ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ଏହି ସମୟରେ ଏକ ରିପୋର୍ଟ ଭାଇରାଲ ହେଉଛି, ତାହା ହେଉଛି ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ରେ ଥିବା ଏଫିଲ୍ ଟାୱାରକୁ ୨୦୨୬ରେ ଭାଙ୍ଗି ଦିଆଯିବ। ସୋସିଆଲ ମିଡ଼ିଆରେ ଭାଇରାଲ ଏହି ରିପୋର୍ଟ ଗୁଡ଼ିକରେ ଯୁକ୍ତି ଦିଆଯାଉଛି ଯେ, ଏଫିଲ ଟାୱାରର ଅପରେଟିଂ ଲିଜ୍ ଶେଷ ହେଉଛି। ଏଥିରେ ଏହାର ଶକ୍ତିର ହ୍ରାସ , ବୟବହୁଳ ରକ୍ଷଣାବେକ୍ଷଣ ଓ ଜନସାଧାରଣଙ୍କ ପାଇଁ ଉପୁଜୁଥିବା ସମସ୍ୟା କାରଣରୁ ଏହାକୁ ଭାଙ୍ଗି ଦିଆଯାଉଛି। ହେଲେ ଏହି ଦାବି ସଂପୂର୍ଣ୍ଣ ରୂପେ ଭିତ୍ତିହୀନ ବୋଲି କୁହାଯାଇଛି।
ସୋସିଆଲ ମିଡ଼ିଆରେ ଭାଇରାଲ ଏହି ଦାବିର ସବୁଠୁ ବଡ଼ କାରଣ ୧୮ ସେପ୍ଟେମ୍ୱର ୨୦୨୫ରେ ଟାପିଓକା ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ। ଆପଣଙ୍କୁ କହି ରଖୁଛୁ ଯେ, ଏହି ୱେବସାଇଟ୍ ତାର ପ୍ୟାରୋଡି ଖବର ପାଇଁ ଖୁବ୍ ଚର୍ଚ୍ଚାରେ। ଏହି ୱେବସାଇଟ୍ର ରିପୋର୍ଟରେ ଜଣେ ମୁଖପାତ୍ରଙ୍କ ଅନୁସାରେ କୁହାଯାଇଛି, ଆମର ପ୍ରଦର୍ଶନ ଭଲ ରହିଛି। ଏହି (ଏଫିଲ ଟାୱାର) ଦୀର୍ଘଦିନ ଯାଏ ଲୋକପ୍ରିୟ ହୋଇ ରହିଛି , କିନ୍ତୁ ଏବେ କେହି ସେଠାକୁ ଯାଉ ନାହାନ୍ତି। ଏହି କାରଣରୁ ଆମେ ଏହାକୁ ବନ୍ଦ କରୁଛୁ। ଏମିତି ମନେହେଉଛି ଯେ, ଇଣ୍ଟରନେଟ୍ ଶେଷରେ ଆମ ସହ ମିଳି ଗଲାଣି ଏବଂ ଛୋଟ ଛୋଟ ପିଲା ଏବେ ଉପରକୁ ଯିବାକୁ ଚାହୁଁ ନାହାନ୍ତି।
ଆମେ ଟାୱରର ଚାରିପାଖେ ଡ୍ରୋନ୍ ଉଡ଼ିବାର ବୃଦ୍ଧି ଦେଖିଛୁ। ଏଥିପାଇଁ ବୋଧେ ଏହି କାରଣରୁ ଏଠାକୁ ଲୋକଙ୍କ ଆସିବାରେ ହ୍ରାସ ଘଟିଛି। ଏହି ରିପୋର୍ଟରେ ଦାବି କରାଯାଇଛି ଯେ,ଟାୱାର ଗିଲଚିଡା ଓ ପାରାଙ୍କ ଦ୍ୱାରା ସମସ୍ୟାରେ ଏବଂ ଏହା ପରିବର୍ତ୍ତେ ୱାଟର ସ୍ଲାଇଡ୍ , ଲସ୍ ଭେଗାସ୍ ଶୈଳୀର ସଂଗୀତ ସ୍ଥଳ , ବା ହିପ୍ପିମାନଙ୍କ ଦ୍ୱାରା ପରିପୂର୍ଣ୍ଣ ‘ପ୍ୟାରିସ୍ ବର୍ଣ୍ଣିଂ ମ୍ୟାନ୍’ କରାଇବାର ପ୍ରସ୍ତାବ ଦିଆଯାଇଛି। ଏହା ବ୍ୟତୀତ ରିପୋର୍ଟରେ ଦାବି କରାଯାଇଛି , କିଛି ବି ହେଉ , ଏଫିଲ ଟାୱାରକୁ ଭାଙ୍ଗିବାର କାମ ୨୦୨୬ର ପ୍ରାରମ୍ଭରେ ଆରମ୍ଭ ହୋଇଯିବ। ଏଥିପାଇଁ ଯଦି ଆପଣ ବୟସ୍କ ଓ ନିଜର ସ୍ମୃତିକୁ ତାଜା କରିବାକୁ ଚାହାନ୍ତି , ତ ପ୍ୟାରିସ୍ ବୁଲିବାର ଏହା ସଠିକ୍ ସମୟ। ଏଫିଲ ଟାୱାରକୁ ଭାଙ୍ଗିବାର ଗୁଜବକୁ ଅଧିକ ପ୍ରୋତ୍ସାହିତ କରିଛି ଏହାକୁ ବନ୍ଦ କରି ଦିଆଯାଇଥିବାରୁ। କିନ୍ତୁ ଏହାର କୌଣସି ବି ଭଙ୍ଗା ଯିବାର ଯୋଜନା ସହିତ କୌଣସି ସମ୍ପର୍କ ନାହିଁ। ସରକାରୀ ଖର୍ଚ୍ଚ ହ୍ରାସ ପ୍ରତିବାଦରେ ଏବଂ ଧନୀମାନଙ୍କ ଉପରେ ଅଧିକ ଟିକସ ପାଇଁ ଓକିଲାତି କରି ଫରାସୀ ୟୁନିଅନ ଗୁଡ଼ିକ ଦ୍ବାରା ଦେଶବ୍ୟାପୀ ଧର୍ମଘଟ ଯୋଗୁଁ ଏହି ବନ୍ଦ ହୋଇଛି।
ଆପଣଙ୍କୁ କହି ରଖୁଛୁ ଯେ, ଏଫିଲ୍ ଟାୱାର ଭାଙ୍ଗିବା ସମ୍ପର୍କରେ କୌଣସି ବି ସରକାରୀ ସୂଚନା ଦିଆଯାଇ ନାହିଁ। ଟାୱାର ପରିଚାଳନା କରୁଥିବା ସୋସାଇଟି ଡି‘ଏକ୍ସପ୍ଲାଇଟେସନ୍ ଡେ ଲା ଟୁର୍ ଏଫିଲ୍ (SETE), ନା ପ୍ୟାରିସ୍ ସହର, ନା ଫରାସୀ ଐତିହ୍ୟ କର୍ତ୍ତୃପକ୍ଷ, କେହି ବି ସ୍ମାରକୀକୁ ଭାଙ୍ଗିବା ଯୋଜନା ସମ୍ପର୍କରେ କୌଣସି ବିବୃତ୍ତି ଜାରି କରି ନାହାଁନ୍ତି ।




