8

8

ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ନିୟମାବଳୀକୁ ମିଳିଲା ଅନୁମୋଦନ। ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ମିଟିଂରେ ମୋହର। କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଉପକୃତ ହେବେ।

author-image

8th Pay Commission

8th Pay Commission Photograph: (OTV)

ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ନିୟମାବଳୀକୁ ମିଳିଲା ଅନୁମୋଦନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ମିଟିଂରେ ଏଥିରେ ମୋହର ବାଜିଛି । ଏହି ନିଷ୍ପତ୍ତି ଫଳରେ କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଓ ୬୯ ଲକ୍ଷ ପେନସନଧାରୀ ଉପକୃତ ହେବାକୁ ଯାଉଛନ୍ତି । 
ଅଷ୍ଟମ ବେତନ କମିଶନ ୧୮ ମାସ ମଧ୍ୟରେ ସୁପାରିସ ପ୍ରଦାନ କରିବେ । ସରକାର ଗତ ଜାନୁଆରୀ ମାସରେ ଏନେଇ କମିଶନ ସେଟଅପ୍ କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । କମିଶନ ସାଲାରୀ ଷ୍ଟ୍ରକଚର୍, ପେନସନ ଓ ଅନ୍ୟ ଭତ୍ତା ନେଇ ପରାମର୍ଶ ପ୍ରଦାନ କରିବେ । ଟର୍ମସ ଅଫ ରେଫରାନ୍ସ ପ୍ରସ୍ତୁତ ବେଳେ ମନ୍ତ୍ରଣାଳୟ, ରାଜ୍ୟ ଏବଂ କର୍ମଚାରୀଙ୍କର ପରାମର୍ଶ ନିଆଯିବ ।
•    ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ନିୟମାବଳୀକୁ ମିଳିଲା ଅନୁମୋଦନ
•    ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ମିଟିଂରେ ମୋହର
•    କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଉପକୃତ ହେବାକୁ ଯାଉଛନ୍ତି
•    ୬୯ ଲକ୍ଷ ପେନସନଧାରୀ ବି ଉପକୃତ ହେବେ
•    ଅଷ୍ଟମ ବେତନ କମିଶନ ୧୮ ମାସ ମଧ୍ୟରେ ସୁପାରିସ ପ୍ରଦାନ କରିବେ 
•    ସାଲାରି ଷ୍ଟ୍ରକଚର୍, ପେନସନ ଓ ଅନ୍ୟ ଭତ୍ତା ନେଇ ପରାମର୍ଶ ଦେବେ

Scroll to Top