୮ମ ବେତନ ଆୟୋଗର ରୂପରେଖକୁ କ୍ୟାବିନେଟ୍ ମଞ୍ଜୁରୀ, ୧୮ ମାସର କାର୍ଯ୍ୟକାଳ, ୫୦ ଲକ୍ଷ କର୍ମଚାରୀଙ୍କୁ ଲାଭ

୮ମ-ବେତନ-ଆୟୋଗର-ରୂପରେଖକୁ-କ୍ୟାବିନେଟ୍-ମଞ୍ଜୁରୀ,-୧୮-ମାସର-କାର୍ଯ୍ୟକାଳ,-୫୦-ଲକ୍ଷ-କର୍ମଚାରୀଙ୍କୁ-ଲାଭ

୮ମ ବେତନ ଆୟୋଗର ରୂପରେଖକୁ କ୍ୟାବିନେଟ୍ ମଞ୍ଜୁରୀ, ୧୮ ମାସର କାର୍ଯ୍ୟକାଳ, ୫୦ ଲକ୍ଷ କର୍ମଚାରୀଙ୍କୁ ଲାଭ

Published By: Ajit – Prameya-News7 Bureau | October 28, 2025 03:43 PM

NEWS7

modi

ନୂଆଦିଲ୍ଲୀ: କ୍ୟାବିନେଟ୍ ଅଷ୍ଟମ ବେତନ କମିଶନ ଅଧୀନରେ ବିଚାର କରାଯିବାକୁ ଥିବା ପ୍ରସଙ୍ଗଗୁଡ଼ିକୁ ଅନୁମୋଦନ କରିଛି । ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେସାଇଙ୍କୁ ଅଧ୍ୟକ୍ଷା ଭାବରେ ନିଯୁକ୍ତ କରାଯାଇଛି । ଆଇଆଇଏମ ବେଙ୍ଗାଲୁରୁର ପ୍ରଫେସର ପୁଲକ ଘୋଷ ଓ ପେଟ୍ରୋଲିୟମ୍ ଗ୍ୟାସ୍ ସଚିବ ପଂକଜ ଜୈନ ସଦସ୍ୟ ରହିବେ । ​​​​​​​ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଅଷ୍ଟମ ବେତନ କମିଶନ ୧୮ ମାସ ମଧ୍ୟରେ ଏହାର ସୁପାରିଶ ଦାଖଲ କରିବ, ଯାହା ଜାନୁଆରୀ ୧, ୨୦୨୬ରୁ ଲାଗୁ ହେବାର ସମ୍ଭାବନା ଅଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କମିଶନଙ୍କ ସୁପାରିଶ ପ୍ରତିରକ୍ଷା ସେବା କର୍ମଚାରୀଙ୍କ ସମେତ ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପ୍ରାୟ ୬.୯ ଲକ୍ଷ ପେନସନଭୋଗୀଙ୍କୁ ସାମିଲ କରିବ ।

Scroll to Top