୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତ ଘୋଷଣାକୁ ଡିଜିପିଙ୍କ ଗୁରୁତ୍ଵ : ନକ୍ସଲ ମୂଳୋତ୍ପାଟନ, ଆଇନ ଶୃଙ୍ଖଳା ଓ ଗଞ୍ଜେଇ କାରବାର ବନ୍ଦ ରଣନୀତି ପ୍ରସ୍ତୁତ

୨୦୨୬-ମାର୍ଚ୍ଚ-ସୁଦ୍ଧା-ନକ୍ସଲମୁକ୍ତ-ଘୋଷଣାକୁ-ଡିଜିପିଙ୍କ-ଗୁରୁତ୍ଵ-:-ନକ୍ସଲ-ମୂଳୋତ୍ପାଟନ,-ଆଇନ-ଶୃଙ୍ଖଳା-ଓ-ଗଞ୍ଜେଇ-କାରବାର-ବନ୍ଦ-ରଣନୀତି-ପ୍ରସ୍ତୁତ

କନ୍ଧମାଳ ୧୧ଓଡ଼ିଶାରୁ ମାଓ ନିପାତ ଅପରେସନ କନ୍ଧମାଳରୁ ଆରମ୍ଭ ହେବ । କନ୍ଧମାଳରେ ଡେରା ପକାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି. ଖୁରାନିଆ । ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଅଛନ୍ତି ପୋଲିସ ଡିଜି । ନକ୍ସଲ ଦମନ ପାଇଁ କନ୍ଧମାଳ ଏସ୍ପିଙ୍କ କାର୍ଯ୍ୟାଳୟରେ ଦୀର୍ଘ ସମୟ ବୈଠକ କରିଥିଲେ । କେନ୍ଦ୍ର ସରକାରଙ୍କ ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତ ଘୋଷଣାକୁ ଗୁରୁତ୍ଵ ଦେଇଛନ୍ତି ପୋଲିସ ଡିଜି । ଜିଲ୍ଲାରୁ ନକ୍ସଲର ମୂଳୋତ୍ପାଟନ, ଆଇନ ଶୃଙ୍ଖଳା ଓ ଗଞ୍ଜେଇ କାରବାର ବନ୍ଦ କରିବାକୁ ପ୍ରସ୍ତୁତ ହୋଇଛି ରଣନୀତି । ଚଳିତବର୍ଷ ଓଡ଼ିଶାରୁ ୧୯ ନକ୍ସଲ ସଫା। ୮ ଗିରଫ ହୋଇଥିବା ବେଳେ ୬ ଜଣ ଆତ୍ମସମର୍ପଣ କରିଛନ୍ତି । ଏବେ କନ୍ଧମାଳ ରାଜ୍ୟର ସବୁଠୁ ଅଧିକ ନକ୍ସଲପ୍ରବଣ ଜିଲ୍ଲା । କଳହାଣ୍ଡି, ରାୟଗଡ଼ା, ବୌଦ୍ଧ, ଗଜପତି, ନୂଆପଡ଼ା ବି ତାଲିକାରେ ରହିଛି ।

ଡିଜିପିଙ୍କ ଏହି ଗସ୍ତରେ ଏଡିଜିପି ସଞ୍ଜୀବ ପଣ୍ଡା, ଡିଆଇଜି (ଏସଏଚକ୍ୟୁ) ସତ୍ୟବାନ୍ କାଞ୍ଚି, ଆଇଜିପି (ଓପିଏସ୍) ଦୀପକ କୁମାର, ଆଇଜପି (ଏସଆର) ନୀତିନ୍ ଶେଖର, ଡିଆଇଜି ଅଖିଳେଶ, ବିଏସଏଫ କମାଣ୍ଡାଣ୍ଟ ମାନସ ରଞ୍ଜନ ପଣ୍ଡା, ଜାଫର୍ ଇସମାଇଲ, ବୌଦ୍ଧ ଏସ୍ପି ରାହୁଲ ଗୋଏଲ୍, ରାୟଗଡ଼ା ଏସ୍ପି ସ୍ୱତ୍ୟ ଏସ୍ କୁମାର, କନ୍ଧମାଳ ଏସ୍ପି ହରିଶ ବିଶି ପ୍ରମୁଖ ଉପସ୍ଥିତ ଥିଲେ ।

Scroll to Top