୫୦୦ କୋଟି ଠକେଇ ମାମଲା, ବ୍ରହ୍ମପୁରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ

୫୦୦-କୋଟି-ଠକେଇ-ମାମଲା,-ବ୍ରହ୍ମପୁରରେ-ପ୍ରବର୍ତ୍ତନ-ନିର୍ଦ୍ଦେଶାଳୟର-ଚଢାଉ

୫୦୦ କୋଟି ଠକେଇ ମାମଲା, ବ୍ରହ୍ମପୁରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ

Published By: Kirti – Prameya-News7 Bureau | November 06, 2025 01:09 PM

NEWS7

break

ବ୍ରହ୍ମପୁର ୦୫।୧୧ : ୫୦୦ କୋଟି ଟଙ୍କା ଠକେଇ ମାମଲା । ବ୍ରହ୍ମପୁରରେ ଇଡିର ବଡ଼ଧରଣର ଚଢାଉ । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାଲିଛି ଚଢାଉ । ବର୍ତ୍ତମାନ ଯାଏଁ ଇଡିକୁ କେତେ ପରିମାଣର ତଥ୍ୟ ମିଳିଛି । ସେନେଇ କୌଣସି ସ୍ପଷ୍ଟ ସୂଚନ ମିଳିନାହିଁ ।

ଖବର ଅନୁଯାୟୀ, କିଛି ବର୍ଷ ତଳେ ଅନେକ ଲୋକଙ୍କ ଠାରୁ ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା କୋଟି କୋଟି ଟଙ୍କାର ଠକେଇ ହୋଇଥିବାର ଅଭିଯୋଗ ହୋଇଥିଲା । ଯାହାର ଆକଳନ ପ୍ରାୟ ୫୦୦ କୋଟି ହେବ ବୋଲି ଅଭିଯୋଗ ହୋଇଥିଲା । ଏପିରିକି ୨୦୧୩ ମସିହାରେ କ୍ରାଇମବ୍ରାଞ୍ଚ ମଧ୍ୟ ମାମଲାର ତଦନ୍ତ କରୁଥିଲା । ଆଉ ଏବେ ଗୁରୁବାର ଦିନ ଗ୍ରୀନ୍‌ ଇଣ୍ଡିଆ ଚିଟ୍‌ ଫଣ୍ଡ ସଂସ୍ଥାର କର୍ତ୍ତୃପକ୍ଷ ପ୍ରଦୀପ ସିଂହଙ୍କ ବ୍ରହ୍ମପୁର ସ୍ଥିତ ଅଯୋଧ୍ୟା ନଗର ଠାରେ ଥିବା ଏକ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଯୋଧ୍ୟା ନଗର ବ୍ୟତୀତ ଆଉ କିଛି ସ୍ଥାନରେ ଚଢାଉ ହୋଇଥିବା ସୂଚନା ମିଳିଛି । ହେଲେ ଏବେ ଯାଏଁ ଅନ୍ୟ ସ୍ଥାନ ସଂପର୍କରେ କୌଣସି ସୂଚନା ମିଳିନାହିଁ।

Scroll to Top