୨ଲକ୍ଷ ଗୁଲାବ ଜାମୁନ, ୫୦୦ କିଲୋ ଲଡୁ; ବିଜୟ ପୂର୍ବରୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି

୨ଲକ୍ଷ-ଗୁଲାବ-ଜାମୁନ,-୫୦୦-କିଲୋ-ଲଡୁ;-ବିଜୟ-ପୂର୍ବରୁ-ବିଭିନ୍ନ-ସ୍ଥାନରେ-ପ୍ରସ୍ତୁତି

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ଭୋଟ୍ ଗଣନା। ବିହାର ଭୋଟ୍ ମଇଦାନରେ କିଏ ପିନ୍ଧିବ ବିଜୟ ମୁକୁଟ? ଜାଣିବାକୁ ପୂରା ଦେଶ ଅପେକ୍ଷା କରିଛି। ତେବେ କହିପାରିବା ଜଣେ ଜିତିବ ଜଣେ ତ ହାରିବ। କିନ୍ତୁ କୁହନ୍ତି ନା ହାର୍ ପୂର୍ବରୁ କିଏ କାହିଁ  ମାନିବ ହାର୍ । ସମସ୍ତେ ନିଜ ବିଜୟକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି। ଟେନସନ୍ ର ମାହୋଲରେ ବି ଚୁଲି ଜଳୁଛି,  କ୍ଷୀର ଫୁଟୁଛି।  ସିରା ତିଆରି ଚାଲିଛି। କାହିଁକିନା ରସଗୋଲା ହେବ।  ପନିପରିବା କଟାଯାଉଛି ଏବଂ ଏକ ମହାଭୋଜର ପ୍ରସ୍ତୁତି ଚାଲିଛି।

ବିହାର ମଇଦାନରେ ପାୱାରଫୁଲଙ୍କ ଲଢେଇ। ଅନନ୍ତ ସିଂହ ଜେଡିୟୁରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଏବଂ ବୀଣା ସିଂହ ଆରଜେଡିରୁ । ଉଭୟ ଶକ୍ତିଶାଳୀ, କିନ୍ତୁ ଅନନ୍ତ ସିଂହ ତାଙ୍କ ବିଜୟକୁ ନେଇ ଏତେ ଆଶାବାଦୀ ଯେ, ତାଙ୍କ ବାସଭବନରେ ଭୋଜି ଭାତର ପ୍ରସ୍ତୁତି ଚାଲିଛି। ଅନନ୍ତ ସିଂହଙ୍କ ଘରେ ୧୦,୦୦୦ ଲିଟର କ୍ଷୀର ପହଞ୍ଚିଛି। ୪୮ ଜଣ ମିଠା କାରିଗର ବିଭିନ୍ନ ପ୍ରକାରର ମିଠା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି।  ୨, ୦୦୦୦୦ ଗୁଲାବ ଜାମୁନ ପ୍ରସ୍ତୁତି ଚାଲିଛି। ଅତି କମରେ ୫୦,୦୦୦ ଲୋକଙ୍କ ପାଇଁ ଏକ ମହାଭୋଜର ପ୍ରସ୍ତୁତି କରାଯାଉଛି।

ବିଜେପି କର୍ମୀମାନେ ସେମାନଙ୍କ ବିଜୟ ପାଇଁ ବେଶ୍ ଆଶାବାଦୀ। ବିଜେପି ଶିବିରରେ ମଧ୍ୟ ଜୋରସୋରରେ ଚାଲିଛି  ମିଠା ପ୍ରସ୍ତୁତି । ବିଜୟକୁ ପାଳନ କରିବା ପାଇଁ, ୫୦୦ କିଲୋଗ୍ରାମ ଲଡୁ ଅର୍ଡର କରାଯାଇଛି। ବିହାରର ସ୍ପେଶାଲ୍ ମନେର ଲଡୁ କେବଳ ସ୍ୱାଦ ନୁହେଁ ଏହା ଏକ ଇମୋସନ୍। କାଜୁ, କିସମିସ୍, ଚାରୁମଗଜ ଏବଂ ବେସନ ସହିତ  ବୁନ୍ଦିକୁ ମିଶାଇ ତିଆରି ହେଉଛି ମନେର ଲଡୁ।  ଆଉ ବିଜୟ ଉପରେ ଏହି ବୁନ୍ଦି ଖାଇ ହେବ ସେଲିବ୍ରେସନ୍।

Scroll to Top