୩୯ ବର୍ଷରେ ବିବାହ କଲେ ଜିଆ ମାନେକ, ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦେଲେ ସୂଚନା

୩୯-ବର୍ଷରେ-ବିବାହ-କଲେ-ଜିଆ-ମାନେକ,-ଫଟୋ-ସେୟାର-କରି-ଫ୍ୟାନ୍ସଙ୍କୁ-ଦେଲେ-ସୂଚନା

ନୂଆଦିଲ୍ଲୀ ୨୧।୦୮; ଷ୍ଟାର ପ୍ଲସର ଲୋକପ୍ରିୟ ସିରିଏଲ’ ସାଥ୍ ନିଭାନା ସାଥିୟା। ଏଥିରେ ଗୋପୀ ବୋହୁ ଭୂମିକାରେ ଅଭିନୟ କରୁଥିବା ଜିୟା ମାନେକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜିୟା ଟିଭି ଅଭିନେତା ବରୁଣ ଜୈନଙ୍କୁ ବିବାହ କରିଛନ୍ତି। ଉଭୟ ସୋସିଆଲ ମିଡିଆରେ ଫଟୋ ସେୟାର କରି ଏହି ସୂଚନା ସମସ୍ତଙ୍କ ସହ ସେୟାର କରିଛନ୍ତି। ଜିୟା ୩୯ ବର୍ଷ ବୟସରେ ଏକ ନୂତନ ଜୀବନ ଆରମ୍ଭ କରିଛନ୍ତି। ପ୍ରଶଂସକମାନେ ସେମାନଙ୍କର ଗୋପୀ ବୋହୁଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଉଛନ୍ତି।

ଜିୟା ଏବଂ ବରୁଣଙ୍କ ବିବାହ ଫଟୋ

ଜିୟା ଏବଂ ବରୁଣ ସେମାନଙ୍କର ଫଟୋ ସେୟାର କରିବା ସମୟରେ ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି, ଭଗବାନ ଏବଂ ଗୁରୁଙ୍କ କୃପା ଏବଂ ସମସ୍ତଙ୍କ ପ୍ରେମରେ, ଆମେ ଏକାଠି ହୋଇଛୁ। ଆମେ ଦୁଇ ବନ୍ଧୁ ଥିଲୁ, ଆଜି ଆମେ ସ୍ୱାମୀ ଏବଂ ସ୍ତ୍ରୀ ହେଲୁ । ପୋଷ୍ଟରେ ଆହୁରି ଲେଖାଯାଇଛି, “ଆମେ ଆମର ସମସ୍ତ ପ୍ରିୟଜନଙ୍କ ପ୍ରେମ, ଆଶୀର୍ବାଦ ଏବଂ ଶୁଭେଚ୍ଛା ପାଇଁ ବହୁତ କୃତଜ୍ଞ । ଯେଉଁମାନେ ଏହି ଦିନକୁ ଏତେ ସ୍ୱତନ୍ତ୍ର କରିଛନ୍ତି। ସେୟାର କରାଯାଇଥିବା ଫଟୋ ଗୁଡ଼ିକରେ ଜିଆଙ୍କ ଲୁକ୍ ସମ୍ପୂର୍ଣ୍ଣ ଦକ୍ଷିଣ ଭାରତୀୟ କନିଆ ପରି। ସେ ଏକ ଗୋଲ୍ଡେନ୍‌ ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ  ବରୁଣ ମଧ୍ୟ ସମାନ ରଙ୍ଗର ଶେରୱାନି ପିନ୍ଧିଛନ୍ତି। ଦୁହେଁ ଫଟୋରେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି ।

ଜିୟା ଏବଂ ବରୁଣ ଉଭୟ ପରସ୍ପରକୁ ବହୁତ ଦିନ ଧରି ଜାଣିଥିଲେ। ପୂର୍ବରୁ ଉଭୟ ବନ୍ଧୁ ଥିଲେ ଏବଂ ପରେ ବନ୍ଧୁତା ପ୍ରେମରେ ପରିଣତ ହୋଇଛି। ଜିଆଙ୍କ ବିଷୟରେ କହିବାକୁ ଗଲେ ସେ ସାଥ ନିଭାନା ସାଥିଆ, ତେରା ମେରା ସାଥ ରହେ, ଜିନି ଅର ଜୁଜୁ ଏବଂ ମନମୋହିନୀ ଭଳି ସୋ କରିଛନ୍ତି। ସେ ସାଥ ନିଭାନା ସାଥିଆରେ ଫେମ୍‌ ଓ ନେମ୍‌ ପାଇଥିଲେ । ସବୁଠାରୁ ବଡ କଥା ହେଲା ସେ ନିଜର ବ୍ୟକ୍ତିଗତ ଜୀବନକୁ ବହୁତ ବ୍ୟକ୍ତିଗତ ରଖନ୍ତି ।

Scroll to Top