୬ କୋଟି ଟଙ୍କାର ମାରିଜୁଆନା ଜବତ, ବ୍ୟାଙ୍କକରୁ ଭୁବନେଶ୍ୱର ହେଉଥିଲେ ଚାଲାଣ
ଭୁବନେଶ୍ୱରରୁ ପୁଣି ମାରିଜୁଆନା ଜବତ । ଭୁବନେଶ୍ୱର ଏୟାରପୋର୍ଟରୁ ୬ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି । ଏହାସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ଏବଂ କଷ୍ଟମ ବିଭାଗ ।
Published By: Kirti – Prameya-News7 Bureau | March 24, 2026 09:56 AM
NEWS7
ଭୁବନେଶ୍ୱର ୨୪।୦୩ : ଭୁବନେଶ୍ୱରରୁ ପୁଣି ମାରିଜୁଆନା ଜବତ । ଭୁବନେଶ୍ୱର ଏୟାରପୋର୍ଟରୁ ୬ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି । ଏହାସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ଏବଂ କଷ୍ଟମ ବିଭାଗ ।
Also Read:-ପିଲାଛୁଆ ଜନ୍ମ ନହେବାରୁ ପିଶାଚ ସାଜିଲା ସ୍ବାମୀ, ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା
ଖବର ଅନୁଯାୟୀ, ଭୁବନେଶ୍ୱର ଏୟାରପୋର୍ଟରୁ ୬ କୋଟି ଟଙ୍କାର ମାରିଜୁଆନା ଜବତ କରିଛି Director of Revenue Intelligence (DRI) । ବ୍ୟାଙ୍କକରୁ ଭୁବନେଶ୍ୱର ଚାଲାଣ ବେଳେ, ଦୁଇ ଅଭିଯୁକ୍ତଙ୍କ ଠାରୁ ମିଳିଛି ୬ କୋଟି ଟଙ୍କାର ମାରିଜୁଆନା I ଦୁଇ ଅଭିଯୁକ୍ତ ଯୁବକ ତାମିଲନାଡୁର ବୋଲି ଜଣା ପଡିଛି I ଦୁଇ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି। ସେମାନେ ବ୍ୟାଗରେ ଭର୍ତ୍ତି କରି ହାଇଡ୍ରୋଫୋନିକ ଉଇଡ୍ ଆଣିଥିଲେ I ଯାହାର ଓଜନ ପ୍ରାୟ ୬ କିଲୋ ହେବ I ଏହାର ବଜାର ମୂଲ୍ୟ ୬ କୋଟି ଟଙ୍କାରୁ ଅଧିକ ହେବ।




