୭୭ତମ ସାଧାରଣତନ୍ତ୍ର ଦିବସ ପାଳନ; ଏହି ଅବସରରେ କୋରାପୁଟ ଜିଲ୍ଲାକୁ ଓଡ଼ିଶା ମୁକୁଟର ମାଣିକ କହିଲେ ଉପମୁଖ୍ୟମନ୍ତ୍ରୀ

୭୭ତମ-ସାଧାରଣତନ୍ତ୍ର-ଦିବସ-ପାଳନ;-ଏହି-ଅବସରରେ-କୋରାପୁଟ-ଜିଲ୍ଲାକୁ-ଓଡ଼ିଶା-ମୁକୁଟର-ମାଣିକ-କହିଲେ-ଉପମୁଖ୍ୟମନ୍ତ୍ରୀ

କୋରାପୁଟ : କୋରାପୁଟରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିବା ସହ କୋରାପୁଟ ଜିଲ୍ଲାକୁ ଓଡ଼ିଶା ମୁକୁଟର ମାଣିକ କହିଥିଲେ। କୋରାପୁଟ ଜିଲ୍ଲାର କଫି ,ମାଣ୍ଡିଆ କୋଟପାଡ଼ ଶାଢ଼ୀକୁ ପ୍ରଶଂସା କରିଥିଲେ ଉପ ମୁଖ୍ୟମନ୍ତ୍ରୀ ।

କୋଟିଆ ହେଉଛି ଓଡ଼ିଶାର, ଓଡିଶାରେ ହିଁ ରହିବ। ଆଗକୁ କୋଟିଆ ଅନେକ ବିକାଶ କାର୍ଯ୍ୟ କରାଯିବ କହିଛନ୍ତି। କୋରାପୁଟ ଜିଲ୍ଲା ହେଉଛି ବୀର ପୁରୁଷଙ୍କ ମାଟି। ଏହି ମାଟିରେ ଭରି ରହିଛି ଅନେକ ବାସ୍ନା ଓ ସ୍ବପ୍ନ । ସେହି ସ୍ୱପ୍ନକୁ ପୂରଣ କରିବାକୁ ମୋହନ ସରକାର ପ୍ରତିଶ୍ରୁତିବଦ୍ଧ ।

 ଅନ୍ୟପଟେ କୋରପୁଟ ଚାଷୀଙ୍କର କେମିତି ଉନ୍ନତ ହୋଇପାରିବ। ସେମାନେ କେମିତି ଭଲ ଦୁଇ ପଇସା ରୋଜଗାର କରିବେ ସେ କ୍ଷେତ୍ରରେ ପଦକ୍ଷେପ ନେବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ। ଏହାସହ ଅନେକ ପ୍ରତିଶ୍ରୁତି ଦେଇଛନ୍ତି। 

Scroll to Top