୭ମାସ ସମୁଦ୍ରରେ ମାଛଧରା ନିଷେଧ, ପାରାଦୀପରେ ମେ ୩୧ ପର୍ଯ୍ୟନ୍ତ କଟକଣା

୭ମାସ-ସମୁଦ୍ରରେ-ମାଛଧରା-ନିଷେଧ,-ପାରାଦୀପରେ-ମେ-୩୧-ପର୍ଯ୍ୟନ୍ତ-କଟକଣା

୭ମାସ ସମୁଦ୍ରରେ ମାଛଧରା ନିଷେଧ, ପାରାଦୀପରେ ମେ ୩୧ ପର୍ଯ୍ୟନ୍ତ କଟକଣା

Published By: Prativa – Prameya-News7 Bureau | November 01, 2025 08:22 AM

NEWS7

fishing

ପାରାଦୀପ ୦୧/୧୧: ଆଜିଠୁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ କଟକଣା । ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ୭ ମାସ ସରକାରୀ କଟକଣା । ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବା ଉପରେ କଟକଣା । ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମଧ୍ୟ ମାଛଧରା ନିଷେଧ । ଯନ୍ତ୍ରଚାଳିତ ବୋଟ୍ ଚଳାଚଳ ବନ୍ଦ କରାଯାଇଛି । ତେବେ ଆଇନ ଭାଙ୍ଗିଲେ ଜେଲ୍ ଓ ଜରିମାନା ଲାଗୁ ହେବ । 

ସୂଚନା ଥାଉକି, ଆଜି ଠାରୁ ସମୁଦ୍ର ଭିତରେ ମାଛ ଧରା ଉପରେ କଟକଣା ଲାଗୁ କଲେ ସରକାର । କଇଁଛ ସୁରକ୍ଷା ପାଇଁ ନଭେମ୍ବର ୧ ରୁ ମଇ ୩୧ ସାତ ମାସ ଯାଏ ଉପକୂଳରୁ ସମୁଦ୍ର ଭିତରକୁ ମାଛ ଧରିବା ଉପରେ କଟକଣା ଜାରି କଲେ ସରକାର। ସମୁଦ୍ର କୂଳ ରୁ ୨୦ କିଲୋମିଟର ପର୍ଯ୍ୟନ୍ତ କୌଣଷି ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ଧରିପାରିବେ ନାହିଁ ମାଛ। ଓଡିଶାର ଦେବୀ, ଋଷିକୁଲ୍ୟା ଓ ବରୁଣେଇ ମୁହାଣ ମୁହଁରେ ଏଭଳି ପ୍ରତିବନ୍ଧକ ଲଗାଇଛନ୍ତି ସରକାର।

Scroll to Top