୫ ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ, ସବ୍ଡିଭିଜନ୍ ସ୍ତରରେ ପ୍ରସ୍ତୁତି ଆରମ୍ଭ
Published By: Ruby – Prameya-News7 Bureau | January 25, 2026 12:13 PM
NEWS7
ଭୁବନେଶ୍ବର ୨୫।୧: ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ୫ ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ ଏନେଇ ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ।
ସେ ଆହୁରି କହିଛନ୍ତି ଯେ, ସମୟ ଆସିଲେ ପଞ୍ଚାୟତ ନିର୍ବାଚନ ନେଇ ନିଷ୍ପତ୍ତି ହେବ । ପାଞ୍ଚୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସବ୍ ଡିଭିଜନ୍ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ୧୦ ଦିନ ଭିତରେ ଜିଲ୍ଲପାଳଙ୍କ ସହ ବୈଠକ ହୋଇଛି ।
ବୁଥ୍, ବାଲଟ୍ ବକ୍ସ ସହ ଯାହା ଯାହା ଆବଶ୍ୟକ କାମ ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଯେଉଁ ସ୍ତରରେ କାମ ହେବା କଥା ହେବ । ପଞ୍ଚାୟତ ନିର୍ବାଚନକୁ ଅଳ୍ପ ସମୟ ଥିବାରୁ ଉପ ନିର୍ବାଚନ ପାଇଁ ନିଷ୍ପତ୍ତି ହୋଇନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ।




