୨୦୨୬ରେ ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେବ ସୁଭଦ୍ରା ଶକ୍ତି, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

୨୦୨୬ରେ-ଇଣ୍ଡୋନେସିଆର-ବାଲିରେ-ଆୟୋଜିତ-ହେବ-ସୁଭଦ୍ରା-ଶକ୍ତି,-ସୂଚନା-ଦେଲେ-ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୁଭଦ୍ରା ଶକ୍ତି ମହିଳା ଉଦଯାପନୀ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ୨୦୨୬ରେ ଓଡ଼ିଶା ସମେତ ଇଣ୍ଡୋନେସିଆ ବାଲିରେ ଆୟୋଜିତ ହେବ ସୁଭଦ୍ରା ଶକ୍ତି ମେଳା। ଖାଲି ସେତିକି ନୁହେଁ ଏଣିକି ପ୍ରତି ଜିଲ୍ଲାରେ ଆୟୋଜିତ ହେବ ସୁଭଦ୍ରା ଶକ୍ତି ମେଳା। ବୁଧବାର ସୁଭଦ୍ରା ଶକ୍ତି ମହିଳା ଉଦଯାପନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ସୂଚନାଥାଉକି, ୧୨ ଦିନ ଧରି ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିଲା ଏହି ଓଡ଼ିଶା ମହିଳା ଉଦ୍ୟୋଗୀ ଓ ସାଂସ୍କୃତିକ ପରମ୍ପରା ମେଳା। ମିଶନ ଶକ୍ତି ମହିଳା ଉଦ୍ୟୋଗୀମାନଙ୍କୁ ବ୍ୟବସାୟୀ ପାଇଁ ଏକ ପ୍ଲାଟଫର୍ମ ଯୋଗାଇଥିବା ଏହି ମେଳାରେ ମୋଟ ୩୦୦ଟି ଷ୍ଟଲ ମଧ୍ୟରେ ୫୦ଟି ଖାଦ୍ୟ ଷ୍ଟଲ ଏବଂ ବିଭିନ୍ନ ରାଜ୍ୟର ମହିଳା ଉଦ୍ୟୋଗୀମାନଙ୍କ ୧୧ଟି ଷ୍ଟଲ ସାମିଲ ହୋଇଥିଲେ। ହସ୍ତତନ୍ତ, ହସ୍ତଶିଳ୍ପ, ବୟନଶିଳ୍ପ, ଲଘୁ ବନଜାତ ଦ୍ରବ୍ୟ ଓ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ପସରା ମେଲିଥିଲା ମେଳାରେ। ମହିଳାଙ୍କ ସୃଜନଶୀଳତାର ସମ୍ଭାର ଦେଖିବାକୁ ମିଳିଥିଲା ଏହି ମେଳାରେ।

ଚଳିତ ବର୍ଷ ୧୨ କୋଟିରୁ ଅଧିକ ବ୍ୟବସାୟ ହୋଇଛି। ମେଳାରେ ୧୦ ଜଣ ମହିଳା ୧୦ ଲକ୍ଷରୁ ଅଧିକ ରୋଜଗାର କରିଛନ୍ତି। ଯେଉଁମାନେ ଲକ୍ଷପତି ଦିଦିରେ ସାମିଲ ହୋଇଛନ୍ତି। ୧୨ ଦିନରେ ୪ ଲକ୍ଷରୁ ଅଧିକ ଗ୍ରାହକ ମେଳରୁ ସାମଗ୍ରୀ କିଣିଛନ୍ତି। ଏହି ଅବସରରେ ଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀ, ଶ୍ରେଷ୍ଠ ଖାଦ୍ୟ ଷ୍ଟଲ, ଶ୍ରେଷ୍ଠ ହସ୍ତତନ୍ତ ଷ୍ଟଲ, ଶ୍ରେଷ୍ଠ ପ୍ରଦର୍ଶନୀ ଷ୍ଟଲ, ଅଭିନବ ଦ୍ରବ୍ୟ ଷ୍ଟଲ ଭଳି ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା।

Scroll to Top