Jhulan Yatra: ଚାଲିଛି ଝୁଲଣ ଯାତ୍ରା, ଆମୋଦିତ ହେଉଛନ୍ତି ଭକ୍ତ

jhulan-yatra:-ଚାଲିଛି-ଝୁଲଣ-ଯାତ୍ରା,-ଆମୋଦିତ-ହେଉଛନ୍ତି-ଭକ୍ତ

ଭାରତୀୟ ସଂସ୍କୃତିରେ ରାଧାକୃଷ୍ଣଙ୍କ ଶାଶ୍ୱତ ପ୍ରେମ କାହାଣୀର ବାର୍ତ୍ତା ବହନ କରିଥାଏ ଏହି ଯାତ୍ରା । ଗାଁର ଆରାଧ୍ୟ ଦେବତା ରାସବିହାରୀ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତିଦିନ ଶତାଧିକ ମହିଳା ଓ ବାଳିକା ରାଧାକୃଷ୍ଣଙ୍କ ଉଦ୍ଦେଶ୍ୟରେ ଝୁଲଣ ସଂଗୀତ ଗାନ କରୁଛନ୍ତି ।

Tapan Kumar Swain

  • Published: Thursday, 07 August 2025
  • Last updated: 07 August 2025, 06:55 PM IST

Jhulan YatraCredit: OTV

Jhulan Yatra

ଏବେ ଚାଲିଛି ଝୁଲଣ ଯାତ୍ରା । ଆସନ୍ତା ରାକ୍ଷୀପୂର୍ଣ୍ଣିମାରେ ଏହା ସମାପ୍ତ ହେବ । ନୟାଗଡ଼ ଜିଲ୍ଲା ଭାପୁର ପଦ୍ମାବତୀ ଗ୍ରାମର ରାସବିହାରୀ ମନ୍ଦିରରେ ଧୁମଧାମରେ ପାଳିତ ହେଉଛି ଏହି ଯାତ୍ରା । ଭାରତୀୟ ସଂସ୍କୃତିରେ ରାଧାକୃଷ୍ଣଙ୍କ ଶାଶ୍ୱତ ପ୍ରେମ କାହାଣୀର ବାର୍ତ୍ତା ବହନ କରିଥାଏ ଏହି ଯାତ୍ରା । ଗାଁର ଆରାଧ୍ୟ ଦେବତା ରାସବିହାରୀ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତିଦିନ ଶତାଧିକ ମହିଳା ଓ ବାଳିକା ରାଧାକୃଷ୍ଣଙ୍କ ଉଦ୍ଦେଶ୍ୟରେ ଝୁଲଣ ସଂଗୀତ ଗାନ କରୁଛନ୍ତି । ଏହି ଆଧ୍ୟାତ୍ମିକ ପରିବେଶରେ ସାମିଲ ହେବା ପାଇଁ ପାଖଆଖ ଗାଁରୁ ଲୋକମାନେ ମଧ୍ୟ ଆସୁଛନ୍ତି । କୃଷ୍ଣ ନାମ କୀର୍ତ୍ତନ କରି ଘରକୁ ଫେରୁଛନ୍ତି । ଏହି ଯାତ୍ରା ଉପଲକ୍ଷେ ମନ୍ଦିରକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଗାଁର ଅନ୍ୟ ଦୁଇ ମନ୍ଦିର ଗୋପୀନାଥ ମନ୍ଦିର ଓ କଇଁଫୁଲିଆ ରାଧାକୃଷ୍ଣ ମନ୍ଦିରରେ ମଧ୍ୟ ଭିଡ଼ ଜମୁଛି । ଏହି ଗାଁରେ ପ୍ରାୟ ଶହେ ବର୍ଷ ହେଲା ଏହି ଯାତ୍ରା ଅନୁଷ୍ଠିତ ହେଉଛି । ଏହି ଗ୍ରାମର ମୁରବୀ ସ୍ୱର୍ଗତ ପଦ୍ମନାଭ ସାମନ୍ତରାୟ ବୃନ୍ଦାବନରୁ  ରାଧାକୃଷ୍ଣଙ୍କ ମୂର୍ତ୍ତି ଆଣିବା ପରେ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । 

jhulan yatrajhulan yatra

Also Read

ଅଧିକ ପଢ଼ନ୍ତୁ: କେଉଁଠି କେଉଁଠି ରହିଛି ହିନ୍ଦୁ ଧର୍ମର ଚାରିଧାମ? କେଉଁ ଧାମର ମଠକୁ କ’ଣ କୁହାଯାଏ?

ଓଟିଭି ହ୍ଵାଟ୍ସଅପ

Scroll to Top