୯ ବର୍ଷ ସାନ ଗର୍ଲଫ୍ରେଣ୍ଡ ସହ ରୋମାଣ୍ଟିକ ହେଲେ କରଣ କୁନ୍ଦ୍ରା, ଲେଡି ଲଭ ସହ ଏପରି ସେଲିବ୍ରେଟ୍ କରୁଛନ୍ତି ଭାଲେଣ୍ଟାଇନ୍ସ ୱିକ୍

୯-ବର୍ଷ-ସାନ-ଗର୍ଲଫ୍ରେଣ୍ଡ-ସହ-ରୋମାଣ୍ଟିକ-ହେଲେ-କରଣ-କୁନ୍ଦ୍ରା,-ଲେଡି-ଲଭ-ସହ-ଏପରି-ସେଲିବ୍ରେଟ୍-କରୁଛନ୍ତି-ଭାଲେଣ୍ଟାଇନ୍ସ-ୱିକ୍

୯ ବର୍ଷ ସାନ ଗର୍ଲଫ୍ରେଣ୍ଡ ସହ ରୋମାଣ୍ଟିକ ହେଲେ କରଣ କୁନ୍ଦ୍ରା, ଲେଡି ଲଭ ସହ ଏପରି ସେଲିବ୍ରେଟ୍ କରୁଛନ୍ତି ଭାଲେଣ୍ଟାଇନ୍ସ ୱିକ୍

ଟେଲି ଟାଉନ୍‌ରେ ମୋଷ୍ଟ ଫେମସ୍ କପଲ କରଣ କୁନ୍ଦ୍ରା-ତେଜସ୍ଵୀ ପ୍ରକାଶ। ଏବେ ଦୁହେଁ ଭ୍ୟାକେସନ୍‌ରେ ଅଛନ୍ତି। ଏତିକି ହିଁ ନୁହେଁ ଖାସ୍ ଅନ୍ଦାଜରେ  ଭାଲେନଣ୍ଟାଇନ୍ ୱିକ୍ ସେଲିବ୍ରେଟ୍ କରୁଛନ୍ତି ।

Published By: Simran – Prameya-News7 Bureau | February 08, 2026 02:10 PM

NEWS7

karan

ନୂଆଦିଲ୍ଲୀ ୦୮।୦୨; ଟେଲି ଟାଉନ୍‌ରେ ମୋଷ୍ଟ ଫେମସ୍ କପଲ କରଣ କୁନ୍ଦ୍ରା-ତେଜସ୍ଵୀ ପ୍ରକାଶ। ଏବେ ଦୁହେଁ ଭ୍ୟାକେସନ୍‌ରେ ଅଛନ୍ତି। ଏତିକି ହିଁ ନୁହେଁ ଖାସ୍ ଅନ୍ଦାଜରେ  ଭାଲେନଣ୍ଟାଇନ୍ ୱିକ୍ ସେଲିବ୍ରେଟ୍ କରୁଛନ୍ତି । କରଣ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଭ୍ୟାକେସନ୍‌ ଅନେକ ଫଟୋ-ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଡି ଲଭ୍ ତେଜସ୍ଵୀ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ।

ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି ଦୁହେଁ ସମୁଦ୍ର ମଝିରେ ରୋମାଣ୍ଟିକ୍ ହେଉଛନ୍ତି। ଦୁହିଁଙ୍କ କେମେଷ୍ଟ୍ରି ଖୁବ୍ ସୁନ୍ଦର ଦେଖାଯାଉଛି । ଏହିକି ହିଁ ନୁହେଁ ରେଡ୍ ଓ ବ୍ଲୁ ବିକିନିରେ ତେଜସ୍ଵୀ ଗର୍ଜିଅସ୍ ଲାଗୁଥିବା ବେଳେ ସର୍ଟଲେସରେ କରଣଙ୍କ ସ୍ଵାଗ ଦେଖିବାକୁ ମିଳିଛି। କରଣ ତେଜସ୍ଵୀଙ୍କୁ ତାଙ୍କ ଗାଲରେ କିସ୍ କରୁଥିବାର ନଜର ଆସିଛନ୍ତି । ଯାହା ଖୁବ୍ ରୋମାଣ୍ଟିକ ଥିଲା । ଏହା ସହ ଦୁହେଁ ୱାଟର ଆକ୍ଟିଭିଟି ଏନଜୟ କରୁଥିବାର ଦେଖିବାକୁ ମିଳିଛି ।

ଉଭୟ ଭ୍ୟାକେସନ ଭିଡିଓ ଦେଖି ଲାଗୁଛି କି ସେମାନଙ୍କ ଭାଲେଟାଇନ୍ ୱିକ୍ ଖୁବ୍ ସୁନ୍ଦର କଟୁଛି ।କହିବାକୁ ଗଲେ କରଣ-ତେଜସ୍ଵୀ ଦୀର୍ଘ ସମୟ ଧରି ଡେଟ୍ କରୁଛନ୍ତି। କରଣ ୪୧ ବର୍ଷର ହୋଇଥିବାବେଳେ ତେଜସ୍ଵୀଙ୍କୁ ୩୧ ବର୍ଷ ବୟସ । ଦୁହିଁଙ୍କ ମଧ୍ୟରେ ୯ ବର୍ଷର ପାର୍ଥକ୍ୟ ଅଛି । ହେଲେ ସେମାନଙ୍କ ପ୍ରେମ ଦେଖିଲେ ଅଟୁତ ଲାଗୁଛି ।

Scroll to Top