+୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ, ୨୫ରୁ ସପ୍ତାହେ ଯାଏଁ ଚାଲିବ ଆବେଦନ

+୨-ଦ୍ୱିତୀୟ-ପର୍ଯ୍ୟାୟ-ନାମଲେଖା-ପାଇଁ-ବିଜ୍ଞପ୍ତି-ପ୍ରକାଶ,-୨୫ରୁ-ସପ୍ତାହେ-ଯାଏଁ-ଚାଲିବ-ଆବେଦନ

+୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ, ୨୫ରୁ ସପ୍ତାହେ ଯାଏଁ ଚାଲିବ ଆବେଦନ

Published By : Prameya-News7 Bureau | August 20, 2025 IST

ଭୁବନେଶ୍ୱର ୨୦।୦୮ : ଖାଲି ସିଟ୍‌ ପାଇଁ ଆବେଦନ । ପ୍ରକାଶ ପାଇଲା +୨ର ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି । ସପ୍ତାହେ ଯାଏ ଛାତ୍ରଛାତ୍ରୀ କରିପାରିବେ ଆବେଦନ । 

ତେବେ ବିଜ୍ଞପ୍ତିରେ ପ୍ରକାଶିତ ନିର୍ଦ୍ଦେଶାନାମା ଅନୁସାରେ, ଆସନ୍ତା ୨୫ ତାରିଖରୁ ହେବ ଆବେଦନ । ଯାହା ୩୧ ଯାଏଁ ଚାଲିବ । ଏହାପରେ ସେପ୍ଟେମ୍ବର ୪ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା। ଚୟନ ହୋଇଥିବା ପିଲାମାନେ ୬ରୁ ୧୦ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ । ପ୍ରଥମ ରାଉଣ୍ଡ ପରେ ଛାତ୍ରଛାତ୍ରୀମାନେ  ସ୍ପଟ ଆଡମିଶନ କରିପାରିବେ । ଏଥିପାଇଁ ୧୨  ଓ ୧୩ ତାରିଖରେ ଆଶାୟୀମାନେ ଚଏସ୍ ଲକିଂ କରିପାରିବେ । ୧୭ ତାରିଖରେ ସ୍ପଟ ମେଧା ତାଲିକା ପ୍ରକାଶ ପାଇବା ସହ ୧୮ ଓ ୧୯ରେ ନାମଲେଖା ହେବ । ସେହିପରି ପ୍ରଥମ ପର୍ଯ୍ୟାୟରେ ଆବେଦନ କରିଥିବା ପିଲାମାନେ କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ଚୟନ ହୋଇନଥିଲେ ପୁରୁଣା ଆଇଡି ପାସଓ୍ୱାର୍ଡ ବ୍ୟବହାର କରି ପୁନଃ ଆବେଦନ କରିପାରିବେ । ଏଥିପାଇଁ କୌଣସି ଫି ଦେବାକୁ ପଡିବନାହିଁ । ହେଲେ ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ହୋଇ ନାମ ଲେଖାଇନଥିବା ପିଲାମାନେ ପୁଣି ଥରେ ନୂତନ ଭାବରେ ଆବେଦନ କରିପାରିବେ । ଏଥିପାଇଁ ସେମାନଙ୍କୁ ଧାର୍ଯ୍ୟ ଫି’ ଦାଖଲ କରିବାକୁ ପଡିବ । ସେହିପରି ସାଧାରଣ ଆବେଦନ ଫର୍ମ (ସିଏଏଫ୍‌)କୁ ଚାରିଥର ପର୍ଯ୍ୟନ୍ତ ଏଡିଟ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top