷ୍ଟିସ ବର୍ମା, ଆବେଦନ ଖାରଜ

justice-yashwant-varma:-ସୁପ୍ରିମକୋର୍ଟରେ-ହତାଶ-ହେଲେ-ଜଷ୍ଟିସ-ବର୍ମା,-ଆବେଦନ-ଖାରଜ

ଏହି ମାମଲାରେ ଜଷ୍ଟିସ ଯଶୱନ୍ତ ବର୍ମାଙ୍କୁ ସୁପ୍ରିମକୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନାହିଁ । ତାଙ୍କ ଆବେଦନ ଖାରଜ ହୋଇଛି । ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭାରତର ମୁଖ୍ୟ ବିଚାରପତି ଆକ୍ସନ ପାଇଁ ପତ୍ର ପଠାଇବା ଅସାମ୍ବିଧାନିକ ନୁହେଁ। ଏହା ସହିତ ସୁପ୍ରିମକୋର୍ଟ କହିଛନ୍ତି ଯେ ଜଷ୍ଟିସ ବର୍ମା ପୂର୍ବରୁ କେବେ ମଧ୍ୟ ଏହାର ବିରୋଧ କରିନଥିଲେ ଏବଂ ତଦନ୍ତ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ।

Tapan Kumar Swain

  • Published: Thursday, 07 August 2025
  • Last updated: 07 August 2025, 01:13 PM IST

Justice Yashwant VarmaCredit: OTV

Justice Yashwant Varma

ଜଷ୍ଟିସ ଯଶୱନ୍ତ ବର୍ମାଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି । ଦିଲ୍ଲୀରେ ଜଷ୍ଟିସଙ୍କ ଘର ପରିସରରୁ ବିପୁଳ ପରିମାଣର ଟଙ୍କା ପୋଡ଼ି ହେବା ଘଟଣା ସାମନାକୁ ଆସିଥିଲା । ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଜଷ୍ଟିସ୍ ବର୍ମାଙ୍କ ଆଚରଣ ପ୍ରଶ୍ନବାଚୀ ସୃଷ୍ଟି କରିବା ଭଳି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଯାଞ୍ଚ ପ୍ରକ୍ରିୟାର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଜଷ୍ଟିସ ବର୍ମା । ଯାଞ୍ଚ କମିଟି ପ୍ରକ୍ରିୟାକୁ ସେ ଚାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟ କହିଛନ୍ତି ଯାଞ୍ଚ କମିଟି ପ୍ରକ୍ରିୟାକୁ ପୂରା ପାଳନ କରାଯାଇଛି ।

ଏହି ମାମଲାରେ ଜଷ୍ଟିସ ଯଶୱନ୍ତ ବର୍ମାଙ୍କୁ ସୁପ୍ରିମକୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନାହିଁ । ତାଙ୍କ ଆବେଦନ ଖାରଜ ହୋଇଛି । ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭାରତର ମୁଖ୍ୟ ବିଚାରପତି ଆକ୍ସନ ପାଇଁ ପତ୍ର ପଠାଇବା ଅସାମ୍ବିଧାନିକ ନୁହେଁ। ଏହା ସହିତ ସୁପ୍ରିମକୋର୍ଟ କହିଛନ୍ତି ଯେ ଜଷ୍ଟିସ ବର୍ମା ପୂର୍ବରୁ କେବେ ମଧ୍ୟ ଏହାର ବିରୋଧ କରିନଥିଲେ ଏବଂ ତଦନ୍ତ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ।

Also Read

ଜଷ୍ଟିସ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ ଏଜି ମସିହଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।୩୦ ଜୁଲାଇରେ ସୁପ୍ରିମକୋର୍ଟ ଏହି ରାୟକୁ ସଂରକ୍ଷିତ ରଖିଥିଲେ। ଜଷ୍ଟିସ ବର୍ମା ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ସମୟରେ ତାଙ୍କ ସରକାରୀ ବାସଭବନ ପରିସରରେ ଏକ ଘରୁ ଜଳିଯାଇଥିବା ନଗଦ ଟଙ୍କା ମିଳିଥିଲା । ବିଚାରପତି ଘରେ ନଥିବା ବେଳେ ତାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ବେଳେ ଗୋଟିଏ ରୁମରେ ବିଡ଼ା ବିଡ଼ା ଟଙ୍କା ଦେଖିଥିଲେ । ଅଧାପୋଡା ଟଙ୍କାକୁ ଜବତ କରାଯାଇଥିଲା । ଏହା ପରେ ଜଷ୍ଟିସ ବର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଅନ୍ୟତ୍ର ବଦଳି କରାଯାଇଥିଲା । ଜଷ୍ଟିସ ବର୍ମାଙ୍କ ପାଇଁ ଏହି ମାମଲାରେ ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ମୁକୁଲ ରୋହତୋଗୀ ମାମଲା ଲଢୁଥିଲେ ।

ଅଧିକ ପଢ଼ନ୍ତୁ: ଉତ୍ତରକାଶୀ-ଧରାଲୀ ରାସ୍ତା ଅବରୋଧ, ବିମାନ ଯୋଗେ ପହଞ୍ଚିଲେ ଉଦ୍ଧାରକାରୀ ଦଳ 

ଓଟିଭି ହ୍ଵାଟ୍ସଅପ

Scroll to Top