ନୂଆଦିଲ୍ଲୀ – ରାସ୍ତା ମଝିରେ ବସି କାନ୍ଦୁଛନ୍ତି ମହିଳା , ସ୍ପିଡ୍ କମାଇ ଗାଡ଼ିକୁ ଧିରେ ଧିରେ ନେଉଛନ୍ତି ଲୋକେ। ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଖୁବ୍ ଭାଇରାଲ ହେଉଛି। ଭିଡ଼ିଓଟି ଭାଇରାଲ ହେବାର ପ୍ରକୃତ କାରଣ ହେଉଛି ତାହା , ଯେଉଁଥି ପାଇଁ ମହିଳା ଏହିପରି ନିଜର ସ୍ୱର ଉଠାଇବାକୁ ବାଧ୍ୟ ହୋଇଛନ୍ତି। ଦାବି କରାଯାଉଛି ଯେ, ୨୦ ଟଙ୍କାରେ ୬ ସ୍ଥାନରେ ପାଖାପାଖି ୪ଟି ଗୁପଚୁପ୍ ଦିଆଯିବାରେ ନିରାଶ ହୋଇ ମହିଳା ଧାରଣାରେ ବସି ଥିଲେ।
କୁହାଯାଉଛି ଯେ, ଭିଡ଼ିଓ ବଡୋଦରାର ସୁରସାଗର ହ୍ରଦ ଅଞ୍ଚଳର। ନିକଟରେ ମହିଳା ଜଣଙ୍କ ସଡ଼କ କଡ଼ରେ ଏକ ଗୁପଚୁପ୍ ଥିବା ଠେଲା ପାଖରେ ପହଞ୍ଚି ଥିଲେ। ତାଙ୍କର ଅଭିଯୋଗ ଥିଲା ଯେ, ଗୁପଚୁପ୍ ଦୋକାନୀ ୨୦ ଟଙ୍କାରେ ୬ ଦିଅନ୍ତି , କିନ୍ତୁ ସେ କେବଳ ୪ଟି ହିଁ ଦେଲେ।
मैडम बीच सड़क पर धरने पर बैठ गईं। इनके साथ जो अन्याय हुआ, उसे जानकर आपका कलेजा काँप उठेगा। मामला गुजरात के वड़ोदरा का है। पानीपुरी वाले ने 20 रुपये में 6 पूरी की जगह सिर्फ 4 पूरी ही खिलाई। महिला दो और पूरी खाने की जिद में सड़क पर बैठ गई। पुलिस ने आकर किसी तरह आंदोलन शांत कराया। pic.twitter.com/SNx567zr5u
— Bhadohi Wallah (@Mithileshdhar) September 19, 2025
ନ୍ୟାୟ ପାଇବା ପାଇଁ ମହିଳା ସଡ଼କ ମଝିରେ ଧାରଣାରେ ବସି କାନ୍ଦିବାକୁ ଲାଗିଲେ। ସେ କାନ୍ଦି କାନ୍ଦି ଲୋକଙ୍କୁ ନିଜର ଦୁଃଖ କଥା କହିଲେ। ଗୁପଚୁପ୍ ଦୋକାନୀ କେମିତି ମନମାନୀ କରୁଛି ଏହିକଥା ଜଣାଇଲେ। ମହିଳା କହିଥିଲେ, ସେହି ଦୋକାନୀର ଠେଲାକୁ ସେଠାରୁ ହଟେଇ ଦେବା ଉଚିତ୍।
ଟ୍ରାଫିକ୍ର ସମସ୍ୟା ହେବାରୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି , ସଂପୃକ୍ତ ମହିଳାଙ୍କୁ ବୁଝାଇ ସୁଝାଇ ରାସ୍ତାରୁ ଉଠାଇ ଦେଇ ଥିଲେ। ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି। କିଛି ଲୋକ ମହିଳାଙ୍କୁ ସହାନୁଭୂତି ଦେଖାଇଛନ୍ତି ଏବଂ ଜଣେ ଗ୍ରାହକଭାବେ ତାଙ୍କର ବିରୋଧକୁ ସଠିକ୍ କହିଛନ୍ତି।




