୨୪ ଘଣ୍ଟା ନପୁରୁଣୁ ପୁଣି ଥାର୍ ଦୁର୍ଘଟଣା, ପୀତାପଲ୍ଲୀରେ ଟ୍ରେଲରକୁ ପିଟିଲା କାର୍

୨୪-ଘଣ୍ଟା-ନପୁରୁଣୁ-ପୁଣି-ଥାର୍-ଦୁର୍ଘଟଣା,-ପୀତାପଲ୍ଲୀରେ-ଟ୍ରେଲରକୁ-ପିଟିଲା-କାର୍

୨୪ ଘଣ୍ଟା ନପୁରୁଣୁ ପୁଣି ଥାର୍ ଦୁର୍ଘଟଣା, ପୀତାପଲ୍ଲୀରେ ଟ୍ରେଲରକୁ ପିଟିଲା କାର୍

Published By: Chikun – Prameya-News7 Bureau | January 21, 2026 10:04 PM

NEWS7

Another Thar accident less than 24 hours later

ଭୁବନେଶ୍ବର: ୨୪ ଘଣ୍ଟା ନପୁରୁଣୁ ପୁଣି ଥାର୍ ଦୁର୍ଘଟଣା। ଭୁବନେଶ୍ବର ପୀତାପଲ୍ଲୀରେ ପୁଣି ଏକ ଥାର୍ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଥାରରେ ଥିବା ୩ ଜଣକ ମୃତ୍ୟୁ ହୋଇଥିବାବେଳେ, ଥାର୍ ଗାଡ଼ିଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି। ତେବେ ଖବର ପାଇଁ ଅଗ୍ନିଶମ ବିଭାଗ, ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଥାରକୁ କଟରରେ ଗାଡ଼ି ଭିତରୁ ତିନି ଜଣକ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନଥିବାବେଳେ, ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଥାଉକି, ବୁଧବାର ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲ ଛକରେ ଏକ ଥାର୍ ଗାଡ଼ି ବୁଲେଟ ଆରୋହୀଙ୍କୁ ପିଟିଥିଲା। ଏଥିରେ ଥାର୍ ଚକା ତଳେ ପଶି ଯୁବକଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି ଏବଂ ଆଉଜଣେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୃତ ଯୁବକ ହେଲେ ଓଲ୍ଡ ଟାଉନ ଗୋଶାଗରେଶ୍ବର ଛକରେ ରହୁଥିବା ରାଜା ପେଦିନି। ପୋଲିସ ନରହନ୍ତା ଥାର୍ ଏବଂ ଦୁର୍ଘଟଣାଗ୍ରସ୍ତ ବୁଲେଟକୁ ଜବତ୍ କରି ତଦନ୍ତ ଆରମ୍ଭ କରି ଜଣକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ।

Scroll to Top