୯୯ ଦିନରେ ଆସିଲା ରାୟ : ଦୃଷ୍ଟିହୀନ ନାବାଳିକା ଦୁଷ୍କର୍ମ ମାମଲାରେ ଆସାମୀକୁ ଆଜୀବନ କାରାଦଣ୍ଡ
Published By : Prameya-News7 Bureau | August 13, 2025 IST

ଝାରସୁଗୁଡ଼ା ୧୩।୮: ୯୯ ଦିନରେ ଆସିଲା ରାୟ । ଦୃଷ୍ଟିହୀନ ନାବାଳିକା ଦୁଷ୍କର୍ମ ମାମଲାରେ ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଜୁନ୍ ୨ ତାରିଖରେ ଜଣେ ଦୃଷ୍ଟିହୀନ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜୁନ୍ ୬ ତାରିଖରେ ରେଙ୍ଗାଲି ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଶୁଣାଣି କରି ମୁଖ୍ୟ ଆସାମୀ ଗିରିଧାରୀ ନାଏକକୁ ଆଜୀବନ ସଜ୍ଜା ଶୁଣାଇବା ସହ ପୀଡ଼ିତାଙ୍କୁ ୧୦ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ଅତିରିକ୍ତ ଦୌରାଜଜ୍ ପୂଜା ଷଡଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି ।
ଏ ସଂପର୍କରେ ସୂଚନା ଦେଇ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଜିଲ୍ଲା ପୋଲିସକୁ ପ୍ରଶଂସା କରିବା ସହ ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିକୁ ପାଥେୟ କରି ପୀଡିତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇବା ପାଇଁ କାର୍ଯ୍ୟ କରୁଛି ବୋଲି କହିଥିଲେ । ମହିଳା ଓ ନାବାଳିକା ଦୁଷ୍କର୍ମ ଭଳି କାର୍ଯ୍ୟରୁ ଦୂରେଇ ରହିବାକୁ ଏସ୍ପି ପରାମର୍ଶ ଦେଇଛନ୍ତି ।
You Can Read:
ମହଙ୍ଗା ପଡିଲା ବିଦେଶ ବୁଲା : ୩ କୃଷି ସେବା ସମବାୟ ସମିତିର ପ୍ୟାକ୍ସ ସମ୍ପାଦକ ନିଲମ୍ବିତ
ସମ୍ବନ୍ଧିତ ଖବର







