୨୪ ଘଣ୍ଟାରେ ଅବପାତ ! ପ୍ରବଳ ବର୍ଷିବ, ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କଲା IMD

୨୪-ଘଣ୍ଟାରେ-ଅବପାତ-!-ପ୍ରବଳ-ବର୍ଷିବ,-ଓଡ଼ିଶାକୁ-ରେଡ୍-ଆଲର୍ଟ-ଜାରି-କଲା-imd

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ଓ୍ୱେଲ ମାର୍କ ଲୋ ପ୍ରେସର୍‌ ତଥା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ୨୪ ଘଣ୍ଟାରେ ନେବ ଅବପାତ ରୂପ। ଏନେଇ  ଆଲର୍ଟ କରିଛି ଭାରତୀୟ ପାଣିପାଗ ବିଭାଗ(IMD)ପ୍ରଭାବରେ ପ୍ରବଳ ବର୍ଷା ସହ ୫୦ କିମି ବେଗରେ ବହିବ ପବନ।

ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ବଳ ଗୋଟାଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳର ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ୨୭ ତାରିଖ ସକାଳେ ଦକ୍ଷିଣ ଓଡିଶା,ଉତ୍ତର ଆନ୍ଧ୍ର ଉପକୂଳ ଅଵପାତ ଅତିକ୍ରମ କରିବ।

ଭାରୀ ବର୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ପାଣିପାଗ ବିଭାଗର ଆଲର୍ଟ ପରେ ଜିଲ୍ଲା ପ୍ରଶାସନ ସଜାଗ ହେବା ସହ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲାପାଳ । ହେଲେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ଏହା ସହ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀମାନଙ୍କୁ ମାଧ୍ୟ ନିଜ ନିଜର କାର୍ଯ୍ୟାଳୟରେ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ତେବେ ସ୍କୁଲର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଉପସ୍ଥିତ ରହିବେ।  

Scroll to Top