ଭୁବନେଶ୍ବର ୧୫।୮: ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ସ୍ବାଧୀନତା ସଂଘର୍ଷର ପ୍ରତିଟି ମୁହୂର୍ତ୍ତକୁ ମନେପକାଉଛି ସାରାଦେଶ । ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିଭଳି ଭୁବନେଶ୍ବର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିଭଳି ୩ ପ୍ରମୁଖ ଦଳ ମଧ୍ୟ ସ୍ବାଧୀନତା ଦିବସ ପାଳନ କରିଛନ୍ତି ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି ସ୍ଵାଧୀନତା ଦିବସ । ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ଅବସରରେ ଜାତୀୟ ସଙ୍ଗୀତ ଗାନ ସହ କର୍ମୀ ମାନଙ୍କୁ ସମ୍ବୋଧିତ କରିଛନ୍ତି ରାଜ୍ୟ ସଭାପତି ।

ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତିଚାରଣ କରିବା ସହ ବିକଶିତ ଓଡ଼ିଶା ଗଠନ ପାଇଁ ପରିଶ୍ରମ କରିବାକୁ ଆହ୍ଵାନ କରିଛନ୍ତି ରାଜ୍ୟ ବିଜେପି ସଭାପତି । ମନମୋହନ ଆହୁରି କହିଛନ୍ତି ଯେ, ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଯୋଗଦାନ ଅତୁଳନୀୟ ଥିଲା । ଆଜି ସଂକଳ୍ପ ନେବାର ଦିନ । ଓଡ଼ିଶାରେ ଅପାର ସମ୍ଭାବନା ରହିଛି ।

ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବାକୁ ପ୍ରଚେଷ୍ଟା କରିବାକୁ ପଡ଼ିବ । ଜଳସମ୍ପଦ, ଖଣିଜ, ପର୍ଯ୍ୟଟନ କ୍ଷେତ୍ର, ସୁଦୀର୍ଘ ବେଳାଭୂମି ଉପଯୋଗ କରିବା । ତେଣୁ ସମସ୍ତଙ୍କୁ ଟିମ୍ ସ୍ପିରିଟ୍ ସହ ସାମୁହିକ ନେତୃତ୍ବ ଏବଂ ସାମୁହିକ ଉତ୍ତର ଦାୟିତ୍ଵ ନେଇ କାମ କରିବାକୁ ଆହ୍ଵାନ କରିଛନ୍ତି ମନମୋହନ । ଏହାସହ ଓଡ଼ିଶାକୁ ବଡ଼ ପୁଞ୍ଜିନିବେଶ ଆସିଛି । କୃଷକଙ୍କ ରୋଜଗାର ବଢ଼ାଇବା ପାଇଁ ସରକାର ଯୋଜନା କରିଛନ୍ତି ବୋଲି ମନମୋହନ କହିଛନ୍ତି ।
You Can Read:
ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ




