୨୪ ଘଣ୍ଟିଆ ଚିକିତ୍ସା ସେବା ପାଇଁ ଦେବଗଡ଼ରେ ବାଇକ ରାଲି ଓ ଖୋଲାମଞ୍ଚ

୨୪-ଘଣ୍ଟିଆ-ଚିକିତ୍ସା-ସେବା-ପାଇଁ-ଦେବଗଡ଼ରେ-ବାଇକ-ରାଲି-ଓ-ଖୋଲାମଞ୍ଚ

୨୪ ଘଣ୍ଟିଆ ଚିକିତ୍ସା ସେବା ପାଇଁ ଦେବଗଡ଼ରେ ବାଇକ ରାଲି ଓ ଖୋଲାମଞ୍ଚ

Published By: Deepak – Prameya-News7 Bureau | October 20, 2025 04:04 PM

NEWS7

Deogarh

ଦେବଗଡ଼: ୨୪ ଘଣ୍ଟିଆ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବାଇକ ରାଲି ଓ ଖୋଲାମଞ୍ଚରେ ବିତର୍କ। ଦେବଗର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରେ ୨୪ ଶଘଣ୍ଟିଆ ଚିକିତ୍ସାସେବା ଯୋଗାଇ ଦେବା ଦାବି ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରବିବାର ଦେବଗଡ ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ଚବିଶଘଣ୍ଟିଆ ଚିକିତ୍ସା ସେବା ଦାବିରେ ବାଇକ ରାଲି ଓ ଖୋଲାମଞ୍ଚ ରେ ଏନେଇ ତର୍କବିତର୍କ ଅନୁଷ୍ଠିତ ହୋଇଛି।

ଅପରାହ୍ନ ସମୟରେ ଦେବଗଡ ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ପ୍ରଧାନପାଟ ଜଳପ୍ରପାତ ପାଦ ଦେଶରେ ଥିବା ମାଆ ପ୍ରଧାନପାଟେଶ୍ବରୀଙ୍କ ପୀଠରୁ ପୂଜାର୍ଚ୍ଚନା ପରେ ଏକ ବାଇକ ରାଲି ବାହାରି ସହର ପରିକ୍ରମା କରିଥିଲା। ବାଇକ ରାଲି ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ ପହଞ୍ଚିବା ପରେ ସେଠାରେ ଖୋଲା ମଞ୍ଚ ରେ ଏନେଇ ତର୍କ ବିତର୍କ ଅନୁଷ୍ଠିତ ହୋଇଥିଲା।  ଉପସ୍ଥିତ ବିଭିନ୍ନ ଦଳର ନେତା ଓ ସମସ୍ତ ବକ୍ତା ସହର ମଧ୍ୟସ୍ଥ ପୁରଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଠାରେ ଚବିଶଘଣ୍ଟିଆ ଚିକିତ୍ସା ସେବା ଯୋଗାଇ ଦେବା ସପକ୍ଷରେ ମତ ରଖିଥିଲେ। । ଚଳିତ ବର୍ଷ ଅଗଷ୍ଟ ମାସ ଠାରୁ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାକୁ ସମସ୍ତ ଆସବାବ ପତ୍ର ସ୍ଥାନାନ୍ତରିତ ହୋଇ କାର୍ଯ୍ୟକ୍ଷମ ହେବା ପରେ ସହର ମଝିରେ ଥିବା ପୁରୁଣା କୋଠାରେ କେବଳ ଜଣେ ଡାକ୍ତର ସକାଳେ ଚାରିଘଣ୍ଟା ଓ ଅପରାହ୍ନ ସମୟରେ ଦୁଇ ଘଣ୍ଟା ବସି ଚିକିତ୍ସାସେବା ଯୋଗାଉଛନ୍ତି।

କିନ୍ତୁ ସହରବାସୀ ଏହି କୋଠାରେ ଚବିଶଘଣ୍ଟିଆ ସହରାଞ୍ଚଳ ଡାକ୍ତରଖାନା ଆରମ୍ଭ କରି ଚିକିତ୍ସାସେବା ଯୋଗାଇ ଦେବାପାଇଁ ଦାବି କରୁଛନ୍ତି। ବିଭିନ୍ନ ସଂଗଠନ ପକ୍ଷରୁ ଏନେଇ ଅନେକ ଦାବିପତ୍ର ଦିଆଯିବା ସହ ସହର ବନ୍ଦ ପାଳନ ମଧ୍ଯ କରାଯାଇଛି। ମାତ୍ର କୌଣସିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି।

Scroll to Top