ନୂଆଦିଲ୍ଲୀ, ୦୪ |୧୧ : ୩ଆଇ/ଆଟଲାସ ଧୂମକେତୁକୁ ନେଇ ଚର୍ଚ୍ଚା ଥମିବାର ନା ନେଉନାହିଁ । ସାରା ବିଶ୍ବର ବୈଜ୍ଞାନିକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ଏହି ଧୂମକେତୁ ସୌରମଣ୍ଡଳ ବାହାରୁ ଆସିଛି । ଯାହାକୁ ନେଇ ଅନେକ ଆକଳନ କରାଯାଉଛି । ସବୁଠାରୁ ବଡ କଥା ହେଉଛି ଯେ, ଏହା ସୌର ମଣ୍ଡଳର କୌଣସି ମହାଜାଗତିକ ବସ୍ତୁ ସହ ସମାନ ନୁହେଁ । ଏହା ଅନ୍ୟ ଏକ ତାରାମଣ୍ଡଳକୁ ସୌର ମଣ୍ଡଳକୁ ଗତି କରୁଛି । ତେବେ ଏହା ଉପରେ ଅଧିକ ଗବେଷଣା ଆରମ୍ଭ କରିଛି ୟୁରୋପୀୟ ସ୍ପେସ ଏଜେନ୍ସି । ଏଜେନ୍ସିର ଜୁସ୍ ମିସନ ବା ବୃହସ୍ପତି ଗ୍ରହ ଉପରେ ଗବେଷଣା କରୁଥିବା ଏକ ସାଟେଲାଇଟ୍ ମିଶନ ଧୂମକେତୁ ଉପରେ ନଜର ରଖିଛି ।
ଧୂମକେତୁକୁ ନେଇ ସବୁଠାରୁ ବଡ କଥା ହେଉଛି ଯେ, ଏହା ବାରମ୍ବାର ରଙ୍ଗ ବଦଳାଉଛି । ସୂର୍ଯ୍ୟର ନିକଟତର ହେବା ପରେ ଅଧିକ ଉତପ୍ତ ଏବଂ ଉଜ୍ଜ୍ୱଳ ଦେଖାଯାଉଛି । ସେହିପରି ଗତିରେ ମଧ୍ୟ ପରିବର୍ତ୍ତନ ଘଟୁଛି । ଅନ୍ୟ ସୌରଜଗତରୁ ଆସିଥିବାରୁ ବୈଜ୍ଞାନିକମାନେ ଏହାକୁ ଗୁରୁତର ସହ ନେଉଛନ୍ତି ।
ପ୍ରଥମ ଥର ପାଇଁ ୨୦୨୫ରେ ୩ଆଇ/ ଆଟଲାସ ଧୂମକେତୁ ବାବଦରେ ସୂଚନା ମିଳିଥିଲା । ଯାହା ପୃଥିବୀ ଉପରେ ବିପଦ ସୃଷ୍ଟି କରିପାରେ ବୋଲି ଅନେକ ବୈଜ୍ଞାନିକ ଆକଳନ କରୁଥିଲେ । ସ୍ପେସ ଏକ୍ସର ମାଲିକ ଏଲନ ମସ୍କ କିନ୍ତୁ ଏହାକୁ ସାଧାରଣ ଧୂମକେତୁ କହିଥିଲେ । ଏବେ ୟୁରୋପ ଧୂମକେତୁ ଉପରେ ଅଧିକ ଗବେଷଣା ଆରମ୍ଭ କରିଛି ।
ୟୁରୋପୀୟ ମହାକାଶ ସଂସ୍ଥାର ବୈଜ୍ଞାନିକ ଓଲିଭାୟର ଓ୍ୱଟାସେ କହିଛନ୍ତି ଯେ, ଜୁସ୍ ମିଶନ ୨୦୩୦ରେ ବୃହସ୍ପତିର ତିନୋଟି ଗ୍ରହ ଉପରେ ପରୀକ୍ଷଣ କରିବ । ଏହା ୩ଆଇ ଆଟଲାସଠୁ ୬୪ ନିୟୁତ କିଲୋମିଟର ଦୂରରେ ଅଛି । ଖୁବ୍ ଶୀଘ୍ର ଧୂମକେତର ନିକଟତର ଦେବ । ଯାହାଦ୍ୱାରା ଅଧିକରୁ ଅଧିକ ତଥ୍ୟ ମିଳିପାରିବ ।
ସେ ଆହୁରି କହିଛନ୍ତି ୟେ, ଜୁସ ସାଟେଲାଇଟରେ ଲାଗିଥିବା କ୍ୟାମେରାରେ ୩ଆଇ ଆଟଲାସର ସ୍ପଷ୍ଟ ଚିତ୍ର ମିଳିପାରିବ । ଏଥିରେ ଲାଗିଥିବା ଇନଫ୍ରାରେଡ୍ ଇମେଜିଂ ସେନସର ଧୂମକେତୁର ଗଠନକୁ ବିଶ୍ଲେଷଣ କରିବା ପାଇଁ ପ୍ରସ୍ତୁତ ଅଛି । ଯାହା ନେଇ ଖୁବ୍ ଶୀଘ୍ର ଅଧିକରୁ ଅଧିକ ତଥ୍ୟ ପ୍ରକାଶ ପାଇବ ବୋଲି ସେ କହିଛନ୍ତି ।




